ନୂଆଦିଲ୍ଲୀ, ୧୫/୨ : ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଟି-୨୦ ବିଶ୍ବକପ ୨୦୨୬ ମ୍ୟାଚ ସମୟରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ପାକିସ୍ତାନର ପୂର୍ବତନ କ୍ରିକେଟର ଓ୍ବାସିମ୍ ଆକ୍ରାମଙ୍କ ସହ ହାତ ମିଳାଇବା ସହ କୋଳେଇ ଥିଲେ ରୋହିତ ଶର୍ମା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ମ୍ୟାଚ ସମୟରେ ହାତ ମିଳାଇ ନଥିଲେ । ମାତ୍ର ରୋହିତ ହାତ ମିଳାଇବା ସହ ତାଙ୍କୁ କୋଳାଇଥିଲେ ।

 

କେବଳ ରୋହିତ ଶର୍ମା ନୁହେଁ, ଅନ୍ୟ ଭାରତୀୟ କ୍ରିକେଟରମାନେ ମଧ୍ୟ ପାକିସ୍ତାନୀ ଖେଳାଳିଙ୍କ ସହ କଥାବାର୍ତ୍ତା ଏବଂ ମଜା କରୁଥିବାର ଦେଖାଯାଇଥିଲା। ହରଭଜନ ସିଂହ ଏବଂ ମିସବା-ଉଲ-ହକଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ସୁନୀଲ ଗାଭାସ୍କର ଏବଂ ୱାକାର ୟୁନିସଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଟିମ୍ ଇଣ୍ଡିଆର ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଉ ନଥିବା ବେଳେ, ପୂର୍ବତନ ଭାରତୀୟ ଏବଂ ପୂର୍ବତନ ପାକିସ୍ତାନୀ କ୍ରିକେଟରମାନେ ଏକାଠି ଦେଖାଯାଉଛନ୍ତି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସମାନେ ଟ୍ରୋଲ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହାସହ ପଢ଼ନ୍ତୁ : ଗୀତା ପଟ୍ଟନାୟକଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ବିଶିଷ୍ଟ ବ୍ୟକ୍ତି ବିଶେଷ