କଳିଙ୍ଗନଗର, ୨୦/୧୨ : କଳିଙ୍ଗନଗର ଶିଳ୍ପାଞ୍ଚଳ ଅଧୀନରେ ଥିବା ରୋହିତ ଫେରୋଟେକ୍ ମୁଖ୍ୟ ଫାଟକ ସମ୍ମୁଖରେ ମଜଦୁର ୟୁନିଅନର ଆନ୍ଦୋଳନ। ୭ଦଫା ଦାବି ନେଇ ମଜଦୁର ୟୁନିଅନ ପକ୍ଷରୁ ଆଜି ସକାଳୁ ଆନ୍ଦୋଳନ କରାଯାଉଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ସ୍ଥାୟୀ କର୍ମଚାରୀ ସଙ୍ଘ ଏହି ଆନ୍ଦୋଳନକୁ ଓହ୍ଲାଇଛି।
ଦାବି ମୁତାବକ, ତତ୍କାଳୀନ ପରିଚାଳନା (ଟାଟା ଷ୍ଟିଲ ମାଇନିଂ ଲିମିଟେଡ) ଓ ଏହାର ସ୍ଵୀକୃତିପ୍ରାପ୍ତ ୟୁନିଅନ୍ ଟାଟା ଷ୍ଟିଲ ମାଇନିଂ ୱାର୍କର୍ସ ୟୁନିଅନ ମଧ୍ୟରେ ୩୦/୮/୨୦୨୩ରେ ମଜୁରୀ ସଂଶୋଧନ ଓ ଆନୁଷଙ୍ଗିକ ବିଷୟ ଉପରେ ଏକ ଦ୍ୱିପାକ୍ଷିକ ସମାଧାନ ହୋଇଥିଲା। ଏହା ୭ବର୍ଷ ପାଇଁ ୩୦/୮/୨୦୨୯ ପର୍ଯ୍ୟନ୍ତ ବଳବତ୍ତର ଥିଲା। ମଜଦୁର ୟୁନିଅନର ବିନା ପ୍ରତିନିଧିତ୍ଵରେ ସାମୂହିକ ଆଲୋଚନା କରାଯାଇ ପ୍ଲାଣ୍ଟରେ ବଳପୂର୍ବକ ଲାଗୁ କରାଯାଇଥିଲା। ଶିଳ୍ପ ବିବାଦ ଆଇନ ୧୯୪୭ ଓ ଟ୍ରେଡ ୟୁନିଅନ ଆଇନ ୧୯୨୬ରେ ମଧ୍ୟ ଉଲଙ୍ଘନ କରାଯାଇଥିଲା। ଏ ଭଳି ସାତ ଦଫା ଦାବି ନେଇ ଆନ୍ଦୋଳନକାରୀ ହୋହାଲ୍ଲା କରିଥିଲେ। ଦାବି ପୂରଣ ନହେଲେ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ଶତାଧିକ କର୍ମଚାରୀ ଓ ଶ୍ରମିକ ସାମିଲ ହୋଇଛନ୍ତି।
ଏହି ଖବରଟିକୁ ପଢନ୍ତୁ-ଟିଜିଟି ପଦରେ ନିଯୁକ୍ତିକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବିଏଡ୍ ସ୍ପେସାଲ୍ ଏବଂ ବିଏଡ୍ ଜେନେରାଲ୍ ଯୋଗ୍ୟତା ସମାନ