ମୁମ୍ବାଇ,୧୩/୬ : ସନି ଦେଓଲ ଏବଂ ଅକ୍ଷୟ ଖନ୍ନାଙ୍କୁ ଖୁବଶୀଘ୍ର ଓଟିଟିରେ ଦେଖିବାକୁ ମିଳିବ । ଗତ ଦିନରେ ନେଟଫ୍ଲିକ୍ସର ଅରଜିନାଲ ଫିଲ୍ମ ଇକ୍କାର ଟିଜର ରିଲିଜ୍ କରାଯାଇଥିଲା । ଯେଉଁଥିରେ ସନି ଦେଓଲ ଏବଂ ଅକ୍ଷୟ ଖନ୍ନା ମୁହାଁମୁହିଁ ନଜର ଆସିଥିଲେ । କିନ୍ତୁ ଏବେ ନେଟଫ୍ଲିକ୍ସ ରିଲିଜ ଡେଟର ଘୋଷଣା କରି ଦେଇଛି । ମେକର୍ସ ସୂଚନା ଦେଇଛନ୍ତି କି ଇକ୍କା ୧୦ଜୁଲାଇରେ ନେଟଫ୍ଲିକ୍ସରେ ରିଲିଜ ହେବ । ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ଉତ୍ସାହିତ ହୋଇପଡ଼ିଛନ୍ତି । ଏହିଭଳି ଭାବେ ଧୁରଂଧର ପରେ ରହମାନ ଡକାୟତ ତଥା ଅକ୍ଷୟ ଖନ୍ନାଙ୍କ ଏହା ପ୍ରଥମ ରିଲିଜ୍ ହେବ । ସେହିଭଳି ସନି ଦେଓଲଙ୍କ ଫିଲ୍ମ ଆସିବାକୁ ସମୟ ବାକି ଅଛି ।
ନେଟଫ୍ଲିକ୍ସର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏହି କୋର୍ଟ ରୁମ୍ ଡ୍ରାମାର ରିଲିଜ ଡେଟ୍ ସେୟାର କରି କ୍ୟାପସନରେ ଲେଖାଯାଇଛି କି, ତାରିଖ ଆସିଯାଇଛି । କାନୁନର ଖେଳରେ ଇକ୍କା ଖୁବଶୀଘ୍ର ଆସିବ । ଦେଖନ୍ତୁ ଇକ୍କା ୧୦ଜୁଲାଇରେ ନେଟଫ୍ଲିକ୍ସରେ । ଏହି ପୋଷ୍ଟରେ ଫ୍ୟାନ୍ସ ଏବଂ ସେଲେବ୍ସ ଫାୟର ଏବଂ ହାଇ ଇମୋଜୀ ସେୟାର କରି ରିଆକ୍ସନ ଦେଇଛନ୍ତି । ଅକ୍ଷୟ ଖନ୍ନାଙ୍କୁ ନେଇ ଖୁବ୍ କମେଣ୍ଟ କରାଯାଇଛି ଏବଂ ଲୋକ କହୁଛନ୍ତି କି ଅକ୍ଷୟ ଖନ୍ନା ମୁଖ୍ୟ ସେଂସେଶନ ଅଛନ୍ତି ।