ପ୍ରମୂଖ ଖବର
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଗ୍ରାମ୍ୟ ଜଙ୍ଗଲରୁ ଗଛ କାଟିନେଲେ ଦୁର୍ବୃତ୍ତ

Published By : Prameya | May 21, 2025 7:02 PM

ଜହ୍ନାପଙ୍କ୨୧/୫: ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ସୃଷ୍ଟି କରାଯାଇଥିବା ଗ୍ରାମ୍ୟ ଜଙ୍ଗଲକୁ ଦୁର୍ବୃତ୍ତ ମାନେ କାଟି ଦେଇଛନ୍ତି। ଏ ହେଉଛି ବୌଦ୍ଧ ବ୍ଲକ୍‌ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ମଧୁପୁର ଗାଁର ଗ୍ରାମ୍ୟ ଜଙ୍ଗଲର ଦୃଶ୍ୟ। ସୂଚନାଯୋଗ୍ୟ ଯେ, ପ୍ରାୟ ୨୫/୩୦ ବର୍ଷ ତଳେ ଗ୍ରାମବାସୀଙ୍କ ପକ୍ଷରୁ ମଧୁପୁର ବନ୍ଧ ଚାରି ପଟେ ବିଭିନ୍ନ ପ୍ରକାରର ଗଛ ଲଗାଯାଇଥିଲା। ଏହାର ରକ୍ଷଣବେକ୍ଷଣ ଗ୍ରାମବାସୀ କରି ଆସୁଥିଲେ। ହେଲେ ଦୁଇ ତିନ ଦିନ ହେଲା ଏହି ଗଛ ଗୁଡିକ ଦିନବେଳେ କାଟୁ ଥିଲେ ମଧ୍ୟ ବନ ବିଭାଗ ନଜରରେ ନପଡିବା ପରିତାପର ବିଷୟ। ଏନେଇ ପରିବେଶବିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ମଧୁପୁର ବନ୍ଧ ହୁଡାରେ ଥିବା ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଗଛକୁ ୨୦ ବର୍ଷ ହେଲା ଜଗି ଆସୁଛନ୍ତି। ଏହି ଗଛ ଗୁଡ଼ିକ ବଡ଼ ହେବା ପର୍ଯ୍ୟନ୍ତ ଗ୍ରାମବାସୀ ଦେଖାରେଖା କରୁଥିଲେ। ଯିଏ ଗଛ କାଟୁଥିଲା ତାକୁ ଗ୍ରାମବାସୀ ଜରିମାନା ଲଗାଉଥିଲେ। ତେବେ ବର୍ତ୍ତମାନ ଗଛ କାଟୁଥିବା ଗ୍ରାମବାସୀ ଦେଖୁଥିଲେ ମଧ୍ୟ କିଛି କହୁନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.