ଭୁବନେଶ୍ଵର, ୧୮/୧୨: ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଦିଲ୍ଲୀ ଗଲା ସିବିଆଇ ଟିମ୍। ସକାଳେ ଭୁବନେଶ୍ଵର ଷ୍ଟେସନ ଛାଡିଲା ସିବିଆଇର ଗୋଟିଏ ଟିମ୍। ତଦନ୍ତ ସମ୍ପର୍କିତ କିଛି କାଗଜପତ୍ର ନେଇ ଯାଇଥିବା ସିବିଆଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ସିବିଆଇ ଦିଲ୍ଲୀ ଯିବାପରେ IAS ବିଷ୍ଣୁପଦ ସେଠୀ କେଉଁଠି ହାଜର ହେବେ ତାକୁ ନେଇ ସସପେନ୍ସ ବଢିଛି। ଦିଲ୍ଲୀ ସିବିଆଇ ଅଫିସରେ ବିଷ୍ଣୁପଦ ସେଠୀ ହଜାର ହେବାକୁ ଚର୍ଚ୍ଚା ହେଉଛି।
ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ସହ ଲିଙ୍କ୍ ମାମଲାରେ ସିବିଆଇ ସ୍କାନରରେ ଅଛନ୍ତି ବିଷ୍ଣୁପଦ ସେଠୀ। ଗତ ୧୧ ତାରିଖ ଦିନ ୧୦ଟାରେ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ହେବା ପାଇଁ ବିଷ୍ଣୁପଦଙ୍କୁ ସିବିଆଇ ନୋଟିସ କରିଥିଲା। ହେଲେ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ସେ ଦିଲ୍ଲୀରେ ଥିଲେ। ତେବେ କାହିଁକି ଦିଲ୍ଲୀ ଯାଇଥିଲେ ବିଷ୍ଣୁପଦ ତାହା ସ୍ପଷ୍ଟ ହୋଇ ପାରିନି। ଆଉ ଦିଲ୍ଲୀ ଯାଇଥିବା ବେଳେ ସେଠାରେ କାହିଁକି ସିବିଆଇ କାର୍ଯ୍ୟାଳୟରେ ହାଜର ହେଲେନି ତାହା ବି ସ୍ପଷ୍ଟ ହୋଇପାରିନି। ସେପଟେ ଚର୍ଚ୍ଚା ହେଉଛି ଯେ, ବିଷ୍ଣୁପଦ ଭୁବନେଶ୍ୱର ସିବିଆଇରେ ହାଜର ନହୋଇ ଦିଲ୍ଲୀ ସିବିଆଇରେ ହାଜର ହେବାକୁ ଯାଇଥିଲେ। କିନ୍ତୁ ସିବିଆଇ ପକ୍ଷରୁ ତାଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା।