କଟକ,୮/୬ : ଚଣ୍ଡୀ ମନ୍ଦିର କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ ହେବ। ଏସସିବି କାର୍ଯ୍ୟ ଜଲଦି ଶେଷ କରିବା ପାଇଁ କରାଗଲା ଆଲୋଚନା। ଏସସିବି କାର୍ଯ୍ୟ ବିଳମ୍ବ ନେଇ କାମ କରୁଥିବା କମ୍ପାନୀ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ ସିଡିଏ ଅଧୀନରେ ଚାଲୁଥିବା କାର୍ଯ୍ୟ ମଧ୍ୟ ଆଲୋଚନା କରାଯାଇଛି। ଚାଲୁଥିବା କାର୍ଯ୍ୟ କୁ ଶେଷ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଗ୍ରିଡ଼ ବସାଇବା ପାଇଁ ପ୍ରସ୍ତାବ ଆସିଛି ସେ ନେଇ ଆଲୋଚନା କରାଯାଇଛି। ଆଉ କିଛି ପ୍ରସଙ୍ଗ ରହିଯାଇଛି ମୌସୁମୀ ଅଧିବେଶନ ପରେ ପରେ ଆଗାମୀ ବୈଠକରେ ଆଲୋଚନା କରାଯିବ ବୋଲି ଦିନିକିଆ କଟକ ଗସ୍ତରେ ଆସିଥିବା ଉପ ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି । କଟକରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏହି ସୂଚନା ଦେଇଛନ୍ତି ।
ଏଥିସହ ଆଇନଶୃଙ୍ଖଳା ସ୍ଥିତିର ମଧ୍ୟ ସମୀକ୍ଷା କରିଛନ୍ତି କେ ଭି ସିଂଦେଓ । ସମୀକ୍ଷାରେ ଉପସ୍ଥିତ ଥିଲା ଜିଲ୍ଲାର ସମସ୍ତ ବିଧାୟକ, ଡିସିପି, ଜିଲ୍ଲାପାଳ, କଟକ ଗ୍ରାମାଞ୍ଚଳ ଏସପିଙ୍କ ସମେତ ବିଭିନ୍ନ ଅଧିକାରୀ ସାମିଲ ରହିଥିଲେ । ତେବେ କଟକରେ ଚାଷର କିଭଳି ଉନ୍ନତି ହେବ ସେ ନେଇ ଆଲୋଚନା କରିବା ସହ ଚାଷୀମାନେ କିଭଳି ସଫଳ ହେବେ ସେ ନେଇ ଆଲୋଚନା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ।