ମୁମ୍ୱାଇ : ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅଭିନେତା ରିଷଭ ଶେଟ୍ଟୀଙ୍କ ସାକ୍ଷାତକାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସାକ୍ଷାତ ସମୟରେ ରିଷଭ ଏବଂ ଅମିତ ଶାହ କଳା, ପରମ୍ପରା ଏବଂ ଭାରତୀୟ ସଂସ୍କୃତି ବିଷୟରେ ଅନେକ ଆଲୋଚନା କରିଥିଲେ। ନିକଟରେ ରିଷଭ ଶେଟ୍ଟୀ ଅମିତ ଶାହଙ୍କ ସହ ଫଟୋ ସେୟାର କରି ନିଜ ଅନୁଭୂତି ବିଷୟରେ ଖୋଲାଖୋଲି ଭାବେ ଜଣାଇଛନ୍ତି। ସେହିପରି ଅମିତ ଶାହ ମଧ୍ୟ ତାଙ୍କ ପୋଷ୍ଟକୁ ସେୟାର କରି ରିଷଭଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।
ରିଷଭ ଶେଟ୍ଟୀ ଅମିତ ଶାହଙ୍କ ସହ ଫଟୋ ପୋଷ୍ଟ କରି ଲେଖିଛନ୍ତି, "ଅମିତ ଶାହ ଜୀଙ୍କୁ ଭେଟିବା ମୋ ପାଇଁ ପ୍ରକୃତରେ ଏକ ସମ୍ମାନର ବିଷୟ। ସେ 'କାନ୍ତାରା' ଏବଂ 'କାନ୍ତାରା ଚାପ୍ଟର ୧' ପାଇଁ ଯେଉଁ ପ୍ରଶଂସା କରିଛନ୍ତି, ସେହି ମୁହୂର୍ତ୍ତ ମୋ ପାଇଁ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ତାଙ୍କ ସହ ଆଗାମୀ ପ୍ରୋଜେକ୍ଟ ବିଷୟରେ କଥା ହେବା ଏକ ଭଲ ଅନୁଭୂତି ଥିଲା। ବିଶେଷ କରି ସେ ଯେତେବେଳେ ଆମ ଇତିହାସ, ସଂସ୍କୃତି, କଳା ଏବଂ ଚଳଚ୍ଚିତ୍ର ନିର୍ମାଣ ବିଷୟରେ ନିଜର ଗଭୀର ଜ୍ଞାନ ବାଣ୍ଟିଲେ, ମୋତେ ବହୁତ ଖୁସି ଲାଗିଲା।"
Had the honour of meeting the Honourable Home Minister, Shri @AmitShah ji. It became one of my most memorable moments as he shared his words of appreciation for Kantara and Kantara Chapter 1. I also had a wonderful time discussing my upcoming projects with him. I must say, I was… pic.twitter.com/RtvyjRGEZF
— Rishab Shetty (@shetty_rishab) May 2, 2026
ଅମିତ ଶାହ ମଧ୍ୟ ରିଷଭ ଶେଟ୍ଟୀଙ୍କ ପୋଷ୍ଟକୁ ସେୟାର କରି କହିଛନ୍ତି, "ଆପଣଙ୍କ ସହ ଚଳଚ୍ଚିତ୍ର ଏବଂ ସଂସ୍କୃତି ବିଷୟରେ କଥା ହୋଇ ବହୁତ ଭଲ ଲାଗିଲା। ଯେଉଁଭଳି ଭାବରେ ଆପଣ ନିଜ ସିନେମା ମାଧ୍ୟମରେ ଭାରତୀୟ ସଭ୍ୟତା ଏବଂ ସଂସ୍କୃତିକୁ ସମ୍ବେଦନଶୀଳତାର ସହ ଉପସ୍ଥାପନ କରୁଛନ୍ତି, ତାହା ସତରେ ପ୍ରଶଂସନୀୟ। ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣ ଆଗକୁ ମଧ୍ୟ ନିଜ କାମ ଜରିଆରେ ଲୋକଙ୍କୁ ଅନୁପ୍ରାଣିତ କରି ଚାଲିବେ।"
It was truly engaging to speak with you about films and culture. The way you present Indian civilization and culture through your films, with such understanding and sensitivity, is genuinely admirable and leaves a lasting impact. I am confident that you will continue to inspire… https://t.co/YjYak3eZSY
— Amit Shah (@AmitShah) May 2, 2026
ସୂଚନାଯୋଗ୍ୟ ଯେ, 'କାନ୍ତାରା' ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ବ୍ଲକବଷ୍ଟର କନ୍ନଡ ଚଳଚ୍ଚିତ୍ର, ଯାହାର ନିର୍ଦ୍ଦେଶନା ଏବଂ ମୁଖ୍ୟ ଭୂମିକାରେ ରିଷଭ ଶେଟ୍ଟୀ ନିଜେ ନଜର ଆସିଥିଲେ। ଏହାର କାହାଣୀ କର୍ଣ୍ଣାଟକର ଲୋକ ପରମ୍ପରା, ଜଙ୍ଗଲ ଓ ମଣିଷର ସମ୍ପର୍କ ଏବଂ ଦୈବୀ ବିଶ୍ୱାସ ଉପରେ ଆଧାରିତ। ଏହାପରେ ଏହାର ପ୍ରିକ୍ୱେଲ 'କାନ୍ତାରା ଚାପ୍ଟର ୧' ୨୦୨୫ ମସିହାରେ ରିଲିଜ୍ ହୋଇଥିଲା, ଯାହା ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମଟି ଏହାର ନିଆରା କାହାଣୀ ଏବଂ ଦମଦାର୍ କ୍ଲାଇମାକ୍ସ ପାଇଁ ଦର୍ଶକଙ୍କ ମନ ଜିତିଛି।
ଆହୁରି ମଧ୍ୟ ପଢନ୍ତୁ : ଯେ ପର୍ଯ୍ୟନ୍ତ ବଞ୍ଚିଛି ... ବ୍ଲଗ୍ ପୋଷ୍ଟରେ ଜୀବନର ଅସଲ କଥା କହିଲେ ଅମିତାଭ