ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ରାସ୍ତାରୋକ

Published By : Harapriya Sethi | November 14, 2024 12:24 PM

ଖଜୁରୀପଡା,୧୪/୧୧: ଖଜୁରୀପଡା ଥାନା ଆର ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ବୁଧବାର ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିବା ଘଟଣାର ପ୍ରତିବାଦ ହୋଇଛି । ଗୁରୁବାର କୁଇ ସମାଜ ଯୁବ ପରିଷଦ ପକ୍ଷରୁ ରାସ୍ତାରୋକ କରାଯାଇଛି । ସମାଜ କର୍ମକର୍ତ୍ତା ଖଜୁରୀପଡା-ଲାଇନପଡା ରାସ୍ତା ଅବରୋଧ କରିବା ଫଳରେ ଏହି ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଏହି ଘଟଣାରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହିତ ପରିବାରର ଜଣକୁ ଚାକିରୀ ଦେବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଏଥି ସହିତ ଏହି ଘଟଣାର ସିବିଆଇ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। 

ସୂଚନାଯୋଗ୍ୟ, ବୁଧବାର କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ୁଥିବା ଆନନ୍ଦେଶ୍ବର ମଲ୍ଲିକଙ୍କ ଝୁଲନ୍ତା ମୃତଦେହ ଶୌଚାଳୟ ଭିତରୁ ଉଦ୍ଧାର ହୋଇଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ମୃତକଙ୍କ ଭାଇ ଖଜୁରୀପଡା ଥାନାରେ ଏତଲା ଦେଇ ଆନନ୍ଦେଶ୍ବରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.