ନୂଆଦିଲ୍ଲୀ: ଚାଲିଲା ବୈଭବ ସୂର୍ଯବଂଶୀଙ୍କ ବ୍ୟାଟ୍ । ବିଶାଳ ସ୍କୋର କଲା ରାଜସ୍ଥାନ । ହାଇଦ୍ରାବାଦ ଆଗରେ ୨୪୪ ରନର ଲକ୍ଷ୍ୟ ରଖିଲା । ୮ ଓ୍ବିକେଟ ବିନିମୟରେ ୨୪୩ ରନ କରିବାରେ ସକ୍ଷମ ହୋଇଛି ରାଜସ୍ଥାନ । ତେବେ ଦଳର ପକ୍ଷରୁ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ୨୯ ବଲରୁ ୯୭ ରନର ବିସ୍ଫୋରକ ପାଳି ଖେଳିଛନ୍ତି । ଦ୍ରୁତତମ ଶତକରୁ ବଞ୍ଚିତ ହୋଇଥିଲେ ସୁଦ୍ଧା ଦଳୀୟ ସ୍କୋରକୁ ବଢ଼ାଇଥିଲେ ।

ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବାବେଳେ ଦୁଇ ଓପନର ବୈଭବ ଏବଂ ଜୟସ୍ବାଲ ଆରମ୍ଭରୁ ବଡ଼ ବଡ଼ ସଟ୍ ଖେଳିବା ଆରମ୍ଭ କରିଥିଲେ । ଜୟସ୍ବାଲ ୨୯ ରନ କରିଥିଲେ । ମାତ୍ର ବୈଭବ ୯୭ ରନର ପାଳି ଖେଳିଥିଲେ । ଜୟସ୍ବାଲ ୨୯ ବଲରୁ ୨୯ ରନ କରିଥିବାବେଳେ ସୂର୍ଯ୍ୟବଂଶୀ କିନ୍ତୁ ସେହ ୨୯ ବଲରେ ୯୭ ରନ କରିଥିଲେ ।

ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ପରେ ଧ୍ରୁବ ଜୁରେଲ ୫୦, ପରାଗ ୨୬ ରନ କରିଛନ୍ତି । ବାକି ବ୍ୟାଟ୍ସମ୍ୟାନମାନେ ବଡ଼ ସଟ୍ ଖେଳିବାରେ ବିଫଳ ହୋଇଛନ୍ତି । ସେପଟେ ହାଇଦ୍ରାବାଦ ପକ୍ଷରୁ ପ୍ରଫୁଲ୍ଲ ହିଙ୍ଗେ ୩ ଓ୍ବିକେଟ ନେଇଥିବାବେଳେ ଶିବାଙ୍ଗ କୁମାର, ନୀତିଶ ଏବଂ ଇଶାନ ମମଲିଙ୍ଗା ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।

ଏହାସହ ପଢ଼ନ୍ତୁ : ବୈଭବଙ୍କ ବିସ୍ଫୋରଣ: ଆଇପିଏଲରେ ଭାଙ୍ଗିଲେ ଗେଲଙ୍କ ମହାରେକର୍ଡ