ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସଞ୍ଜୟ ରୟକୁ ଆଜୀବନ ସଜାରେ ସନ୍ତୁଷ୍ଟ ନାହାନ୍ତି ମମତା ସରକାର, ହାଇକୋର୍ଟରେ କଲେ ଆବେଦନ: ପୀଡିତାଙ୍କ ବାପା କହିଲେ...

Published By : Harapriya Biswal | January 21, 2025 4:21 PM

କୋଲକାତା,୨୧।୧:ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ମିଳିଛି ଆଜୀବନ ସଜା। ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ରେ ରହିବ ସଞ୍ଜୟ ରୟ। ତେବେ କୋର୍ଟଙ୍କ ଏହି ରାୟରେ ଅସନ୍ତୁଷ୍ଟ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର। ସିଆଲଦା କୋର୍ଟ ଦେଇଥିବା ରାୟ ବିରୋଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ମମତା। ଦୋଷୀକୁ ଆଜୀବନ ନୁହେଁ ଫାଶୀ ଦରକାର ବୋଲି ଦାବି ରଖିଛନ୍ତି।

ଆରଜିକର ମାମଲାରେ ସିଆଲଦା କୋର୍ଟଙ୍କ ରାୟକୁ ମମତା ବାନାର୍ଜୀଙ୍କ ଚ୍ୟାଲେଞ୍ଜ। ଅଭିଯୁକ୍ତ ସଞ୍ଜୟ ରୟକୁ ମିଳିଥିବା ସଜାରେ ଅସନ୍ତୁଷ୍ଟ ପଶ୍ଚିମବଙ୍ଗ ସରକାର। ହେଲେ ହାଇକୋର୍ଟଙ୍କ ଦ୍ବାରସ୍ତ। ଅଭିଯୁକ୍ତକୁ ଆଜୀବନ ନୁହେଁ ଫାଶୀ ଦରକାର କହିଲେ ମମତା। ମମତା କହିଛନ୍ତି ଯଦି ମାମଲାର ତଦନ୍ତ କୋଲକାତା ପୁଲିସ କରିଥାନ୍ତା ହୁଏତ ଦୋଷୀକୁ ଫାଶୀଦଣ୍ଡ ମିଳିଥାନ୍ତା। ଏଥିସହ ଟିଏମସି ମୁଖ୍ୟ କହିଛନ୍ତି ପ୍ରଥମ ଦିନରୁ ହିଁ ଆମେ ଦୋଷୀକୁ ଫାଶୀଦଣ୍ଡ ମିଳୁ ବୋଲି ଦାବି କରିଥିଲୁ କିନ୍ତୁ ସିବିଆଇର ତଦନ୍ତ ସନ୍ତୋଷଜନକ ନଥିଲା। ଆଜି ଦୋଷୀକୁ ଫାଶୀଦଣ୍ଡ ଜାଗାରେ ଆଜୀବନ କାରାଦଣ୍ଡ ମିଳିଛି । 

ସେପଟେ କୋର୍ଟଙ୍କ ଫଇସଲାକୁ ବିରୋଧ କରି ଜୁନିୟର ଡାକ୍ତର ଜୋରଦାର ବିକ୍ଷୋଭ କରିଛନ୍ତି । କୋର୍ଟ ବାହାରେ ଶହ ଶହ ସଂଖ୍ୟକ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୋର୍ଟଙ୍କ ଫଇସଲାରେ ପକ୍ଷପାତିତା ହୋଇଥିବା କହିଛନ୍ତି ବିକ୍ଷୋଭକାରୀ । ପୀଡିତାଙ୍କ ପରିବାରକୁ ୧୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ଗ୍ରହଣ କରିବେନି ବୋଲି କହିଛନ୍ତି ଅଭୟାଙ୍କ ପରିବାର । ମୃତ ପୀଡିତାଙ୍କ ବାପା କହିଛନ୍ତି ଆମକୁ ଟଙ୍କା ନୁହେଁ ନ୍ୟାୟ ଦରକାର । ଏହାଛଡା ମମତା ହାଇକୋର୍ଟରେ ଆବେଦନ କରିବାକୁ ନେଇ ଅଭୟାଙ୍କ ବାପା ବିରୋଧ କରିଛନ୍ତି। ସେ କହିଛନ୍ତି, ଆମକୁ କୋର୍ଟଙ୍କ ରାୟର କପି ଆଗ ମିଳୁ।  ତା ପରେ ଆମେ ଆଗକୁ ନିଷ୍ପତ୍ତି ନେବୁ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.