ରାୟଗଡ(ଗଜପତି) ୨୮।୧୦  : ବାତ୍ୟା ମୋନ୍‌ଥା ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା   ଲାଗି ରହିଛି। ଏଥିଯୋଗୁଁ ମୁରେଇସାହି ରାସ୍ତା ଧୋଇ ହୋଇଯାଇଛି l ଫଳରେ ଡମ୍ବାଳ ଓ ଅମେଡା ପଞ୍ଚାୟତକୁ ଗମନାଗମନ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି l

ସୂଚନା ଅନୁଯାୟୀ, ରାୟଗଡ ବ୍ଲକରେ ସୋମବାର ଠାରୁ ବାତ୍ୟା ମୋନ୍‌ଥାର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି l ଫଳରେ ମୁରେଇସାହି ବ୍ରିଜ ନିକଟରେ ଥିବା ମଣ୍ଡଳସାହି - ମୁରେଇସାହି ରାସ୍ତା ଧୋଇ ହୋଇଯାଇଛି l ଯଦ୍ୱାରା ଡମ୍ବାଳ ଓ ଅମେଡା ପଞ୍ଚାୟତକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇପଡିଛି l ତେବେ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତା ସଜାଡି ଯୋଗାଯୋଗ ସ୍ୱାଭାବିକ କରିବାକୁ ଉଭୟ ପଞ୍ଚାୟତବାସୀ ଦାବୀ କରିଛନ୍ତି l