ଲମତାପୁଟ,୨୩/୦୯: କୋରାପୁଟ ଜିଲ୍ଲା ଲମତାପୁଟର ମାଲେଗାଂ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା କାର୍ । ଫଳରେ ବାଇକ୍ ଆରୋହୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଜଣକ ମିସଂଗପୁଟ ଗାଁର ନରସିଂହ ଖେମୁଣ୍ଡୁ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଆଜି ସକାଳୁ ତୁସୁବା ପଞ୍ଚାୟତର ମିସିଂପୁଟ ଗାଁର ନରସିଂହ ନିଜ ପରିବାକୁ ଧରି ଲମତାପୁଟ ଆସୁଥିଲେ । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ପୂର୍ବରୁ ରାସ୍ତାରେ ଛିଡ଼ା ହୋଇଥିବା ଏକ ଅଟୋକୁ ଧକ୍କା ଦେଇ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସହ ଥିବା ତାଙ୍କ ପରିବର ଲୋକ ମଧ୍ୟ ଆହତ ହୋଇଛନ୍ତି । ତେବେ ସମସ୍ତଙ୍କୁ ନିକଟସ୍ଥ ଡ଼ାକ୍ରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି।