ପ୍ରମୂଖ ଖବର
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ଜଣେ ଆହତ
  • ||
  • ବିଧାନସଭାରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ, ଗୃହ ବାହାରେ ଗଙ୍ଗାପାଣି ଛିଞ୍ଚି ଅଭିନବ ପ୍ରତିବାଦ କଲା ବିଜେଡି
  • ||
  • ମୟୂରଭଞ୍ଜ : ଅନ୍ଵେଷା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବିଳମ୍ଵିତ ରାତିରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ
  • ||
  • ଦେବଗଡ଼ : ଅଧୁରା ରହିଗଲା ଚାକିରି ସ୍ୱପ୍ନ, ଦୌଡ଼ିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଆଶାୟୀ
  • ||
  • ଆଇପିଏଲ୍‌ ୨୦୨୫: ଆଜି ସନରାଇଜର୍ସ-ସୁପରଜାଏଣ୍ଟସ ମଧ୍ୟରେ ଲଢ଼େଇ, ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଆକର୍ଷଣ
  • ||
  • ରାୟଗଡ଼ା : ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୩ ଗୁରୁତର
  • ||
  • ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର, ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ
  • ||
  • ରାଜ୍ୟରେ ଉପରମୁହାଁ ତାତି, ୨୯ରୁ ପୁଣି ଜଳାଇବ ଖରା: ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ୪୦ ଡିଗ୍ରୀ ଟପିବ
  • ||

ମାର୍ଚ୍ଚ ପହିଲାରୁ ବଦଳିଲା ୬ ନିୟମ, ଗ୍ରାହକଙ୍କ ପକେଟ୍‌ରେ ପଡ଼ିବ ସିଧା ପ୍ରଭାବ

Published By : Prameya | March 1, 2025 11:48 AM

ଭୁବନେଶ୍ଵର, ୦୧/୦୩ : ୟୁପିଆଇ, ATF ଦର ଠାରୁ ଏଲପିଜି ଯାଏଁ ମାର୍ଚ୍ଚ ପହିଲାରୁ ବଦଳିଲା ୬ ନିୟମ। ଦେଶର ସବୁ ବର୍ଗର ଲୋକଙ୍କ ଆକାଉଣ୍ଟ ଉପରେ ପଡ଼ିବ ସିଧା ପ୍ରଭାବ। ତେବେ ଜାଣନ୍ତୁ କେଉଁ ସବୁ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ...

୧-ଏଲପିଜି ସିଲିଣ୍ଡର ଦର ବୃଦ୍ଧି-

ତୈଳ କମ୍ପାନୀମାନେ ୧୯ କିଲୋ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରରେ ୬ ଟଙ୍କା ବୃଦ୍ଧି କରିଛନ୍ତି। ଗତ ମାସ ଫେବୃଆରୀ ୧ ତାରିଖରେ ସିଲିଣ୍ଡର ଦର ୭ ଟଙ୍କା ହ୍ରାସ କରାଯାଇଥିଲା। ୧୯ କିଲୋ କମର୍ସିଆଲ୍ ସିଲିଣ୍ଡର ଦର ଏବେ ୧୮୦୩ ଟଙ୍କା ହୋଇଛି। ଏହି ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ତେବେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇନି। 

୨-ATF ମୂଲ୍ୟ ହ୍ରାସ-

ଜେଟ୍ ଇନ୍ଧନ ଅର୍ଥାତ୍ ଏଭିଏସନ ଟର୍ବାଇନ୍ ଇନ୍ଧନ (ATF) ଦରରେ ୦.୨୩ ପ୍ରତିଶତ ହ୍ରାସ କରାଯାଇଛି। ATF ଦର ପ୍ରତି କିଲୋଲିଟର ପିଛା ୨୨୨ ଟଙ୍କା କମି ୯୫,୩୧୧ ଟଙ୍କା ୭୨ ପଇସା ହୋଇଛି। ATF ଦର ହ୍ରାସ ଯୋଗୁଁ ଏୟାର ଟ୍ରାଭେଲ୍‌ସ୍ ଉପରେ ଏହାର ସିଧା ପ୍ରଭାବ ପଡ଼ିବ। ଇନ୍ଧନ ଦର କମିବା ଯୋଗୁଁ ଏୟାରଲାଇନ୍ସ କମ୍ପାନୀମାନେ ବିମାନ ଭଡ଼ା ହ୍ରାସ କରିବେ। 

୩-UPI ନିୟମରେ ପରିବର୍ତ୍ତନ-

ମାର୍ଚ୍ଚ ପହିଲାରୁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଟ୍ରାଞ୍ଜାକ୍ସନରେ ବଡ଼ ପରିବର୍ତ୍ତନ କରାଯାଇଛି। IRDAI ର ନୂଆ ନିୟମରେ ଏବେ ଇନସୁରାନ୍ସ ପ୍ରିମିୟମ ପେମେଣ୍ଟ କରିବା ପୂର୍ବ ଅପେକ୍ଷା ସହଜ ହୋଇଛି। IRDAI ୟୁପିଆଇ ଜରିଆରେ ବିମା-ASBA ନାମକ ନୂଆ ଫିଚର ଲଞ୍ଚ୍ କରିଛି। ଏହା ଜରିଆରେ ପଲିସି ହୋଲ୍ଡର ନିଜ ବ୍ୟାଙ୍କ ଆକାଉଣ୍ଟରେ ପ୍ରିମିୟମ ପେମେଣ୍ଟ ପାଇଁ ଟଙ୍କା ବ୍ଲକ କରିପାରିବେ। 

୪-ଫିକ୍ସଡ୍ ଡିପୋଜିଟ୍‌ରେ ସୁଧରେ ପରିବର୍ତ୍ତନ-

ମାର୍ଚ୍ଚ ପହିଲାରୁ ଏଫଡି ର ସୁଧ ହାରରେ ପରିବର୍ତ୍ତନ ହୋଇପାରେ। ବ୍ୟାଙ୍କଗୁଡ଼ିକ ଏଫଡି ଉପରେ ସୁଧ ହାର କମାଇ କିମ୍ବା ବୃଦ୍ଧି ମଧ୍ୟ କରିପାରିବେ। ବ୍ୟାଙ୍କଗୁଡ଼ିକ ସେମାନଙ୍କର ତରଳତା ଏବଂ ଆର୍ଥିକ ଆବଶ୍ୟକତା ଅନୁସାରେ ସୁଧ ହାର ପରିବର୍ତ୍ତନ କରିପାରିବେ।

୫-UAN ଆକ୍ଟିଭେଟ୍ କରିବାର ଡେଡଲାଇନ୍ ବୃଦ୍ଧି-

ଚଳିତ ଆର୍ଥିକ ବର୍ଷରେ ନିଯୁକ୍ତ ହେବାକୁ ଥିବା କର୍ମଚାରୀଙ୍କ ପାଇଁ UAN ଆକ୍ଟିଭ୍ କରିବା ଏବଂ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଯୋଡ଼ିବାର ତାରିଖ ମାର୍ଚ୍ଚ ୧୫ ଯାଏଁ ବୃଦ୍ଧି କରାଯାଇଛି। ପୂର୍ବରୁ ଫେବୃଆରୀ ୧୫ ତାରିଖ ଯାଏଁ ଡେଡଲାଇନ୍ ଥିଲା। 

୬-ମାର୍ଚ୍ଚ ମାସରେ ୧୪ ଦିନ ବ୍ୟାଙ୍କ ବନ୍ଦ-

ମାର୍ଚ୍ଚ ମାସରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ। ହୋଲି, ଇଦ୍-ଉଲ-ଫିଦର, ଏବଂ ଅନ୍ୟ ଉତ୍ସବ ସମେତ ଦ୍ଵିତୀତ ଓ ଚତୁର୍ଥ ଶନିବାର ଏବଂ ରବିବାରକୁ ମିଶାଇ ୧୪ ଦିନ ଛୁଟି ରହିବ। 



 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.