ପ୍ରମୂଖ ଖବର
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଆରଜି କର ମାମଲା: ପୋଲିସ ଲାଠିଚାର୍ଜରେ ପୀଡିତାଙ୍କ ବାପ-ମା ଆହତ, ମମତା ସରକାରଙ୍କ ବିରୋଧରେ ଚାଲିଥିଲା ବଡ଼ ଧରଣର ବିକ୍ଷୋଭ

Published By : Harapriya Biswal | August 9, 2025 5:55 PM

କୋଲାକାତ, ୯।୮:  କୋଲକାତାରେ ଆରଜିକର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ମହିଳା ଡାକ୍ତରଙ୍କ ସହ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଏକ ବର୍ଷ ପୂରଣ ହୋଇସାରିଛି। ଏବେ ଏହା ଉପରେ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ହୋଇଛି। ମାମଲାରେ ପୀଡିତ ପରିବାର ସିବିଆଇ ଯାଞ୍ଚ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ଏହା ସହ ସେ ଏଜେନ୍ସିକୁ ବନ୍ଦ କରିବାର ଦାବି କରିଛନ୍ତି। ସେଭଳି ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛି।  

ପଶ୍ଚିମବଙ୍ଗରେ ଆରଜିକର କେସ୍‌କୁ ନେଇ ଶନିବାର କୋଲକାତାର ପାର୍କ ଷ୍ଟ୍ରିଷ୍ଟ କ୍ରସିଂରେ ବିବାଦ ବଢିଯାଇଥିଲା। ଯେତେବେଳେ ନବାନ୍ନ ଅଭିମୁଖେ ବାହାରିଥିଲା ପ୍ରଦଶର୍ନକାରୀଙ୍କ ଉପରେ ଲାଠିଚାର୍ଜ ହୋଇଥିଲା। ପ୍ରଦର୍ଶନକାରୀ ରାଜ୍ୟ ସଚିବାଳୟ ଅଭିମୁଖେ ବାହରିଥିଲେ। ପୋଲିସ ଚେତାବନୀ ପରେ ମଧ୍ୟ ରାନୀ ରାସମୋନି ରୋଡରୁ ଆଗକୁ ଆସି ବିଦ୍ୟାସାଗର ସେତୁ ଆଡକୁ ବଢିବାର ଚେଷ୍ଟା କରିଥିଲେ। ପୋଲିସ ଓ ପ୍ରଦର୍ଶନକାରୀଙ୍କ ଭିତରେ ଠେଲାପେଲା ସ୍ଥିତି ଘଟିଥିଲା।   ପୋଲିସର ଲାଠି ଚାର୍ଜ କରିଥିଲା। ଏଥିରେ ପୀଡିତାଙ୍କ ବାପା-ମାଙ୍କ ସହ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୀଡିତାଙ୍କ ମା’ କହିଛନ୍ତି, ମମତା ବାନାର୍ଜୀଙ୍କ ପୋଲିସ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.