ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ପିଏମ ମୋଦୀଙ୍କ ୭୫ ବର୍ଷରେ ଅବସରକୁ ନେଇ ଏମିତି ସଙ୍କେତ ଦେଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ, କହିଦେଲେ ବଡ଼ କଥା...

Published By : Ladu Kishor | August 28, 2025 11:16 PM

ନୂଆଦିଲ୍ଲୀ: ଆରଏସଏସର ୧୦୦ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ତିନି ଦିନିଆ ସମ୍ମିଳନୀର ଶେଷ ଦିନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ପରେ ରାଜନୀତିରୁ ଅବସର ନେବାର କଳ୍ପନାଜଳ୍ପନାକୁ ଖାରଜ କରିଛନ୍ତି। କୁହାଯାଉଥିଲା ଯେ ବିଜେପି ଏବଂ ସଂଘର ପରମ୍ପରା ଅନୁଯାୟୀ, ନେତାମାନେ ୭୫ ବର୍ଷ ବୟସ ପୂରଣ କରିବା ପରେ ସକ୍ରିୟ ରାଜନୀତିରୁ ଅବସର ନିଅନ୍ତି।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନର ଛଅ ଦିନ ପୂର୍ବରୁ ମୋହନ ଭାଗବତ ଗୁରୁବାର ସନ୍ଧ୍ୟାରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ କହିଥିଲେ ଯେ, 'ମୁଁ କେବେ କହିନାହିଁ ଯେ ମୁଁ ଅବସର ନେବି କିମ୍ବା ଅନ୍ୟ କେହି ୭୫ ବର୍ଷ ବୟସରେ ଅବସର ନେବା ଉଚିତ... ଆମେ ସଂଘ ଯାହା କହିବ ତାହା କରିବୁ।'

‘୭୫ ବର୍ଷ ପରେ ରାଜନୀତିରୁ ଅବସର ନେବା ଉଚିତ କି’ ପ୍ରଶ୍ନର ଉତ୍ତରରେ, ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି, "ମୁଁ ମୋରୋପନ୍ତଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ଏହା କହିଥିଲି ଏବଂ ତାଙ୍କର ମତ ପ୍ରକାଶ କରିଥିଲି... ମୁଁ କହି ନଥିଲି ଯେ ମୁଁ ଅବସର ନେବି କିମ୍ବା ଅନ୍ୟ କେହି ଅବସର ନେବା ଉଚିତ... ଆମେ ଜୀବନର ଯେକୌଣସି ସମୟରେ ଅବସର ନେବାକୁ ପ୍ରସ୍ତୁତ ଏବଂ ସଂଘ ଆମକୁ କାମ କରିବାକୁ ଯେତେଦିନ ଯାଏ ଚାହୁଁଥିବ, ସେବେ ଯାଏଁ ଆମେ ସଂଘ ପାଇଁ କାମ କରିବାକୁ ମଧ୍ୟ ପ୍ରସ୍ତୁତ।"

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.