ଅହମ୍ମଦାବାଦ, ୭/୩: ଆଉ ଗୋଟିଏ ଦିନର ଅପେକ୍ଷା । ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ର ଫାଇନାଲ ଫାଇଟ୍ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟାଇଟଲ ଲଢ଼େଇ ଡିଫେଣ୍ଡିଂ ଚାମ୍ପିଅନ ଭାରତ - ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ଲକ୍ଷାଧିକ ଦର୍ଶକରେ ଷ୍ଟାଡ଼ିୟମ୍ ହେବ ହାଉସ୍ ଫୁଲ୍ । ଏବେଠୁ ଦର୍ଶକ ଅହମ୍ମଦାବାଦରେ ଡେରା ପକାଇଲେଣି ।ତେବେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଫାଇନାଲ୍ ମୁକାବିଲା ପୂର୍ବରୁ ଏକ ରଙ୍ଗାରଙ୍ଗ ଉଦଯାପନୀ ଉତ୍ସବର ଆୟୋଜନ କରାଯିବ । ପ୍ରସିଦ୍ଧ ପପ୍ ଗାୟକ ରିକି ମାର୍ଟିନ ମୁଖ୍ୟ ଆକର୍ଷଣ ସାଜିବେ ।

 

ମାର୍ଟିନଙ୍କ ସଙ୍ଗୀତରେ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍ ମତୁଆଲା ହେବ । ଅପରାହ୍ଣ ୫.୩୦ରେ ଉଦ୍‌ଯାପନୀ ଉତ୍ସବ ଆରମ୍ଭ ହେବ । ଏହାର ୨ଘଣ୍ଟା ପୂର୍ବରୁ ଦର୍ଶକଙ୍କୁ ଷ୍ଟାଡ଼ିୟମ୍ରେ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ଆଇସିସି ଘୋଷଣା କରିଛି । ମାର୍ଟିନଙ୍କ ବ୍ୟତୀତ ଭାରତୀୟ ପପ୍ ଗାୟକ ସୁଖବୀର ଓ ଗାୟିକା ଫାଲଗୁନୀ ପାଠକ ମଧ୍ୟ ଉଦ୍ଯାପନୀ ଉତ୍ସବରେ ସଙ୍ଗୀତ ପରିବେଷଣ କରିବେ।

ଅଧିକ ପଢ଼ନ୍ତୁ :- ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ନ୍ୟୁଜିଲାଣ୍ଡ ବିପକ୍ଷରେ ବଦଳିବ ଭାରତର ପ୍ଲେଇଂ ଇଲେଭେନ୍, ଅଭିଷେକଙ୍କର କଣ ହେବ ?