ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଜନ୍ମହାର ହ୍ରାସକୁ ନେଇ ଚିନ୍ତିରେ ରୁଷ; ଗର୍ଭବତୀ ହେଲେ ସ୍କୁଲ ଝିଅମାନଙ୍କୁ ୯୦ ହଜାର ଟଙ୍କା ଦେବେ ସରକାର

Published By : Bijay Swain | July 5, 2025 9:47 PM

ମସ୍କୋ: ଦ୍ରୁତ ଗତିରେ କମୁଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ପଡିଛି ଋଷ। ଏହି ପରିପ୍ରେକ୍ଷିରେ ଦେଶରେ ଜନ୍ମହାର ବୃଦ୍ଧି କରିବାକୁ ସ୍ଥାନିୟ ସରକାର ବିଭିନ୍ନ ଅଜବଗଜବ ନିୟମ ପ୍ରଣୟନ କରୁଛନ୍ତି। ତେବେ ବର୍ତ୍ତମାନ ଘୋଷଣା ହୋଇଥିବା ନୂଆ ନିୟମ ବହୁତ ଚର୍ଚ୍ଚାରେ ରହିଛି। ଏହି ନୂଆ ନିୟମ ମୁତାବକ, ସ୍କୁଲ ଓ କଲେଜରେ ପଢୁଥିବା ଝିଅମାନଙ୍କୁ ପ୍ରସବ କରିବାକୁ ଓ ସେମାନଙ୍କୁ ଲାଳନ ପାଳନ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ନୂଆ ନିୟମକୁ ଋଷର କେତେକ ଅଞ୍ଚଳରେ ଲାଗୁ କରାଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ନୂଆ ନିୟମ ଅନୁଯାୟୀ ସ୍କୁଲ ଓ କଲେଜରେ ଫଢୁଥିବା ଝିଅଙ୍କୁ ଶିଶୁ ପ୍ରସବ ଓ ସେମାନଙ୍କ ଲାଳନ ପାଳନ କରିବାକୁ ୧ ଲକ୍ଷ ରୁବେଲ(ପ୍ରାୟ ୯୦ ହଜାର ଟଙ୍କା)ରୁ ଅଦିକ ଦେୟ ରାଶି ଘୋଷଣା କରାଯାଇଛି।

ଏହି ନିୟମ ଋଷର କେତେକ ଅଞ୍ଚଳରେ ଲାଗୁ କରାଯାଇଛି। ଏହି ନିୟମକୁ ବିଗତ କଛି ମାସ ପୂର୍ବରୁ ଧିରେଧିରେ ଲାଗୁ କରାଯାଉଛି। ଏହା ଋଷର ନୂଆ ଜନସଂଖ୍ୟା ବୃଦ୍ଧି ରଣନୀତିର ଏକ ଅଂଶ ବୋଲି ଜଣାପଡିଛି। ତେବେ ଏହି ଯୋଜନା କେବଳ ବୟଷ୍କ ସାବାଳିକାଙ୍କ ଉପରେ ଲାଗୁହେବ ବୋଲି ନିୟମ ରହିଛି। ବିଭିନ୍ନ କାରଣରୁ ଋଷର ଜନସଂଖ୍ୟାରେ ନାଟକୀୟ ପରିବର୍ତ୍ତନ ହେବା ପରେ ଋଷ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। 

ଆପଣଙ୍କୁ ଜଣାଇରଖୁ ଯେ ୨୦୨୩ ମସିହା ସୁଦ୍ଧା ଋଷିଆରେ ପ୍ରତି ମହିଳା ପିଛା ଜନ୍ମହାର ୧.୪୧ ରହିଛି। ଯାହା ସାଧାରଣ ୨.୦୫ ଜନ୍ମହାରଠୁ ବହୁ ପଛରେ ରହିଛି। କାରଣ ଯଦି ଏହି ହାରଠୁ ଜନ୍ମହାର କମ ରହେ ତେବେ ଜନସଂଖ୍ୟାର ବର୍ତ୍ତମାନ ଆକାର ଭବିଷ୍ୟତରେ ଧିରେଧିରେ କମ ହେବାରେ ଲାଗିଥାଏ। ହେଲେ ସ୍କୁଲରେ ପଢୁଥିବା କିଶୋରୀ ଝିଅମାନଙ୍କୁ ଜନ୍ମହାର ବୃଦ୍ଧି କରିବାକୁ ପ୍ରୋତ୍ସାହିତ କରିବାକୁ ନେଇ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଋଷର ଏହି ନିୟମକୁ ସମାଲୋଚନା କରାଯାଉଛି। ତେବେ ଋଷରେ ନିକଟରେ ହୋଇଥିବା ଏକ ସର୍ଭେ ମୁତାବକ, ଋଷର ୪୩ ପ୍ରତିଶତ ଜନତା ଏହାକୁ ସମର୍ଥନ ଦେଇଥିବା ବେଳେ ପ୍ରାୟ 40 ପ୍ରତିଶତ ଜନତା ଏହି ନିୟମକୁ ବିରୋଧ କରିଛନ୍ତି। 

ଋଷିଆର ଲୋକମାନେ ସାଧାରଣତଃ ଏକ ବଡ ଜନସଂଖ୍ୟାକୁ ଏକ ସମୃଦ୍ଧ ପ୍ରତୀକ ମାନିଥାନ୍ତି। ଏହାସହ ଋଷିଆର ବିଶାଳ ଅଞ୍ଚଳରେ ନିୟନ୍ତ୍ରଣ ହାସଲ କରିବାକୁ ଏକ ବଡ ସୌନ୍ୟ ଶକ୍ତିର ମଧ୍ୟ ଆବଶ୍ୟକତା ରହିଛି। ତେବେ ବର୍ତ୍ତମାନ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିଥିବାରୁ ଋଷର ଅନେକ ସୈନିକ ଏତିରେ ମୃତାହତ ହୋଇଛନ୍ତି। ଏକ ଆକଳନ ଅନୁସାରେ ଏହି ସଂଖ୍ୟା ଅଢେଇ ଲକ୍ଷ ଛୁଇଁବ ବୋଲି ଅନୁମାନ କରାଯାଉଛି। ଏହାସହ ଯୁଦ୍ଧ କାରଣରୁ ଲାକ୍ଷାଧିକ ଲୋକ ଋଷ ଛାଡି ଅନ୍ୟ ଦେଶକୁ ପଳାୟନ କରିଛନ୍ତି। ଏଣୁ ଋଷରେ ଜନସଂଖ୍ୟା ହାର ନାଟକୀୟ ଢଙ୍ଗରେ କମିବାରେ ଲାଗିଛି। 

ମହିଳାଙ୍କୁ ଜନ୍ମହାର ବୃଦ୍ଧି କରିବାକୁ ପ୍ରୋତ୍ସାହନ ଦେବାରେ ଯଷ ପ୍ରଥମ ଦେଶ ନୁହେଁ। ଏହା ପୁର୍ବରୁ ହଙ୍ଗେରି, ପୋଲାଣ୍ଡ, ଆମେରିକା, ଉତ୍ତର କୋର୍ଆ ଆଦି ଦେଶ ପୂର୍ବରୁ ନିଜନିଜ ଦେଶରେ ରହୁଥିବା ମହିଳାମାନଙ୍କୁ ଅଧିକ ହାରରେ ପିଲା ଜନ୍ମ କରିବାକୁ ପ୍ରତ୍ସାହନ ଘୋଷଣା କରିସାରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.