ନୂଆଦିଲ୍ଲୀ, ୨୯/୯ : ଚୀନ ବୈଜ୍ଞାନକଙ୍କ ନୂଆ ଉପଲବ୍ଧି। ତିଆରି କଲେ ସ୍ଵତନ୍ତ୍ର ପକ୍ଷୀ ରୋବଟ୍। ଆକାଶରେ ଉଡ଼ିବ, ଶତ୍ରୁଙ୍କ ଉପରେ ନଜର ରଖିବ। ନିଜେ ନିଜେ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ ବି କରିବ। ଏକ ଜୀବନ୍ତ ପକ୍ଷୀ ଭଳି ଆକାଶରେ ଚକ୍କର କାଟିବ। ନିଜ ସ୍ପିଡ୍ ନିଜେ ମ୍ୟାନେଜ୍ କରିବ। ଏହାର ନାମ RoboFalcon 2.0। ଏଥିରେ ଫ୍ଲପିଙ୍ଗ ୱିଙ୍ଗ୍ ବ୍ୟବହାର କରାଯାଇଛି। ଏହାର ଓଜନ ୮୦୦ ଗ୍ରାମ୍। ଏହା ଆପେ ଆପେ ସ୍ଵିପିଂ ଓ ଫୋଲ୍ଡିଂ ହୋଇପାରିବ। ଯେଉଁଥିପାଇଁ ଏହା ଆରାମରେ ଏକ ସାଧାରଣ ପକ୍ଷୀଟିଏ ଭଳି ଆକାଶରେ ଉଡ଼ିପାରିବ। 

ଚୀନ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, RoboFalcon 2.0 ଏବେ ଏକ କନସେପ୍ଟ ମଡେଲ। ଏହି ରୋବଟର ଆହୁରି ପରୀକ୍ଷଣ ବାକି ଅଛି। ଏସବୁ ପରୀକ୍ଷଣ ସରିଲେ ଫାଇନାଲ୍ ଭର୍ସନ ଜାରି କରାଯିବ। ତେବେ ଫାଇନାଲ୍ ଭର୍ସନର ଲଞ୍ଚିଂ ତାରିଖ କିମ୍ଵା ଟାଇମ୍‌ଲାଇନ୍ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ। ଏହି ରୋବଟ୍‌ରେ କିଛି ସମସ୍ୟା ମଧ୍ୟ ରହିଛି। ଯେପରିକି ଏହି ରୋବୋଟ୍ ଏବେ ବାମରୁ ଡାହାଣକୁ ଓ ଡାହାଣରୁ ବାମକୁ ଉଡ଼ିପାରିବ ନାହିଁ। ଏହାର ପାୱାର ଦକ୍ଷତା ଉପରେ ମଧ୍ୟ କାର୍ଯ୍ୟ ଚାଲିଛି। ସବୁ ପରୀକ୍ଷଣ ପରେ ଏହି ରୋବୋଟକୁ ମାର୍କେଟ୍‌କୁ ଲଞ୍ଚ କରାଯିବ।

​​​​​​​ସମୟ ବଦଳିବା ସହ ଏବେ ବଦଳୁଛି ଉପାୟ। ମଣିଷ ଅପେକ୍ଷା କାମ କରୁଛନ୍ତି ରୋବଟ। ଅତ୍ୟାଧୁନିକ ଯୁଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଲଟିଛି ବଡ଼ ଅସ୍ତ୍ର। ସମସ୍ତଙ୍କ ଠାରୁ ଆଉ ପାଦେ ଆଗକୁ ଯିବା ଲକ୍ଷ୍ୟରେ ଚୀନ। ମଶା ଡ୍ରୋନ, ମହୁମାଛି ସେନା ପରେ ଏବେ ପକ୍ଷୀ ରୋବଟ ତିଆରି କରୁଛି ଡ୍ରାଗନ୍।