ମୁମ୍ୱାଇ : ଖୁବ୍ ଶୀଘ୍ର ବଲିଉଡରେ ‘କାଲା ହିରଣ’ ନାମକ ଫିଲ୍ମ ରିଲିଜ ହେବାକୁ ଯାଉଛି। କୁହାଯାଉଛି ଏହା ସଲମାନ ଖାନଙ୍କ ଉପରେ ଆଧାରିତ। ଏହାର ଷ୍ଟୋରୀ ସୁପରଷ୍ଟାରଙ୍କ ବିବାଦୀୟ ୧୯୯୮ ବ୍ଲାକବକ୍ କେସର, ଯେଉଁଥିରେ ସଲମାନଙ୍କର ଚରିତ୍ର କାଶିଫ ଇକବାଲ କରୁଛନ୍ତି। ନିକଟରେ ଏହାର ଟ୍ରେଲର ସାମ୍ନାକୁ ଆସିଥିଲା , ଯେଉଁଥିରେ ଆହୁରି ଅନେକ କଳାକାର ନଜର ଆସି ଥିଲେ।
ଫିଲ୍ମ ‘କାଲା ହରିଣ’ରେ ଗୋବିନ୍ଦା ନାମଦେବ ମଧ୍ୟ ଅଛନ୍ତି, ଯିଏକି ସଲମାନଙ୍କ ସହ ସୁପରହିଟ୍ ଫିଲ୍ମରେ କାମ କରିଥିଲେ। ନିକଟରେ ସେ ଏହି ଫିଲ୍ମରେ କାମ କରିବାକୁ ନେଇ ନିଜର ପକ୍ଷ ରଖିଥିଲେ। ଗୋବିନ୍ଦ ନାମଦେବଙ୍କ କହିବାନୁସାରେ , ତାଙ୍କୁ ମିଛ କହି ଫିଲ୍ମ ସୁଟ୍ କରାଯାଇ ଥିଲା। ଯଦି ତାଙ୍କୁ ଟିକିଏ ବି ଜଣାପଡି ଯାଇଥାନ୍ତା ଯେ, ଏଥିରେ ସଲମାନଙ୍କୁ ଭୁଲ ଉପାୟରେ ଉପସ୍ଥାପନ କରାଯାଛି, ତ ସେ ଏଥିରେ କେବେ କାମ କରି ନଥାନ୍ତେ । ଅଭିନେତା ସୁପରଷ୍ଟାରଙ୍କୁ ନିଜର ବନ୍ଧୁ ବୋଲି କହିଛନ୍ତି।
ଅମର ଉଜାଲା ସହ କଥାବାର୍ତ୍ତାରେ ଗୋବିନ୍ଦ ନାମଦେବ କହିଥିଲେ – ଯେମିତି ହିଁ ମୁଁ ଟ୍ରେଲର ଦେଖିଲି , ମୋ ହୃଦୟ ଦୋହଲି ଗଲା।ମୋ ତୁରନ୍ତ ବୁଝିଗଲି ଯେ, ମୋତେ ଯେଉଁ କାମ ପାଇଁ ସୁଟ୍ କରାଯାଇ ଥିଲା ,ମାମଲା ଏହାଠାରୁ ପୂରା ଭିନ୍ନ। ଆମକୁ କେବେ କୁହାଯାଇ ନଥିଲା ଯେ, ଫିଲ୍ମରେ ସଲମାନ ଖାନଙ୍କ ସହ ମିଶୁଥିବା ଚରିତ୍ର କରି ତାଙ୍କୁ ଏହିପରି ଭୁଲ ଉପାୟରେ ଉପସ୍ଥାପନା କରାଯିବ। ଟ୍ରେଲର ଦେଖିବା କ୍ଷଣି ମୋତେ ଲାଗିଲା ଯେ, ମୋତେ ଅନ୍ଧାରରେ ରଖି ବ୍ୟବହାର କରାଯାଇଛି। ମୋତେ ଯାହା କୁହାଯାଉ ଥିଲା ଏବଂ ଯାହା ତିଆରି କରାଗଲା , ଏଥିରେ ଆକାଶ ପାତାଳ ତଫାତ୍।
ସଲମାନ ଓ ଆମେ ଗୋଟିଏ ଇଣ୍ଡଷ୍ଟ୍ରୀର , ସେ ମୋର ବନ୍ଧୁ। ମୁଁ କେବେ ତାଙ୍କ ବିରୁଦ୍ଧରେ ଯାଇ ଏମିତି କିଛି କରି ପାରିବି ନାହିଁ।ଯଦି ମୋତେ ପୂର୍ବରୁ ଜଣାଥାନ୍ତା ଯେ, ଫିଲ୍ମକୁ ଏହିପରି ପ୍ରଦର୍ଶିତ କରାଯିବ ତ ମୁଁ ସେହି ସମୟରେ ମନା କରିଦେଇ ଥାନ୍ତି। ସତ ଜାଣିଥିଲେ ମୁଁ ଏହି ଫିଲ୍ମ କେବେ ବି କରି ନଥାନ୍ତି।
ଗୋବିନ୍ଦ ନାମଦେବ ଆହୁରି କହିଛନ୍ତି –ପ୍ରଡ୍ୟୁସର ଅମିତ ଜାନି ତାଙ୍କୁ କଣ କହି ଫିଲ୍ମ ସାଇନ କରାଇ ଥିଲେ। ସେ କହିଥିଲେ – ମୋତେ କୁହାଯାଇ ଥିଲା ଯେ, ଆମେ ‘ସମ୍ଭଲ’ ନାମକ ଫିଲ୍ମ ତିଆରି କରୁଛୁ। ସଂପୂର୍ଣ୍ଣ କାହାଣୀ ସମ୍ଭଲ ସହର , ଏହାର ଧାର୍ମିକ ଇତିହାସ ଓ ଭଗବାନ କଲ୍କିଙ୍କ ଆଗମନ ହ ଜଡ଼ିତ ପ୍ରସଙ୍ଗ ଉପରେ ଶୁଣା ଯାଇଥିଲା। ମୋତେ ସେହି ଫିଲ୍ମର ସୁଟିଂ ବୁଝାଇ ଡକାଯାଇ ଥିଲା। ମୁଁ ସେହି ଭରସାରେ ସେଠାରେ ପହଞ୍ଚିଲି। ସେହି ସମୟରେ ମୋତେ କେବେବି ଅନ୍ଦାଜା ନଥିଲା ଯେ ପରେ କାହାଣୀ ସଂପୂର୍ଣ୍ଣ ଭାବେ ଅନ୍ୟ ଦିଗକୁ ଚାଲି ଯିବ।
ଆହୁରି ମଧ୍ୟ ପଢନ୍ତୁ : 'Tadap Tadap' song : ଖୁବ୍ ଜୋରରେ କାନ୍ଦୁ ଥିଲେ ସଲମାନ ଖାନ , ‘ ତଡପ –ତଡପ ’ ଗୀତ ଶୁଣି ଅଭିନେତାଙ୍କୁ ହେଉ ଥିଲା କଷ୍ଟ
ପରେ ମୋତେ କୁହାଗଲା ଯେ, ଆମେ 'କାଲା ହିରଣ' ନାମକ ଆଉ ଏକ ଫିଲ୍ମ କରୁଛୁ। ଏଥିରେ ସଲମାନ ଖାନଙ୍କ ସହ ଜଡ଼ିତ କାଲେ ହିରଣ କେସରେ କୋର୍ଟ ଭିତରେ ଯାହା କିଛି ହୋଇଥିଲା , ବାସ୍ ସେ ସବୁ ଦେଖାଯିବ। ମୋତେ କୁହାଯାଇ ଥିଲା ଯେ, କେବଳ କୋର୍ଟର ଲମ୍ୱା ସିନ ଅଛି ଏବଂ ଆପଣଙ୍କୁ କେବଳ ତାହା ହି କରିବାର ଅଛି । ଏହା ମଧ୍ୟ କୁହାଯାଇ ଥିଲା ଯେ, ଆମ ପକ୍ଷରୁ କିଛି ନୂଆ ଯୋଡ଼ା ଯିବ ନାହିଁ। ଲୋକଙ୍କୁ କେବଳ ତାହା ହିଁ ଦେଖାଇବାର ଅଛି , ଯାହା କୋର୍ଟରେ ହୋଇଥିଲା। ମୁଁ ଭାବିଲି ଯଦି ରେକର୍ଡରେ ଥିବା ଜିନିଷକୁ ଦେଖା ଯାଉଛି ତ ଏଥିରେ ଭୁଲ କଣ ଅଛି , ଏଥିପାଇଁ ମୁଁ ରାଜି ହୋଇ ଗଲି।