ନୂଆଦିଲ୍ଲୀ : ଆରଆରବି ରେଲୱେ ଭର୍ତ୍ତି ପରୀକ୍ଷାର ନୂଆ ସିଡ୍ୟୁଲ ଜାରି କରିଛି। ଏଥିରେ ଆରପିଏଫ୍‌ ଏସଆଇ , ଟେକ୍ନିସିଆନ ଓ ଜେଇ ଭର୍ତ୍ତି ପରୀକ୍ଷା ଗୁଡ଼ିକର ତାରିଖରେ ପରିବର୍ତ୍ତନ କରିଛି। ନୂଆ ସିଡ୍ୟୁଲ ମୁତାବିକ, ଏବେ ଆରପିଏଫ୍‌ ଭର୍ତ୍ତି ପରୀକ୍ଷା ୨ରୁ ୫ ଡିସେମ୍ୱରର ପରିବର୍ତ୍ତେ ୨ ଡିସେମ୍ୱରରୁ ୧୨ ଡିସେମ୍ୱର ୨୦୨୪ ମଧ୍ୟରେ ହେବ। ଟେକ୍ନିସିଆନ ଭର୍ତ୍ତି ପରୀକ୍ଷା, ଯାହା ପ୍ରଥମେ ୧୬ରୁ ୨୬ ଡିସେମ୍ୱର ମଧ୍ୟରେ ହେବାର ଥିଲା, କିନ୍ତୁ ଏବେ ଏହା ୧୮ ଡିସେମ୍ୱରରୁ ୨୯ ଡିସେମ୍ୱର ୨୦୨୪ ମଧ୍ୟରେ ହେବ। ଜେଇ ଏବଂ ଅନ୍ୟ ( ବିଜ୍ଞାପନ ସଂଖ୍ୟା ୦୩/ ୨୦୨୪) ୬ରୁ ୧୩ ଡିସେମ୍ୱର ମଧ୍ୟରେ ହେବାର ଥିଲା , କିନ୍ତୁ ଏବେ ଏହା ୧୩ ଡିସେମ୍ୱରରୁ ୧୭ ଡିସେମ୍ୱର ମଧ୍ୟରେ ହେବ। ନୂଆ ରେଲୱେ ଭର୍ତ୍ତି ପରୀକ୍ଷା ସିଡ୍ୟୁଲ୍‌ରେ ଏଏଲପି ଅର୍ଥାତ୍‌ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌ ଭର୍ତ୍ତି ପରୀକ୍ଷା ଓ ଆରପିଏଫ୍‌ ଏସଆଇ ଭର୍ତ୍ତି ପରୀକ୍ଷାର ତିଥି ଗୁଡ଼ିକରେ ପରିବର୍ତ୍ତନ କରାଯାଇ ନାହିଁ। ଏଏଲପି ଭର୍ତ୍ତି ପରୀକ୍ଷା ପୂର୍ବଭଳି ୨୫ରୁ ୨୯ ନଭେମ୍ୱର ଯାଏ ହେବ। 

ନୂଆ ପରୀକ୍ଷାର ତାରିଖ ଏହି ପ୍ରକାରର -

ଏଏଲପି - ୨୫ ନଭେମ୍ୱରରୁ ୨୯ ନଭେମ୍ୱର 

ଆରପିଏଫ୍‌ ଏସଆଇ -୨ ଡିସେମ୍ୱରରୁ ୧୨ ଡିସେମ୍ୱର ୨୦୨୪

ଟେକ୍ନିସିଆନ-୧୮ ଡିସେମ୍ୱରରୁ ୨୯ ଡିସେମ୍ୱର ୨୦୨୪ 

ଜେଇ ଓ ଅନ୍ୟ - ୧୩ ଡିସେମ୍ୱରରୁ ୧୭ ଡିସେମ୍ୱର ୨୦୨୪ 

ରେଲୱେ ଭର୍ତ୍ତି ବୋର୍ଡ କହିଛି କି ଆସିଷ୍ଟାଣ୍ଟ ଲୋକୋ ପାଇଲଟ (ଏଲଏଲପି) , ଆରପିଏଫ୍‌ ଏସଆଇ,ଟେକ୍ନିସିଆନ, ଜେଇ ଭର୍ତ୍ତି ପରୀକ୍ଷାର ପ୍ରାର୍ଥୀ ନିଜ ପରୀକ୍ଷା ତାରିଖର ୧୦ ଦିନ ପୂର୍ବରୁ ନିଜ ପରୀକ୍ଷା ସିଟିର ଡିଟେଲ୍ସ ଚେକ୍‌ କରି ପାରିବେ। ଆରଆରବି ଏହା ମଧ୍ୟ ଘୋଷଣା କରିଛି କି ପ୍ରାର୍ଥୀଙ୍କ ଆଡମିଟ୍‌ କାର୍ଡ ପରୀକ୍ଷା ତାରିଖରୁ ୪-୪ ଦିନ ପୂର୍ବରୁ ଡାଉନଲୋଡ୍‌ ପାଇଁ ଉପଲବ୍ଧ ହେବ। ଏସସି , ଏସଟି ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ସହର ଓ ତାରିଖ ଦେଖିବା ଏବଂ ଯାତ୍ରା ପ୍ରାଧିକରଣ ଡାଉନଲୋଡ୍‌ କରିବାକୁ ଲିଙ୍କ୍‌ ସବୁ ଆରଆରବିର ଅଫିସିଆଲି ୱେବସାଇଟ୍‌ରେ ସମ୍ୱନ୍ଧିତ ସିଇଏନ ପାଇଁ ପରୀକ୍ଷା ତିଥିରୁ ୧୦ଦିନ ପୂର୍ବରୁ ଲାଇଭ୍‌ କରିଦିଆ ଯିବ।

ପ୍ରାର୍ଥୀ ନିଜ ନିଜର ପରୀକ୍ଷା ତାରିଖରୁ ୪-୪ ଦିନ ପୂର୍ବରୁ ଇ-କଲ୍‌ ଲେଟର ପ୍ରାପ୍ତ କରି ପାରିବେ। ଯେମିତି କି କୌଣସି ପ୍ରାର୍ଥୀଙ୍କର ପରୀକ୍ଷା ୨୫ ନଭେମ୍ୱର ହୋଇଥିଲେ , ତାଙ୍କର ଆଡମିଟ୍‌ କାର୍ଡ ୨୧ ବା ୨୨ ନଭେମ୍ୱରକୁ ଆସିବ।