ଜହ୍ନlପଙ୍କ, ୫l୭: ରାସ୍ତାର ଉନ୍ନତି କରଣ ପାଇଁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଚଣ୍ଡିତଲ ଗ୍ରାମବାସୀ। ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ଅନ୍ତର୍ଗତ ନାରାୟଣ ନଗର ଠାରୁ ଚଣ୍ଡିତଲ ରାସ୍ତାର ଅବସ୍ଥା। ସାମାନ୍ୟ ବର୍ଷା ହେଲେ ରାସ୍ତା ଅବସ୍ଥା ଏଭଳି ହେଉଛି ଯେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। ବର୍ଷା ହେଲେ ମଟର ସାଇକେଲ ଓ ସାଇକେଲରେ ଯିବା ତ ଦୂରର କଥା ଚାଲିକି ଯିବା କଷ୍ଟକର ହେଉଛି। ଏହି ବାଟ ଦେଇ ଛାତ୍ର ଛାତ୍ରୀ ମାନେ ସ୍କୁଲ ଓ କଲେଜ ଯିବାବେଳେ ଚପଲ ହାତରେ ଧରି ଯିବାକୁ ପଡୁଛି।
ସୂଚନାଯୋଗ୍ୟ ଯେ ଏହି ରାସ୍ତାର ଉନ୍ନତି କରଣ ପାଇଁ ଅର୍ଥ ଆସିଥିଲା। ହେଲେ ନିମ୍ନମାନର କାମ ଯୋଗୁଁ ସାମାନ୍ୟ ବର୍ଷା ହେଲେ କାଦୁଅମୟ ହେଉଛି। ଫଳରେ ଯାତାୟତରେ ବାଧାପ୍ରାପ୍ତ ହେଉଛି। ନାରାୟଣ ନଗର ଉପରେ ଚଣ୍ଡିତଲ, ଗୁଢିଆଲି, ମଝିଆଁଘରା, ବାଲିଦୋହଲି ଆଦି ଗ୍ରାମବାସୀ ଦୈନିକ ବଜାର ପାଇଁ ନିର୍ଭର କରନ୍ତି। ଏହା ସହିତ ପଂଚାୟତକୁ ଖାଉଟି ସାମଗ୍ରୀ ସହିତ ବୃଦ୍ଧ ବୃଦ୍ଧା ମାନେ ଭତ୍ତା ନେବାକୁ ଏହି ବାଟ ଦେଇ ଯାଇଥାନ୍ତି। ରାସ୍ତା ଅବସ୍ଥା ଏଭଳି ହେତୁ ଏହି ରାସ୍ତା ଦେଇ ଯିବାକୁ ଲୋକ ଭୟ କରୁଛନ୍ତି। ଫଳରେ ଲୋକ ବାଧ୍ୟହୋଇ ୩ କିମି ବାଟ ବୁଲି ନାରାୟଣ ନଗରକୁ ଆସୁଛନ୍ତି। ପଂଚାୟତ କର୍ତୃପକ୍ଷ ତୁରନ୍ତ ଏହି ରାସ୍ତାକୁ କଂକ୍ରିଟ କରିବା ପାଇଁ ଦାବି ହେଉଛି।