ମୁମ୍ବାଇ,୧୩/୬ : ଫିଲ୍ମର ରିଲିଜ୍ ପୂର୍ବରୁ ଯେତେ ଅପେକ୍ଷା ଟ୍ରେଲରକୁ ନେଇ ହୋଇଥାଏ ସେତିକି ଉତ୍ସାହ ତା‘ର ରନଟାଇମ୍ ଏବଂ କଣ୍ଟେଣ୍ଟକୁ ନେଇ ବି ରହିଥାଏ । ଆଜିକାଲି ଫିଲ୍ମରେ ତ ଏକ୍ସପେରିମେଣ୍ଟ ହେଉଛି । କିନ୍ତୁ ଏହାସହ ଟ୍ରେଲର ସହ ବି ଭିନ୍ନ ଭିନ୍ନ ଜିନିଷ ଅଣାଯାଉଛି । ଏବେ ଫିଲ୍ମର ଟ୍ରେଲରର ଲମ୍ବା ରନଟାଇମ୍ ବି ଚର୍ଚ୍ଚାରେ ରହିଛି। ଗତ କିଛି ଫିଲ୍ମରେ ଏଭଳି ଦେଖିବାକୁ ମିଳିଛି ।
ସାଧାରଣତ ଫିଲ୍ମର ଟ୍ରେଲର ୨ରୁ ୩ମିନିଟ ହୋଇଥାଏ । କିନ୍ତୁ କିଛି ଫିଲ୍ମ ମେକର୍ସ ଏହି ଟ୍ରେଣ୍ଡକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଇଛନ୍ତି । ଏଥିରେ ବଲିଉଡ଼ର ବଡ଼ ବଜେଟ ଫିଲ୍ମରୁ ନେଇ ଅନ୍ତର୍ଜାତୀୟ ଫିଲ୍ମ ପର୍ଯ୍ୟନ୍ତ ସାମିଲ ରହିଛି । ଆସନ୍ତୁ ଜାଣିବା ସେହି ୫ଫିଲ୍ମ ବିଷୟରେ । ଯାହାର ଟ୍ରେଲର ରନଟାଇମ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।
ଏମ୍ବିଶନ
ଏହି ଲିଷ୍ଟରେ ସବୁଠାରୁ ଉପରେ ସ୍ବିଡିଶ ଫିଲ୍ମମେକର ଏଣ୍ଡର୍ସ ଓ୍ବେବର୍ଗର ଏକ୍ସପେରିମେଣ୍ଟ ଫିଲ୍ମ ‘ଏମ୍ବିଶନ’ର ନାମ ଆସିଥାଏ । ଏହି ଫିଲ୍ମର ଟ୍ରେଲର କୌଣସି ରେକର୍ଡ଼ରୁ କମ୍ ନ ଥିଲା । ୨୦୧୬ରେ ରିଲିଜ ହୋଇଥିବା ଏହାର ସର୍ଟ ଟ୍ରେଲର ପୂରା ୭ଘଣ୍ଟା ୨୦ମିନିଟ୍ ଲମ୍ବା ଥିଲା । ବିନା ଡାଇଲଗ୍ ଥିବା ଏହି ଭିଜୁଆଲ୍ ଫିଲ୍ମ ଟ୍ରେଲରର ପରିଭାଷା ପରିବର୍ତ୍ତନ କରିଦେଇଥିଲା ଏବଂ ଆଜି ବି ଏହାକୁ ସବୁଠାରୁ ଅସାଧାରଣ ଟ୍ରେଲରରେ ଗଣାଯାଇଥାଏ ।
ଦ ଗର୍ଲ ଓ୍ବିଦ ଦ ଡ୍ରାଗନ ଟ୍ୟାଟୁ
ହଲିଉଡ଼ ନିର୍ଦେଶକ ଡେଭିଡ ଫିଚରଙ୍କ ଚର୍ଚ୍ଚିତ ଫିଲ୍ମ ‘ଦ ଗର୍ଲ ଓ୍ବିଦ ଦ ଡ୍ରାଗନ ଟ୍ୟାଟୁ’ର ଟ୍ରେଲର ବି ନର୍ମାଲ ଫିଲ୍ମର ଟ୍ରେଲରରୁ ବି ବହୁ ଭିନ୍ନ ଥିଲା । ଫିଲ୍ମର ମାହୋଲ, ଚରିତ୍ର ଏବଂ ରହସ୍ୟକୁ ବିସ୍ତାରରେ ଦେଖିଇବା ଲାଗି ଏହାର ଟ୍ରେଲର ୮ମିନିଟ ୬ ସେକେଣ୍ଡ ଲମ୍ବା ରଖାଯାଇଥିଲା । ଏହା ଦର୍ଶକଙ୍କୁ କାହାଣୀର ଦୁନିଆରେ ପସିବାକୁ ସୁଯୋଗ ଦେଇଥିଲା ।
ସିଙ୍ଘମ ଏଗେନ
ରୋହିତ ସେଟ୍ଟୀଙ୍କ ମଲ୍ଟିଷ୍ଟାରର ଆକ୍ସନ ଫିଲ୍ମ ‘ସିଙ୍ଘମ ଏଗେନ’ ବି ନିଜ ଟ୍ରେଲର ରନଟାଇମକୁ ନେଇ ଚର୍ଚ୍ଚା ସାଉଣ୍ଟିଥିଲା। ଅଜୟ ଦେବଗନ, କରୀନା କପୁର, ଅକ୍ଷୟ କୁମାର, ରଣବୀର ସିଂହ, ଦୀପିକା ପାଦୁକୋଣ ଏବଂ ଟାଇଗର ଶ୍ରାଫଙ୍କ ଭଳି ଷ୍ଟାରରେ ଖଚାଖଚ ଏହି ଫିଲ୍ମର ଟ୍ରେଲର ୪ମିନିଟ ୫୮ସେକେଣ୍ଡ ଲମ୍ବା ଥିଲା । ଏତେ ଲମ୍ବା ଟ୍ରେଲରରେ ଫିଲ୍ମର କାହାଣୀ, ଆକ୍ସନ ଏବଂ ବଡ଼ ଷ୍ଟାରକାଷ୍ଟର ଝଲକ ଦେଖାଯାଇଥିଲା ।
ଓ୍ବେଲକମ ଟୁ ଦ ଜଙ୍ଗଲ୍
ଅକ୍ଷୟ କୁମାରଙ୍କ ଅପକମିଂ କମେଡ଼ି ଆଡ଼ଭେଞ୍ଚର ଫିଲ୍ମ ‘ଓ୍ବେଲକମ ଟୁ ଦ ଜଙ୍ଗଲ’ବି ଏହି ଲିଷ୍ଟର ଭାଗିଦାରୀ ଅଟେ । ଫିଲ୍ମରେ ବଡ଼ ଷ୍ଟାରକାଷ୍ଟ ହେବା କାରଣରୁ ମେକର୍ସ ଟ୍ରେଲରକୁ ଲମ୍ବା ରଖିଛନ୍ତି । ଏହାର ରନଟାଇମ୍ ୪ମିନିଟ ୧୦ସେକେଣ୍ଡ ଥିଲା । ଯେଉଁଥିରେ ଫିଲ୍ମର କମେଡ଼ି, ଆକ୍ସନ ଏବଂ କେତେକ ଚରିତ୍ରକୁ ଦେଖାଯାଇଛି ।
ଧୁରଂଧର
ରଣବୀର ସିଂହ ଷ୍ଟାରର ‘ଧୁରଂଧର’ର ଟ୍ରେଲର ବି ବହୁ ଚର୍ଚ୍ଚାରେ ରହିଛି। ଫିଲ୍ମର ଟ୍ରେଲରର ଲମ୍ବା ୪ମିନିଟ ୮ସେକେଣ୍ଡ କୁହାଯାଇଛି । ଯେଉଁଥିରେ ହାଇ-ଭୋଲଟେଜ ଆକ୍ସନ, ଡ୍ରାମା ଏବଂ କେତେକ ଗୁରୁତ୍ବପୂର୍ଣ୍ଣ ଚରିତ୍ର ଝଲକ ଦେଖାଯାଇଛି ।
ଲମ୍ବା ଟ୍ରେଲର ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସୁକତାକୁ ଆହୁରି ବଢାଇ ଦେଇଥିଲା । ମାତ୍ର ଏହି ସମସ୍ତ ଫିଲ୍ମ ବହୁ ଭଲ କଲେକ୍ସନ ବି କରିଥିଲା ।