ତିଗିରିଆ,୨୬/୦୫: କଟକ ଜିଲ୍ଲା ତିଗିରିଆରେ ସଡ଼କ ଦୁର୍ଘଟଣା। ହାଇୱା ଓ ପାଉଁଶ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା। ଫଳରେ ହାଇୱା ଚାଳକ ଗୁରୁତର ଆହତ ହୋଇଥିବା ସୂଚନା  । ଗୁରୁତର ଚାଳକ ଜଣଙ୍କ ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳର ମନୋଜ ନାଏକ ବୋଲି ଜଣାପଡ଼ିଛି।

ଆହୁରି ପଢନ୍ତୁ-Traffic Rules Violation: ପଣ୍ଡିତଙ୍କ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ...ମୋବାଇଲ୍‌ରେ କଥା ହୋଇ ଗାଡ଼ି ଚଳାଇଲେ ବାବୁ, ତାଙ୍କୁ ଜଗିବ କିଏ ?

ସୂଚନା ମୁତାବକ,  ଆଜି ଭୋର ସମୟରେ  ଆଜି ଭୋର ସମୟରେ ତିଗିରିଆ ମହାବୀର ବଜାର ନିକଟରେ ଚାଳକର ଆଖି ଲାଗିଯିବାରୁ ଚିପ୍ସ ବୋଝେଇ ହାଇୱା ଓ ପାଉଁଶ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ  ହାଇୱାର ସାମ୍ନା ଅଂଶ ପୂରାପୂରି ଚୁର୍ଣ୍ଣବିଚୁର୍ଣ୍ଣ ହେବା ସହ ଡ୍ରାଇଭର ଗାଡ଼ି ଭିତରେ ଚାପି ରହିଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ ହାଇୱାକୁ କାଟି ଚାଳକକୁ ଉଦ୍ଧାର କରିଥିଲେ।  ପ୍ରଥମେ ତାଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରାଯାଇଥିବା ବେଳେ  ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।