ମୁମ୍ବାଇ, ୨୫/୨ : ବଲିଉଡର ଜଣାଶୁଣା ଅଭିନେତ୍ରୀ ମଲାଇକା ଅରୋରା ଖାନ ନିଜର ଡ୍ୟାନ୍ସ ଏବଂ ଫିଟନେସ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ୫୨ ବର୍ଷୀୟ ଏହି ଅଭିନେତ୍ରୀ ନିଜର ଛାଡ଼ପତ୍ର ହେଉ ବା ପ୍ରେମ ସବୁବେଳେ ଖବରର ଶିରୋନାମା ପାଲଟିଥାନ୍ତି । ଏବେ ପୁଣିଥରେ ପ୍ରେମରେ ପଡ଼ିଛନ୍ତି ମଲାଇକା । ନିଜଠାରୁ ୧୯ ବର୍ଷ କମ ବୟସ୍କ ହର୍ଷଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି । ଉଭୟ ଅନେକ ସମୟରେ ଏକାଠି ନଜର ଆସିଥିବାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ନିକଟରେ ଭାଲେଣ୍ଟାଇନ ଡେ’ ସମୟରେ ଉଭୟ ଇଟାଲୀରେ ନଜର ଆସିଥିଲେ । ହର୍ଷ ଏବଂ ମଲାଇକା ସେଲଫଯି ନେଇଥିବାର ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟ ମଧ୍ୟ କରିଥିବା ଦେଖିବାକୁ ମିଳିଛି । କିଛିଦିନ ହେବ ଉଭୟ ନଜର ଆସିଥିବାବେଳେ ଡେଟ କରୁଥିବା ଖବର ମଧ୍ୟ ଶୁଣିବାକୁ ମିଳୁଛି । ମାତ୍ର ଏନେଇ ଉଭୟ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ହର୍ଷ ମେହେଟ୍ଟା କିଏ ?

ହର୍ଷ ପରିବାର ବହୁ ଧନୀ । ସେ ଜଣେ ହୀରା ବ୍ୟବସାୟୀ । ଏହାସହ ସେ ସାନକସ ମ୍ୟାନେଜମେଣ୍ଟର ପରିଚାଳକ ନିର୍ଦେଶକ । ସେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ମଲାଇକାଙ୍କ ବୟସ ଏବେ ୫୨ ବର୍ଷ ହୋଇଥିବାବେଳେ ହର୍ଷଙ୍କ ବୟସ ୩୩ । ସେ ମଲାଇକାଙ୍କଠାରୁ ୧୯ ବର୍ଷ କମ୍ । ଉଭୟ ପ୍ରଥମେ ଉଭୟ ଏକ ଆସ୍ବାର୍ଡ ସୋ’ ସମୟରେ ନଜର ଆସିଥିଲେ । ଯେଉଁ ସମୟରେ ଡେଟ୍ କରୁଥିବା କଥା ଚର୍ଚ୍ଚା ମଧ୍ୟ ହୋଇଥିଲା । ଉଭୟ କିଛିଦିନ ହେବ ଅନେକ କାର୍ଯ୍ୟକ୍ରମରେ ମଧ୍ୟ ନଜର ଆସିଛନ୍ତି । ସଲମାନ ଖାନଙ୍କ ଭାଇ ଅରବାଜ ଖାନଙ୍କ ସହ ଛାଡ଼ପତ୍ର ହେବା ପରେ ଅର୍ଜନ କପୁରଙ୍କ ସହ ମଲାଇକାଙ୍କ ସମ୍ପର୍କ ଖବରର ଶିରୋନାମା ପାଲଟିଥିଲା । ଉଭୟଙ୍କ ବ୍ରେକଅପ ହେବା ପରେ ଏବେ ପୁଣି ହର୍ଷଙ୍କ ସହ ଯୋଡ଼ି ହୋଇଛି ମଲାଇକାଙ୍କ ନାଁ ।

ଏହାସହ ପଢ଼ନ୍ତୁ : ଭାରତର ପରାଜୟରେ ମୁଁ ଖୁସି, କାରଣ କହିଲେ ରବି ଶାସ୍ତ୍ରୀ