ସୋରଡ଼ା,୨୪/୨ : ମନ୍ଦିରରୁ ଚୋରି କଲେ, ପରେ ଛାଡ଼ିଦେଇ ଚାଲିଗଲେ ଦୁର୍ବୃତ୍ତ । ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ସୋରଡ଼ା ଆସିକା ରାସ୍ତା ଜାତୀୟ ରାଜପଥ ପାର୍ଶ୍ଵ ସୁରମଣି ଗ୍ରାମ କାଳି ମନ୍ଦିରରେ । ଦୁର୍ବୃତ୍ତମାନେ ପଶି ମା’ଙ୍କ କିରଟି, ଆଖି, ଜିଭ, ସମେତ ପିତଳ ସାମଗ୍ରୀ ସବୁ ବାହାର କରି ତାକୁ ନ ନେଇ ପୁଣି କାଢି ପୁଟୁଳି ବାନ୍ଧି ମନ୍ଦିର ପରିସରରେ ରଖିଦେଇ ଚାଲି ଯାଇଛନ୍ତି I କିନ୍ତୁ ମନ୍ଦିର ପରିସରରେ ଥିବା ପାଣି ମୋଟର ଟିକୁ କାଢି ନେଇଯାଇଛନ୍ତି ବୋଲି ଆଇନଜୀବୀ ଭଗବାନ ମୁନି ସୂଚନା ଦେଇଛନ୍ତି I

ମା’ଙ୍କ ଅଳଙ୍କାର, ବେଶ ଭୁଷା ଚୋରି କରି ନେବା ସମୟରେ ମନ ଭିତରେ ଭୟ ଜାତ ହେବାରୁ ସେଗୁଡ଼ାକୁ ପୁଣି ରଖି ଦେଇ ଯାଇଥିବା ଆଲୋଚନା ହେଉଛି I ୨୦୨୪ମେ ମାସରେ ପ୍ରତିଷ୍ଠା ହୋଇଥିବା ସୁନ୍ଦର ପରିବେଶରେ ନୂତନ ନିର୍ମାଣ ଶୈଳୀରେ ନିର୍ମିତ ଏହି ମନ୍ଦିର ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବାବେଳେ ଏଠାରେ ପ୍ରତ୍ୟେକ୍ଷ ଠାକୁରାଣୀ ବିଜେ କରୁଥିବା କୁହାଯାଇଛି I

ତେଣୁ ଚୋର ଚୋରି କରିବା ପରେ ମାନସିକତାରେ ହଠାତ ପରିବର୍ତ୍ତନ ହୋଇ ମା’ଙ୍କ ସାମଗ୍ରୀ ରଖିଦେଇ ପଳେଇଛି ବୋଲି ବହୁ ଭକ୍ତ କହିଛନ୍ତି I ଖବରପାଇ ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।