ପ୍ରମୂଖ ଖବର
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ଲଘୁଚାପ ପାଇଁ ଅଶାନ୍ତ ସମୁଦ୍ର; ମତ୍ସ୍ୟଜୀବୀଙ୍କୁ ୫ଦିନ ସମୁଦ୍ର ମନା

Published By : Bijay Swain | May 28, 2025 6:37 PM

ଚନ୍ଦନେଶ୍ଵର, ୨୮|୫(ଆ.ପ୍ର): ଲଘୁଚାପ ପାଇଁ ଅଶାନ୍ତ ସମୁଦ୍ର। ଏଥିପାଇଁ ଭାରତୀୟ ପାଣିପାଗ ବିଭାଗର ସୂଚନା ଏବଂ ମତ୍ସ୍ୟ ବିଭାଗ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ମତ୍ସ୍ୟଜୀବୀ, ଡଙ୍ଗା ମାଲିକ, ମତ୍ସ୍ୟଜୀବୀ ସୋସାଇଟିର ସଦସ୍ୟ ତଥା ଜନସାଧାରଣଙ୍କୁ ସମୁଦ୍ରକୁ ମାଛ ଧରିବାକୁ ନଯିବାକୁ ବାରଣ କରାଯାଇଛି। ତେଣୁ ଆଗାମୀ ୫ଦିନ ପାଇଁ କୌଣସି ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବାକୁ ଡାକବାଜି ଯନ୍ତ୍ରରେ ସଚେତନ କରାଯାଇଛି।

ବିବରଣୀରୁ ପ୍ରକାଶ, ବାଲେଶ୍ୱର ଜିଲ୍ଲା ଭୋଗରାଇର ଉଦୟପୁର, ତାଳସାରୀ, ରଣସିଂହପୁର ଓ କୀର୍ତନିଆ ମତ୍ସ୍ୟ ଅବତରଣ କେନ୍ଦ୍ରରୁ ସବୁଦିନ ମତ୍ସ୍ୟଜୀବୀ ମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥାନ୍ତି। ମାଛମାନଙ୍କ ପ୍ରଜନନ ପାଇଁ ୨ମାସ ସମୁଦ୍ରରୁ ମାଛ ଧରା ଉପରେ କଟକଣା ରହିଛି। ତଥାପି ୮.୫ ମିଟର ତଳକୁ ଡଙ୍ଗାସବୁ ସମୁଦ୍ରକୁ ଯାଉଛି। ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମୂଦ୍ର ଅଶାନ୍ତ ରହିବ । ତେଣୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। । ମତ୍ସ୍ୟଜୀବୀମାନେ ନିଜ ଡଙ୍ଗା, ଜାଲ ଏବଂ ମାଛ ଧରା ଉପକରଣ ଗୁଡିକ ସୁରକ୍ଷିତ ସ୍ଥାନରେ ରଖିବାକୁ ଚନ୍ଦନେଶ୍ବର ସହକାରୀ ମତ୍ସ୍ୟ ଅଧିକାରୀ (ସାମୂଦ୍ରିକ ସମ୍ପ୍ରସାରଣ) ଅନନ୍ତ କୁମାର ଜେନା ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.