ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ୟୁରୋପର ସ୍ପେସ୍‌ ପ୍ରୋଜେକ୍ଟକୁ ବଡ଼ ଝଟ୍‌କା, ଉତ୍‌କ୍ଷେପଣର ମାତ୍ର ୪୦ ସେକେଣ୍ଡ ପରେ ଖସିପଡ଼ିଲା ରକେଟ୍‌

Published By : Tapas Panda | March 30, 2025 10:18 PM

Image Courtesy: yahoo

ନୂଆଦିଲ୍ଲୀ: ୟୁରୋପର ମହାକାଶ କାର୍ଯ୍ୟକ୍ରମକୁ ଏକ ବଡ଼ ଝଟକା ଲାଗିଛି । ରବିବାର ନରୱେରେ ଉଡ଼ାଣ ଭରିବାର ମାତ୍ର ୪୦ ସେକେଣ୍ଡ ପରେ ରକେଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ରକେଟଟି ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । 

ରିପୋର୍ଟ ଅନୁସାରେ, ଏହି ରକେଟ୍ ୟୁରୋପରୁ ସାଟେଲାଇଟ୍ ପ୍ରକ୍ଷେପଣକୁ ତ୍ୱରାନ୍ୱିତ କରିବା ପାଇଁ ବିକଶିତ କରାଯାଇଥିଲା। କିନ୍ତୁ, ଉଡ଼ାଣ ଭରିବା ପରେ ଏହା ତଳେ ଖସିପଡ଼ିଥିଲା ଏବଂ ବିସ୍ଫୋରଣ ଘଟିଥିଲା। ଜର୍ମାନ ଷ୍ଟାର୍ଟଅପ୍ ଇସାର ଏରୋସ୍ପେସ୍ ଏହାକୁ ଏକ ପ୍ରାରମ୍ଭିକ ପରୀକ୍ଷଣ ବୋଲି କହିଛି।

ରିପୋର୍ଟ ଅନୁଯାୟୀ, ସ୍ପେକ୍ଟ୍ରମ୍ ରକେଟ୍ ୟୁରୋପରୁ ଉତକ୍ଷେପଣ ହୋଇଥିଲା । ଇସାର ଏରୋସ୍ପେସ୍ କହିଥିଲା ଯେ, ପ୍ରାରମ୍ଭିକ ଲଞ୍ଚ ଆଶା କରାଯାଇଥିବା ସମୟଠାରୁ ଶୀଘ୍ର ଶେଷ ହୋଇପାରେ। ରକେଟ୍ ବିସ୍ଫୋରଣ ହୋଇଯିବା ପରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି । ଯାହା ଭବିଷ୍ୟତ ମିଶନ ପାଇଁ ଉପଯୋଗୀ ହେବ।

ପ୍ରତ୍ୟେକ ଉଡ଼ାଣ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଆମକୁ ତଥ୍ୟ ଏବଂ ଅଭିଜ୍ଞତା ପ୍ରଦାନ କରେ। ୩୦ ସେକେଣ୍ଡର ଉଡ଼ାଣ ମଧ୍ୟ ଆମ ପାଇଁ ଏକ ବଡ଼ ସଫଳତା ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । 

ଇସାର ଏରୋସ୍ପେସର ସହ-ପ୍ରତିଷ୍ଠାତା ଏବଂ ସିଇଓ ଡାନିଏଲ୍ ମେଟଜଲର କହିଛନ୍ତି, କମ୍ପାନି ଏହି ପରୀକ୍ଷଣ ମାଧ୍ୟମରେ କକ୍ଷପଥରେ ପହଞ୍ଚିବ ବୋଲି ଆଶା କରିନଥିଲା। ନରୱେର ଆର୍କଟିକ୍ ଆଣ୍ଡୋୟା ସ୍ପେସପୋର୍ଟରୁ ଉତକ୍ଷେପଣ କରାଯାଇଥିବା ସ୍ପେକ୍ଟ୍ରମ୍ ରକେଟ୍ ଛୋଟ ଏବଂ ମଧ୍ୟମ ଆକାରର ସ୍ୟାଟେଲାଇଟ୍‌ (ଏକ ମେଟ୍ରିକ୍ ଟନ୍ ଓଜନ) । ଏହି ପ୍ରଥମ ପରୀକ୍ଷଣ ଉଡ଼ାଣରେ କୌଣସି ପେଲୋଡ୍ ନଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.