ବଲାଙ୍ଗିର,୫/୬ : ଆଜି ଗଞ୍ଜେଇ ନେଇ ଯାଉଥିବାବେଳେ ଆରପିଏଫର ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି । ବଲାଙ୍ଗିର ରେଲଓ୍ବେ ଷ୍ଟେସନରେ ଦୁଇ ଜଣ ମହିଳା ଗଞ୍ଜେଇ ଧରି ଟ୍ରେନ୍ରେ ଚଢ଼ିବା ଆଗରୁ ଆରପିଏଫ ଅଧିକାରୀ ଦୁଇ ମହିଳାଙ୍କ ଗଞ୍ଜେଇ ନେଉଥିବା ବ୍ୟାଗ ମାଡ଼ି ବସିଥିଲା। ସେମାନଙ୍କଠାରୁ ୧୧କେଜି ଗଞ୍ଜେଇ ବାହାରିଥିଲା।
ଜଣେ ମହିଳାଙ୍କ ନାମ ଶାନ୍ତି ଦେବୀ ଅନ୍ୟ ଜଣେ ମହିଳା ହେଲେ ଯଶୋଦା ଦେବୀ ବୋଲି ଜଣାପଡ଼ିଛି। ସେମାନେ ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶ ବାସିନ୍ଦା ଅଟନ୍ତି। ରେଳବାଇ ପୋଲିସ ଗିରଫ କରି ଥାନାକୁ ଆଣି ଅଧିକ ତଦନ୍ତ ପାଇଁ ପଚରଉଚରା କରୁଛି। ଏମାନେ ବଲାଙ୍ଗୀରରୁ ଗଞ୍ଜେଇ ନେଇ ଓଡ଼ିଶା ବାହାରକୁ ଯାଉଥିବାବେଳେ ପୋଲିସ ହାତରେ ଧରାପଡ଼ିଥିଲେ । ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ଅତିରିକ୍ତ ତହସିଲଦାର ସୌମ୍ୟରଞ୍ଜନ ରାଉତଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରଯାଇଥିଲା ।