ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଯୁବତୀଙ୍କୁ କମେଣ୍ଟ୍‌ ମରାକୁ ନେଇ ରୋଡ୍‌ ରୋମିଓକୁ ନିର୍ଘାତ ମାଡ଼, ପଡ଼ି ଉଠି ଦୌଡ଼ି ପଳାଇଲେ...

Published By : Prameya | May 19, 2025 10:31 AM

ଭୁବନେଶ୍ୱର,୧୯/୦୫: ରବିବାର ସନ୍ଧ୍ୟାରେ ମଧୁସୂଦନ ପାର୍କ  ସମ୍ମୁଖରେ ଜଣେ ରୋଡ୍‌ ରୋମିଓ ନିର୍ଘାତ ମାଡ଼ ଖାଇଛି । ବାଇକ୍‌ରୁ ଘୋଷାଡ଼ି  ନେଇ ଲୋକେ ନିସ୍ତୁକ ପିଟିଛନ୍ତି । ମାଡ଼ଖାଇ ଘାଇଲା ହୋଇଥିବା ରୋମିଓ ଜଣଙ୍କ ପୁଲିସ ପହଞ୍ଚିବା ପୂର୍ବରୁ ଲୋକଙ୍କ କବଳରୁ ଖସି ପଡ଼ିଉଠି ଦୌଡ଼ି ପଳାଇଛି ।  ଏହି ଘଟଣା ମଧୁସୂଦନ ପାର୍କ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । 

ପ୍ରାପ୍ତ ଖବର ଅନୁଯାୟୀ,  ରବିବାର ଥିବାରୁ ରବିବାର ସନ୍ଧ୍ୟାରେ ମଧୁସୂଦନ ପାର୍କରେ ପ୍ରବଳ  ଭିଡ଼ ହୋଇଥିଲା । ଏପରିକି  ଗେଟ୍‌ ନିକଟରେ ଭିଡ଼ ମଧ୍ୟ  ଜମିଥିଲା । କିଛି ଯୁବତୀଙ୍କୁ ଦେଖି ୨  ରୋଡ୍‌ ରୋମିଓ ସେହିବାଟ ଦେଇ ବାରମ୍ବାର ଯିବାଆସିବା କରିବା ସହ  ଯୁବତୀମାନଙ୍କୁ କମେଣ୍ଟ୍‌ ମାରୁଥିଲେ । ବାଇକ୍‌କୁ ଭଁଭାଁ କରି ବାରମ୍ବାର ସେହିବାଟେ ଯିବାଆସିବା କରିବା ଓ  ଯୁବତୀମାନଙ୍କୁ କମେଣ୍ଟ୍‌ ମରାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ  ପାଇଥିଲା । ପୁଣି ଥରେ ସେମାନେ ସେହିବାଟ ଦେଇ ଯିବା ସମୟରେ କିଛି ଯୁବକ ବାଇକ୍‌କୁ ଅଟକାଇଥିଲେ । ହେଲେ ବାଇକ୍‌ ନ ଅଟକାଇବାରୁ ପଛରେ ବସିଥିବା ଯୁବକ ଜଣଙ୍କ ହାତ ଧରି ଭିଡ଼ି ଦେଇଥିଲେ । ଫଳରେ ଯୁବକ ଜଣକ ବାଇକ୍‌ରୁ  ଖସି ପଡ଼ିଥିଲା । ବାଇକ୍‌ ଚଳାଉଥିବା ରୋମିଓ ଜଣଙ୍କ ଦ୍ରୁତଗତିରେ ପଳାଇଥିଲା ।  ଖସି ପଡ଼ିଥିବା ରୋମିଓ ଉପରେ ଆରମ୍ଭ ହୋଇ ଯାଇଥିଲା ବିଧା, ଗୋଇଠା ଓ  ଚାପୁଡ଼ା ମାଡ଼ । ନିସ୍ତୁକ ମାଡ଼ ଖାଇ ଆଉ ଏଭଳି କରିବିନି ବୋଲି ଯୁବକ ଜଣଙ୍କ  ଲୋକଙ୍କୁ ନେହୁରା ହେଉଥାଏ । ତଥାପି ଚାଲିଥିଲା ମାଡ଼ । ଏହି ସମୟରେ  ଲୋକେ ପୁଲିସକୁ ଫୋନ୍‌ କରିବାରୁ ଭୟରେ ଯୁବକ ଜଣଙ୍କ ଲୋକଙ୍କ କବଳରୁ  ଖସି ଯାଇଥିଲା। ପଡ଼ି ଉଠି ଦୌଡ଼ିଥିଲା । କିଛି ଯୁବକ ପିଛା କରିଥିଲେ ମଧ୍ୟ  ଅନ୍ଧାର ସୁଯୋଗରେ ରୋମିଓ ଜଣଙ୍କ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.