ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ

Published By : Harapriya Sethi | April 23, 2025 11:08 AM

ରାଉରକେଲା,୨୩/୦୪: ଜାମ୍ମୁକାଶ୍ମୀରକୁ ବୁଲିବାକୁ ଯାଇ ଫସିଛନ୍ତି ଓଡ଼ିଆ ପର୍ଯ୍ୟଟକ । ତହିଁରେ ରାଉରକେଲାର ଗୋଟିଏ ପରିବାର ଥିବା ଜଣାପଡ଼ିଛି । ଜାମ୍ମୁକାଶ୍ମୀର ଅନନ୍ତନାଗର ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ରାଉରକେଲା ସେକ୍ଟର-୩ ନିବାସୀ ଅଶ୍ୱିନୀ ଜ୍ୟୋତି(ପ୍ରିନ୍ସ) ତାଙ୍କ ସହଧର୍ମିଣୀ ଓ ଦେଢବର୍ଷର ପୁଅ ସେଠାରେ ଫସି ରହିଛନ୍ତି । ରାଉରକେଲାକୁ ଅଶ୍ୱିନୀଙ୍କ ସୁରକ୍ଷିତ ପହଞ୍ଚିବାକୁ ନେଇ ଉଦ୍ୟମ କରିବାକୁ ତାଙ୍କ ଭଉଣୀ ନୀଲମ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଓଡିଆ ପର୍ଯ୍ୟଟକ ମୃତ, ଘଟଣାରେ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ…

ସୂଚନା ମୁତାବକ, ଏପ୍ରିଲ ୨୦ ତାରିଖରେ ସେ ରାଉରକେଲାରୁ ଟ୍ରେନ୍ ଯୋଗେ ରାଞ୍ଚି ଯାଇଥିଲେ । ଏହାର ପର ଦିନ ଅର୍ଥାତ ୨୧ ତାରିଖ ୧୨ଟା ୩୦ରେ ରାଞ୍ଚିରୁ କଲିକତା ଏବଂ ସେଠାରୁ ଶ୍ରୀନଗର ଯିବାର ଥିଲା । କିନ୍ତୁ କୌଣସି କାରଣ ବଶତଃ ଫ୍ଲାଇଟର ସମୟ ବଦଳିଥିଲା । ଯାହାଫଳରେ ଦିନ ୧୨ଟା ପରିବର୍ତ୍ତେ ସକାଳ ୯ଟା ୩୦ରେ ରାଞ୍ଚିରୁ ଦିଲ୍ଲୀ ଓ ସେଠାରୁ ଶ୍ରୀନଗର ଯାଇଥିଲା । ଅଶ୍ୱିନୀ ତାଙ୍କ ପରିବାରଙ୍କ ସହିତ ଶ୍ରୀନଗରର ଏକ ହାଉସ ବୋର୍ଟରେ ରାତ୍ରି ଯାପନ କରିଥିଲେ । ପରଦିନ ଅର୍ଥାତ ୨୨ ତାରିଖ (ଅଘଟଣ ଦିନରେ) ଶ୍ରୀନଗରରୁ ଅଶ୍ୱିନୀ ନିଜ ପରିବାର ସହ ଜାମ୍ମୁ-କାଶ୍ମୀର ପହଲଗାମକୁ କାର୍‌ ଯୋଗେ ଯାତ୍ରା ଆରମ୍ଭ କରିଥିଲେ । ଏହି ରାସ୍ତାରେ ଗଲାବେଳେ ତାଙ୍କ ଭଉଣୀ ନୀଲମ ସହ କଥାବାର୍ତ୍ତା ହୋଇ ଯାଉଥିଲେ । ଘଟଣା ଘଟିବା ସ୍ଥାନକୁ ପହଞ୍ଚିବାର ଠିକ ଦୁଇ ମନିଟ୍ ପୂର୍ବରୁ ଅଶ୍ୱିନୀ ତାଙ୍କ ଭଉଣୀଙ୍କୁ କହିଲେ,'ମୁଁ ବୁଝି ପାରୁନି ଆମ ଗାଡ଼ି ଉପରେ ବହୁତ ଗୁଡ଼ାଏ ହେଲିକ୍ୟାପ୍ଟର ଉଡ଼ୁଛି ଏବଂ ଭାରତୀୟ ସୈନିକ ମାନଙ୍କ ଗାଡ଼ି ଆସି ସ୍ଥାନୀୟ ଅଞ୍ଚଳକୁ ସିଲ୍‌ କରୁଛନ୍ତି । ଏହା କହିବା ପରେ ତାଙ୍କ ଫୋନ୍‌ଟି ହଠାତ କଟିଯାଇଥିଲା । ଫୋନ୍ କଟିଯିବା ପରଠୁ ତାଙ୍କ ପରିବାର ଚିନ୍ତାରେ ଅଛନ୍ତି । ରାଉରକେଲାକୁ ଅଶ୍ୱିନୀଙ୍କ ସୁରକ୍ଷିତ ପହଞ୍ଚିବାକୁ ନେଇ ଉଦ୍ୟମ ସକାଶେ ତାଙ୍କ ଭଉଣୀ ନୀଲମ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.