ଭୁବନେଶ୍ବର : ବନ୍ଦ ହେଲା ରୁକୁଣା ରଥ ଟଣା । ଏକାମ୍ର କ୍ଷେତ୍ରରେ ଆଜି ପାଇଁ ବନ୍ଦ ହୋଇଛି ରୁକୁଣା ରଥ ଟଣା । ଆସନ୍ତାକାଲି ଦିନ ୨ଟାରୁ ପୁଣି ଆରମ୍ଭ ହେବ ରଥ ଟଣା । ରୁକୁଣା ରଥ ଟଣା ହେଉଥିବାବେଳେ କାଳବୈଶାଖୀ ବର୍ଷା ହୋଇଥିଲା । ରୁକୁଣା ରଥଟଣାରେ ବାଧକ ସାଜିଥିଲା ବର୍ଷା । ଏହାପରେ ରାସ୍ତାକଡ଼ରେ ରହିଥିବା ବାଇକ୍ ଉପରେ ମାଡ଼ି ଯାଇଥିଲା ଚକ । ଯେଉଁଥିରେ ଅନେକ ବାଇକ କ୍ଷତି ଗ୍ରସ୍ତ ମଧ୍ୟ ହୋଇଛି । ଗୋଟିଏ କୋଣରୁ ଚାଲିଯାଇଥିବାରୁ ବାଇକ ଗୁଡ଼ିକ ଉପରେ ମାଡ଼ି ଯାଇଥିଲା । ତେବେ ଭକ୍ତମାନେ ପ୍ରଥମ ବେଶ ଖୁସିର ସହ ରଥ ଟାଣୁଥିଲେ । ଏମିତିକି ପ୍ରବଳ ବର୍ଷା ସମୟରେ ମଧ୍ୟ ରୁକୁଣା ରଥକୁ ଟାଣୁଥିଲେ ।
ରଥ ଟଣା ବେଳେ ମଧ୍ୟ ଦେଖିବାକୁ ମିଲିଥିଲା ଅଘଟଣ, କେତେବେଳେ ଦଉଡ଼ି ଛିଣ୍ଡି ଯାଇଥିଲା ତ କେତେବେଳେ ରଥ ମୋଡ ନେବା ସମୟରେ ରାସ୍ତା କଡରେ ଥିବା ଦୋକାନ ଘର ଆଡକୁ ମାଡି ଆସିଥିଲା । ହେଲେ ଏସବୁ ବ୍ୟଘାତକୁ ଅତିକ୍ରମ କରି ରଥଟଣା ସ୍ୱାଭାବିକ ହୋଇଥିଲା । ଆସନ୍ତାକାଲି ଶୃଙ୍ଖଳିତ ଭାବେ ରଥକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ନିଷ୍ପତି ହୋଇଛି । ସକାଳୁ ପୁଣି ଥରେ ରଥ ଉପରେ ଦେବତାଙ୍କ ନୀତିକାନ୍ତି ସମ୍ପନ୍ନ ହେବ। ଏହାପରେ ଥରେ ରଥ ଟଣା ଆରମ୍ଭ ହୋଇ ରଥ ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବ। ରଥ ଅଧା ବାଟରେ ଅଟକିଥିଲେ ବି ଭକ୍ତଙ୍କ ଶ୍ରଦ୍ଧାରେ କୌଣସି କମି ଦେଖିବାକୁ ମିଳିନି। ରାସ୍ତା ଉପରେ ରଥ ଥିବାରୁ ଏବେ ସେହି ସ୍ଥାନ ହିଁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀକ୍ଷେତ୍ର ପାଲଟିଛି। ଅଣ ଲେଉଟା ରଥ ସ୍ପର୍ଶ ପାଇବାକୁ ଓ ଟାଣିବାକୁ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ପୌରାନିକ କଥା ଅନୁଯାୟୀ ରାମେଶ୍ୱର ମନ୍ଦିରରେ ହରିହର ଭେଟ ହେବ, ୭ ଦିନ ପରେ ପୁଣି ମନ୍ଦିରକୁ ପ୍ରତ୍ୟାବର୍ତନ କରିବେ ମହାପ୍ରଭୁ ଲିଙ୍ଗରାଜ ।