ଭୁବନେଶ୍ଵର, ୨୮/୬ : ଗଞ୍ଜାମ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶିଲ କୁମାର ପଣ୍ଡାଙ୍କର ମାଳ ମାଳ ପ୍ଲଟ୍ ଓ ଫ୍ଲାଟ୍। ଘରୁ ମିଳିଲା ପୁଳା ପୁଳା ଟଙ୍କା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ। ଚଢାଉ ବେଳେ ବାବୁଙ୍କ ଘରୁ ନଗଦ ୨ ଲକ୍ଷ ୫ ହଜାର ଟଙ୍କା ଜବତ। 

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶିଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ସୁଶିଲଙ୍କ ଅଙ୍କୁଲିସ୍ଥିତ ବାସଭବନ, ଅଫିସ ସମେତ ଗଞ୍ଜାମର ୭ଟି ସ୍ଥାନ ଓ ପୁରୀରେ ଚଢାଉ ଚାଲିଛି। ଏହି ରେଡ୍‌ରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ଚଢାଉ ବେଳେ ସୁଶିଲଙ୍କ ଘରୁ ନଗଦ ୨ ଲକ୍ଷ ୫ ହଜାର ଟଙ୍କା ଜବତ ହୋଇଛି। 

ସୁଶିଲଙ୍କର ବ୍ରହ୍ମପୁର ରାମହରିନଗରରେ ଏକ ତିନି ମହଲା କୋଠା ରହିଛି। ସେହିପରି ଅଙ୍କୁଲି ସ୍ଥିତ ମୁକ୍ତେଶ୍ଵର ଆପାର୍ଟମେଣ୍ଟରେ ଏକ ୨-ବିଏଚ୍‌କେ ଫ୍ଲାଟ୍ ରହିଛି। ପୁରୀରେ ଏକ ୧-ବିଏଚ୍‌କେ ଫ୍ଲାଟ୍ ରହିଛି। ଭୁବନେଶ୍ଵର, ଖୋର୍ଦ୍ଧା ଏବଂ ବ୍ରହ୍ମପୁରରେ ୬ଟି ପ୍ଲଟ୍ ରହିଛି। 

ଏହି ଖବରଟିକୁ ପଢନ୍ତୁ-ଗଞ୍ଜାମ ବ୍ଲକ ସହକାରୀ ଯନ୍ତ୍ରୀଙ୍କର ମାଳ ମାଳ ପ୍ଲଟ୍ ଓ ଫ୍ଲାଟ୍, ଭିଜିଲାନ୍ସ ରେଡ୍ ବେଳେ ଘରୁ ମିଳିଲା ନଗଦ ୨ ଲକ୍ଷ ଟଙ୍କା