ମୁମ୍ବାଇ,୨୯/୮ :  ହିଟ୍ ମ୍ୟାନ ଖୋଲିଲେ ରାଜ୍ । କିଭଳି ମାରନ୍ତି ଲମ୍ବା ଲମ୍ବା ଛକ୍କା । ଏକ ଇଭେଣ୍ଟରେ ସେ ସାକ୍ଷାତକାର ସମୟରେ କହିଛନ୍ତି । କେଉଁ ବୋଲରଙ୍କ ବଲରେ ସେ ବେଶୀ ମାରନ୍ତି କହିଲେ । ଭାରତୀୟ ଟିମର ଭେଟରାନ ଓପନର ରୋହିତ ଶର୍ମାଙ୍କୁ କ୍ରିକେଟ ଇତିହାସର ସବୁଠାରୁ ବଡ଼ ପାଓ୍ବର- ହିଟର୍ସଙ୍କ ମଧ୍ୟରୁ ଜଣେ ବୋଲି ଧରାଯାଏ । ରୋହିତଙ୍କ ନାଁରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ଅଧିକ ଛକ୍କା ଲଗାଇବାର ରେକର୍ଡ଼ ରହିଛି । ସେ ଏବେ ପର୍ଯ୍ୟନ୍ତ ୬୩୭ଛକ୍କା ମାରି ସାରିଛନ୍ତି । ରୋହିତ ଓ୍ବାନଡେରେ ୯୩ ଏବଂ ଟି-୨୦ରେ ୧୪୦ର ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରିଥାନ୍ତି । ମାତ୍ର ନିକଟରେ ଏକ ଇଭେଣ୍ଟରେ ଯେତେବେଳେ ତାଙ୍କୁ ପଚରାଗଲା କି ସେ କେଉଁ ବୋଲରଙ୍କ ବିପକ୍ଷରେ ଛକ୍କା ମାରିବାକୁ ଅଧିକ ପସନ୍ଦ କରିଥାନ୍ତି । ରୋହିତ ଏଭଳି ଉତ୍ତର ଦେଲେ କି ଯାହା ପରେ ପୂରା ମାହୋଲ ତାଳିରେ ଫାଟି ପଡ଼ିଥିଲା ।

ରୋହିତ ନିକଟରେ ଏକ ଇଭେଣ୍ଟରେ ପହଞ୍ଚିଥିଲେ । ଏହି ଇଭେଣ୍ଟ ସମୟରେ ତାଙ୍କୁ ପଚରାଗଲା କି, ‘ଏଭଳି ଜଣେ ବୋଲରଙ୍କ ନାଁ କୁହନ୍ତୁ ଯାହାଙ୍କୁ ଆପଣ ଛକ୍କା ମାରିବାକୁ ପସନ୍ଦ କରିବେ ? ଏହାର ଉତ୍ତରରେ ରୋହିତ ଏଭଳି ଉତ୍ତର ଦେଲେ କି ପୂରା କ୍ରାଉଡ ଜୋରରେ ଚିୟର କରିବାକୁ ଲାଗିଲା ଏବଂ ତାଳି ବାଜିବାକୁ ଲାଗିଲା ।

ରୋହିତ କହିଥିଲେ କି, ସବୁ ଲୋକ । କୌଣସି ବି ବୋଲରଙ୍କ ସାମ୍ନାରେ ବ୍ୟାଟିଂ କରିଥାଏ ତ ଏହା ଭାବିଥାଏ କି ତା’ର ବଲକୁ ମାରିବାରେ ଅଛି ମୋତେ । ସେପରି କେହି ନାହାନ୍ତି ଯେ କେବଳ ଗୋଟିଏ ବ୍ୟକ୍ତି ଅଛି, ମୋତେ କେବଳ ତାକୁ ମାରିବାକୁ ପଡିବ। ରୋହିତ ଆହୁରି ମଧ୍ୟ କହିଛନ୍ତି କି, ମୋର ତ ଏଭଳି ଅଟେ, କାହାରି ବିଷୟରେ କହିପାରିବିନି । କିନ୍ତୁ ମୋ ମନରେ ଏଭଳି ଆସିଥାଏ କି ମୋ ସାମ୍ନାରେ ଯିଏ ଆସିବ ମୋତେ ଭଲ କରିବାରେ ଅଛି ଏବଂ ତାକୁ ପ୍ରେସରରେ ପକାଇବାରେ ଅଛି । ମୋର ନିଜର ଷ୍ଟାଇଲ୍ ଅଛି ପ୍ରେଶରରେ ପକାଇବାକୁ, ଫଳରେ ମୁଁ ପ୍ରୟାସ କରିଥାଏ ।’