ନୂଆଦିଲ୍ଲୀ : ପାଞ୍ଚଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନର ଆରମ୍ଭ ଭଲ କରିଥିଲା । କୋଲକାତାକୁ ହରାଇ ଦମଦାର ପ୍ରଦର୍ଶନ କରିଥିଲା । ହେଲେ ପରେ ଦଳର ପରାଜୟ ହୋଇଚାଲିଛି । ଏହାରି ଭିତରେ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଆହତ ଦଳ ପାଇଁ ଅଧିକ ଚିନ୍ତାର କାରଣ ପାଲଟିଛି । ହିଟମ୍ୟାନ ରବିବାର ଖେଳାଯାଇଥିବା ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ । ଯେଉଁ କାରଣରୁ ସେ ରିଟାର୍ଡ ହଟ୍ ହୋଇ ପାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ । ଏବେ ରୋହିତ ମେଡିକାଲକୁ ଯାଇପାରନ୍ତି ବୋଲି ଖବର ଆସିଛି । ଯାହା ମୁମ୍ବାଇ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଲାଣି ।

ରବିବାର ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ବ୍ୟାଟିଂ କରୁଥିବା ସମୟରେ ଆଘାତ ପାଇଥିଲେ ରୋହିତ । କୃନାଲଙ୍କ ବଲରେ ଏକ ରନ୍ ନେବାବେଳେ କଷ୍ଟ ଅନୁଭବ କରିଥିଲେ । ଶେଷରେ ଷଷ୍ଠ ଓଭରରେ ବାଧ୍ୟହୋଇ ରିଟାର୍ଡ ହଟ୍ ହୋଇ ପାଭିଲିୟନ୍ ଫେରିଥିଲେ । ତେବେ ଫିଜିଓ ତାଙ୍କର ପରୀକ୍ଷା କରିବା ପରେ କହିଛନ୍ତି କି, ମେଡିକାଲ ଯାଇପାରନ୍ତି ରୋହିତ । ତାଙ୍କର ହାମଷ୍ଟ୍ରିଙ୍ଗରେ ଆଘାତ ଲାଗିଛି । ଏଣୁ ସ୍କାନ କରାଯିବ । ଯଦି କିଛି ରିପୋର୍ଟ ଆସେ କିମ୍ବା ବଡ଼ ଧରରଣର ଆଘାତ ଲାଗିଥାଏ ତାହେଲେ ସେ ବାଦ ମଧ୍ୟ ପଡ଼ିପାରିନ୍ତି । ଏବେ ମୁମ୍ବାଇର ଚିନ୍ତା ବଢ଼ିଗଲାଣି । ଦଳ ଗୋଟିଏ ପରେ ଗୋଟିଏ ପରାଜୟ ବରଣ କରୁଥିବାବେଳେ ରୋହିତଙ୍କ ସ୍ଥାନରେ କାହାକୁ ଖେଳାଇବେ । ଯିଏ ଦ୍ରୁତଗତିରେ ପାଳି ଆରମ୍ଭ କରିପାରିବେ ।

ରୋହିତ ନିଜର ପ୍ରଥମ ମ୍ୟାଚରେ କୋଲକାତାର ବୋଲରଙ୍କୁ ଧୂଲେଇ କରିବା ସହ ମ୍ୟାଚକୁ ଜିତାଇଥିଲେ । ସେ ୮୩ ରନର ପାଳି ଖେଳିଥିଲେ । ୪ ମ୍ୟାଚରେ ରୋହିତ ୧୩୭ ରନ୍ କରିପାରିଛନ୍ତି । ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ବଡ଼ ସଟ ଖେଳିବା ଆରମ୍ଭ କରିଥିଲେ । ମାତ୍ର ସେ ଆଘାତ ପାଇଥିଲେ । ଯେଉଁ କାରଣରୁ ୧୩ ବଲରୁ ୧୯ ରନ୍ କରିଥିବାବେଳେ ରିଟାର୍ଡ ହଟ୍ ହୋଇ ପାଭିଲିୟନ୍ ଫେରିଥିଲେ । ତେବେ ରୋହିତଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସେ କିମ୍ବା ମୁମ୍ବାଇ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । ସେପଟେ ଆସନ୍ତା ମ୍ୟାଚରେ ମୁମ୍ବାଇ ପଞ୍ଜାବ ବିପକ୍ଷରେ ଖେଳିବ । ଏହି ମ୍ୟାଚରେ ରୋହିତ ଖେଳିବେ କି ନାହିଁ ଏହା ଉପରେ ରହିଛି ଫ୍ୟାନ୍ସଙ୍କ ନଜର । 

ଏହାସହ ପଢ଼ନ୍ତୁ : ପଞ୍ଚଭୂତରେ ଲୀନ ହେଲେ ଆଶା ଭୋସଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ