ନୂଆଦିଲ୍ଲୀ : କୋଲକାତା ହାଇକୋର୍ଟ ସୋମବାର ସିବିଆଇକୁ ନିର୍ଦ୍ଦେଶ ଦେଇ କହିଛନ୍ତି, ସେ ଆରଜି କର ହସ୍ପିଟାଲରେ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ତଦନ୍ତ ସମ୍ୱନ୍ଧିତ କେସ୍ ଡାଏରୀ , ଆସନ୍ତା ଶୁଣାଣିରେ ପ୍ରଦାନ କରନ୍ତୁ। କୋର୍ଟ ଏହା ମଧ୍ୟ ପଚାରିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ଗଣ ଦୁଷ୍କର୍ମ ବା ପ୍ରମାଣ ନଷ୍ଟ କରିବାର ସମ୍ଭାବନା ଉପରେ ବିଚାର କରୁଛି କି ? ମୃତ ପୀଡ଼ିତାଙ୍କ ମାତା-ପିତା , ଯିଏକି କୋର୍ଟଙ୍କ ନିରୀକ୍ଷଣରେ ତଦନ୍ତ ପାଇଁ ପିଟିସନ ଦାଏର କରିଥିଲେ, ତର୍କ ଦେଇଥିଲେ ଯେ, ସିବିଆଇ ଟ୍ରାଏଲ କୋର୍ଟରେ ଏହାର ଚାର୍ଜସିଟ୍ ଦାଖଲ କରିବା ସମୟରେ ଏକ ବଡ଼ ଷଡ଼ଯନ୍ତ୍ରର ସଙ୍କେତ ଦେଇଥିଲା। ସେ ଏନେଅ ମାମଲାରେ ଆଗକୁ ତଦନ୍ତ ନେଇ ଅନୁରୋଧ କରି ଥିଲେ।

ବିଚାରପତି ତୀର୍ଥଙ୍କର ଘୋଷ କହିଛନ୍ତି - ତାଙ୍କ ଅନୁରୋଧର ସମୀକ୍ଷା , ଚାଲୁଥିବା ତଦନ୍ତର ସ୍ଥିତି ଓ ସିବିଆଇ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସ୍ଥିତି ରିପୋର୍ଟ ଆଧାରରେ କରାଯିବ। ସେ ସିବିଆଇକୁ ୨୮ ମାର୍ଚ୍ଚରେ ଆଗାମୀ ଶୁଣାଣିରେ କେସ୍ ଦାଏରୀ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। ଏହା ବ୍ୟତୀତ, କୋର୍ଟ ସିବିଆଇକୁ ଏହା ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ କଣ ନିଜର ଆଗାମୀ ଯାଞ୍ଚରେ ଗଣ ଦୁଷ୍କର୍ମ ବା ପ୍ରମାଣ ନଷ୍ଟ କରିବାକୁ ନେଇ ଯାଞ୍ଚ କରୁଛନ୍ତି।
ମହିଳା ଡାକ୍ତରଙ୍କ ମୃତଦେହ ୯ ଅଗଷ୍ଟ, ୨୦୨୪ରେ ଉତ୍ତର କୋଲକାତାର ସରକାରୀ ହସ୍ପିଟାଲର ସେମିନାର ରୁମ୍ରେ ମିଳିଥିଲା। ଅନେକ ଜନହିତ ଆବେଦନ ପରେ , କୋର୍ଟ ଯାଞ୍ଚ କୋଲକାତା ପୁଲିସ ଠାରୁ ନେଇ ସିବିଆଇକୁ ପ୍ରଦାନ କରିଥିଲେ।
କହି ରଖୁଛୁ କି, ପୂର୍ବତନ ନାଗରିକ ସ୍ୱୟଂସେବକ(ସିଭିକ୍ ଭଲ୍ୟୁଣ୍ଚିୟର)ସଞ୍ଜୟ ରାୟଙ୍କୁ କୋଲକାତା ପୁଲିସ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ କରିଥିଲ। ଜାନୁଆରୀରେ ଏକ ସେସନ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।
ସୂଚନା ଆଧାରରେ , ପଶ୍ଚିମବଙ୍ଗ ସରକାରଙ୍କର ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ, ରାଜ୍ୟକୁ ଆଗାମୀ ଯାଞ୍ଚ ପାଇଁ କୌଣସି ଅଭିଯୋଗ ନାହିଁ , କିନ୍ତୁ ସେ ଏହି କଥା ଉପରେ ସ୍ପଷ୍ଟତା ମାଗିଛନ୍ତି ଯେ , ଦୋଷସିଦ୍ଧ ହେବା ପରେ ଏହା ଆଇନ୍ ଗତ ଭାବେ ସ୍ୱୀକାର୍ଯ୍ୟ ହେବ କି । ସେ ଏହା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି , ଟ୍ରାଏଲ କୋର୍ଟଙ୍କୁ କଣ ଟ୍ରାଏଲ ଶେଷ ହେବା ପରେ ଆଗାମୀ ଯାଞ୍ଚ ପାଇଁ ଅନୁମୋଦନର ଅଧିକାର ଅଛି।