ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ଅଣଛାତ୍ରଙ୍କ ମାଡ଼ ପ୍ରତିବାଦରେ ବିକ୍ଷୋଭ, କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଅନସନରେ ବସିଲେ ଛାତ୍ର

Published By : Harapriya Sethi | April 3, 2025 2:57 PM

ଭୁବନେଶ୍ୱର,୦୩/୦୪: ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଅସନ୍ତୋଷ । ବିଶ୍ୱବିଦ୍ୟାଳୟ ପରିସରରେ ଅଣଛାତ୍ର ପଶି ହଷ୍ଟେଲ ଛାତ୍ର ମାନଙ୍କୁ ଆକ୍ରମଣ କରିଥିଵା ଅଭିଯୋଗରେ କିଛି ଛାତ୍ର କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନସନରେ ବସିଛନ୍ତି । ବୁଧବାର ଅପରାହ୍ନରୁ ୱେଷ୍ଟ ହଷ୍ଟେଲର ଛାତ୍ରମାନେ ଆମରଣ ଅନସନରେ ବସିଥିଲେ ମଧ୍ୟ ରେଭେନ୍ସା କର୍ତ୍ତୃପକ୍ଷ ସେମାନଙ୍କ ସହ କୈାଣସି ପ୍ରକାର ଆଲୋଚନା କରିନଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି।

ଅନସନରେ ବସିଥିବା ଛାତ୍ରମାନଙ୍କ କହିବା ଅନୁସାରେ, ମାର୍ଚ୍ଚ ୩୧ତାରିଖ ସନ୍ଧ୍ୟାରେ କିଛି ଅଣଛାତ୍ର କ୍ୟାମ୍ପସକୁ ଆସି ଧମକ ଚମକ ଦେବା ସହ ଛାତ୍ର ମାନଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ । କେବଳ ସେତିକି ନୁହେଁ, ମାଡ ମଧ୍ୟ ମାରିଥିଲେ । ଆକ୍ରୋଶର ଶୀକାର ଛାତ୍ରମାନେ ମାଲଗୋଦାମ ଥାନାରେ ସମ୍ପୃକ୍ତ ଅଣଛାତ୍ରମାନଙ୍କ ବିରୋଧରେ ଏତଲା ଦେବାକୁ ଯାଇଥିଲେ ମଧ୍ୟ ଥାନା କର୍ତ୍ତୃପକ୍ଷ ଏତଲା ରଖିନଥିବା ଛାତ୍ରମାନେ କହିଛନ୍ତି । ଏହି କାରଣରୁ ବୁଧବାର ଅପରାହ୍ନରୁ ୱେଷ୍ଟ ହଷ୍ଟେଲର ଛାତ୍ରମାନେ ଆମରଣ ଅନସନରେ ବସିଥିଲେ ମଧ୍ୟ ରେଭେନ୍ସା କର୍ତ୍ତୃପକ୍ଷ ସେମାନଙ୍କ ସହ କୈାଣସି ପ୍ରକାର ଆଲୋଚନା କରିନଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି ।

ସେପଟେ ଆକ୍ରମଣକାରୀ ଅଣଛାତ୍ରଙ୍କ ଏତଲାକୁ ମାଲଗୋଦାମ ଥାନା କର୍ତ୍ତୃପକ୍ଷ ପଞ୍ଜିକରଣ କରି ମାଡ଼ ଖାଇଥିବା ଛାତ୍ରମାନଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଅନସନରତ ଛାତ୍ରମାନେ ଅଭିଯୋଗ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.