ନୂଆଦିଲ୍ଲୀ: ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଗୁରୁବାର ଖେଳାଯିବ । ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି RCB । ତେବେ ପ୍ରଥମେ ଲକ୍ଷ୍ନୌକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଛି । ଉଭୟ ଦଳ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଲକ୍ଷ୍ନୌ ହାରିଲେ ପ୍ଲେଅଫରୁ ବାଦ୍ ପଡ଼ିବ । ସେପଟେ ବେଙ୍ଗାଲୁରୁ ଜିତିଲେ ପ୍ଲେଅଫ୍ ଆଶା ଉଜ୍ଜିବିତ ହେବ ଏହାସହ ପଏଣ୍ଟ ଟେବୁଲରେ ଟପ୍ପର ହେବ ।

ବେଙ୍ଗାଲୁରୁ ୯ଟି ମ୍ୟାଚ ଖେଳି ୬ ବିଜୟ ସହ ମୋଟ୍ ୧୨ ପଏଣ୍ଟ ଅର୍ଜନ କରି ସାରିଛି । ଆଗକୁ ଦଳ ଆଉ ୫ଟି ଲିଗ୍ ମ୍ୟାଚ ଖେଳିବ । ଫଳରେ ଚାମ୍ପିଅନ୍ ଦଳ ପାଇଁ ପ୍ଲେ-ଅଫ୍ରେ ପ୍ରବେଶ କରିବା କଷ୍ଟକର ହେବ ନାହିଁ । ରିଷଭ ପନ୍ତଙ୍କ ଦଳର ଭାଗ୍ୟ ସୂତା ଖିଅରେ ଝୁଲୁଛି । ଲକ୍ଷ୍ନୌ ମଧ୍ୟ ଆଗକୁ ଶେଷ ୫ଟି ଯାକ ମ୍ୟାଚ ଜିତିଲେ ମୋଟ୍ ୧୪ ପଏଣ୍ଟ ଅର୍ଜନ କରିବ । ଗୋଟିଏ ପରାଜୟ ବିଦାୟ ରାସ୍ତା ଦେଖାଇବ । ତେଣୁ ଆଜି ଲକ୍ଷ୍ନୌକୁ ସମସ୍ତ ଶକ୍ତି ଖଟାଇ ବିଜୟ ହାସଲ କରିବାକୁ ପଡ଼ିବ ।

ପନ୍ତ, ମିଚେଲ ମାର୍ଶ, ଆଡେନ ମାରକ୍ରମ, ନିକୋଲାସ ପୂରନ ଫର୍ମରେ ନଥିବାରୁ ଲକ୍ଷ୍ନୌ ପରାଜୟରୁ ମୁକୁଳି ପାରୁ ନାହିଁ । ତଥାପି ଆଜି ନୂଆ ଆଶା ନେଇ ଲକ୍ଷ୍ନୌ ଗ୍ରାଉଣ୍ଡକୁ ଓହ୍ଲାଇବ । ଦଳରେ ସେଭଳି ପରିବର୍ତ୍ତନ ସମ୍ଭାବନା ନାହିଁ । ବଡ଼ ଖେଳାଳିଙ୍କ ବ୍ୟାଟ୍ରୁ ମ୍ୟାଚ ବିଜୟୀ ଇନିଂସର ଆଶା ରଖିବ ଲକ୍ଷ୍ନୌ ।

ଏହାସହ ପଢ଼ନ୍ତୁ : Love Story: ହିନ୍ଦୁ କଏଦୀ, ମୁସଲିମ ପୁଲିସ ଅଧିକାରୀଙ୍କ ପ୍ରେମ କାହାଣୀ: ହାତଗଣ୍ଠି ପଛର ରହସ୍ୟ