ସମ୍ବଲପୁର/ଗୌଡ଼ପାଲି, ୧୨।୬: ପୁଣି ଭିଜିଲାନ୍ସ ହାବୁଡ଼ରେ ରାଜସ୍ବ ବିଭାଗର ଆଉ ଜଣେ କର୍ମଚାରୀ। ସମ୍ବଲପୁର ଜିଲ୍ଲା ଜମନକିରା ତହସିଲ ଗୌଡ଼ପାଲି ରାଜସ୍ବ ନୀରିକ୍ଷକ(ଆରଆଇ) ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଆରଆଇ ଜଣକ ହେଲେ ଭୀଷ୍ମ ପ୍ରଧାନ । ଭୂମିହୀନଙ୍କୁ ଜମି ପଟ୍ଟା ଦେବାକୁ ନେଇ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରିଥିଲା।
ଗୌଡପାଲି ଆରଆଇ ଭୀଷ୍ମ ପ୍ରଧାନ ଜଣେ ଭୂମିହୀନ ବ୍ୟକ୍ତିଙ୍କୁ ଜମି ପଟ୍ଟା ଦେବା ପାଇଁ ୪୦ ହଜାର ଲାଞ୍ଚ ମାଗିଥିଲେ। ୨୦୨୪ ନଭେମ୍ବର ମାସରୁ ଜମି ପଟ୍ଟା କରିଦେବାକୁ ଆରଆଇଙ୍କୁ ନିବେଦନ କରିଥିଲେ। ହେଲେ ଟଙ୍କା ନଦେଲେ କାମ ହେବନି କହି ସମୟ ଗଡ଼ାଇ ଚାଲିଥିଲେ ଗୌଡପାଲି ଆରଆଇ। ଫଳରେ ଭିଜିଲାନ୍ସର ଆଶ୍ରୟ ନେଇଥିଲେ ସମ୍ପୃକ୍ତ ବ୍ୟକ୍ତି। ପୂର୍ବ ସୂଚନା ଅନୁସାରେ ଭିଜିଲାନ୍ସ ଟିମ୍ ଦ୍ଵାରା ୪୦ ହଜାର ଟଙ୍କା ଦିଆଯାଇଥିଲା। ସେହି ଟଙ୍କା ଗୌଡପାଲି ଆରଆଇକୁ ଦେବା ପରେ ଚଢ଼ଉ କରିଥିଲେ ଭିଜିଲାନ୍ସ ଟିମ୍। ଗୌଡପାଲି ଆରଆଇଙ୍କ ଠାରୁ ସମସ୍ତ ରସାୟନ ଯୁକ୍ତ ୪୦ ହଜାର ଟଙ୍କା ଜବତ ହୋଇଛି। ଏହାସହ ଏକକାଳୀନ ଆରଆଇଙ୍କ ଲିଙ୍କରେ ଥିବା ୨ଟି ସ୍ଥାନରେ ଚଢାଉ ହେଉଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲରେ ଏହି ଚଢାଉ ଚାଲିଛି।