ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଗଞ୍ଜାମ ବ୍ଲକ ସହକାରୀ ଯନ୍ତ୍ରୀଙ୍କର ମାଳ ମାଳ ପ୍ଲଟ୍ ଓ ଫ୍ଲାଟ୍, ଭିଜିଲାନ୍ସ ରେଡ୍ ବେଳେ ଘରୁ ମିଳିଲା ନଗଦ ୨ ଲକ୍ଷ ଟଙ୍କା

Published By : Rasmita Pradhan | June 28, 2025 1:42 PM

ଭୁବନେଶ୍ଵର, ୨୮/୬ : ଗଞ୍ଜାମ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶିଲ କୁମାର ପଣ୍ଡାଙ୍କର ମାଳ ମାଳ ପ୍ଲଟ୍ ଓ ଫ୍ଲାଟ୍। ଘରୁ ମିଳିଲା ପୁଳା ପୁଳା ଟଙ୍କା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ। ଚଢାଉ ବେଳେ ବାବୁଙ୍କ ଘରୁ ନଗଦ ୨ ଲକ୍ଷ ୫ ହଜାର ଟଙ୍କା ଜବତ। 

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶିଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ସୁଶିଲଙ୍କ ଅଙ୍କୁଲିସ୍ଥିତ ବାସଭବନ, ଅଫିସ ସମେତ ଗଞ୍ଜାମର ୭ଟି ସ୍ଥାନ ଓ ପୁରୀରେ ଚଢାଉ ଚାଲିଛି। ଏହି ରେଡ୍‌ରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ଚଢାଉ ବେଳେ ସୁଶିଲଙ୍କ ଘରୁ ନଗଦ ୨ ଲକ୍ଷ ୫ ହଜାର ଟଙ୍କା ଜବତ ହୋଇଛି। 

ସୁଶିଲଙ୍କର ବ୍ରହ୍ମପୁର ରାମହରିନଗରରେ ଏକ ତିନି ମହଲା କୋଠା ରହିଛି। ସେହିପରି ଅଙ୍କୁଲି ସ୍ଥିତ ମୁକ୍ତେଶ୍ଵର ଆପାର୍ଟମେଣ୍ଟରେ ଏକ ୨-ବିଏଚ୍‌କେ ଫ୍ଲାଟ୍ ରହିଛି। ପୁରୀରେ ଏକ ୧-ବିଏଚ୍‌କେ ଫ୍ଲାଟ୍ ରହିଛି। ଭୁବନେଶ୍ଵର, ଖୋର୍ଦ୍ଧା ଏବଂ ବ୍ରହ୍ମପୁରରେ ୬ଟି ପ୍ଲଟ୍ ରହିଛି। 

ଏହି ଖବରଟିକୁ ପଢନ୍ତୁ-ଗଞ୍ଜାମ ବ୍ଲକ ସହକାରୀ ଯନ୍ତ୍ରୀଙ୍କର ମାଳ ମାଳ ପ୍ଲଟ୍ ଓ ଫ୍ଲାଟ୍, ଭିଜିଲାନ୍ସ ରେଡ୍ ବେଳେ ଘରୁ ମିଳିଲା ନଗଦ ୨ ଲକ୍ଷ ଟଙ୍କା


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.