ପ୍ରମୂଖ ଖବର
  • ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ, ପୋର୍ଟ ପ୍ରଶାସନ ବିଲ୍ଡିଂରେ ୪ ଜିଣିଆ ଟିମ୍‌ର ଖୋଳତାଡ
  • ||
  • କଟକ : ମହାନଦୀ ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ୨୨ ନକ୍ସଲ ସଫା, ଜଣେ ଯବାନ ସହିଦ୍
  • ||
  • ନୟାଗଡ଼ରେ ଅଭାବନୀୟ ଘଟଣା, ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ
  • ||
  • ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହାଲ୍ଲା, ୧୨ଟା ଯାଏଁ ଗୃହ ମୁଲତବୀ
  • ||
  • ଗଜପତି: ଦୁଇ ବ୍ୟବସାୟୀଙ୍କ ଭାଇଙ୍କ ଘରେ ଆଇଟି ଚଢ଼ାଊ, ଆୟକର ବିଭାଗ ୧୨ ଅଧିକାରୀ ସାମିଲ୍
  • ||
  • ସମ୍ବଲପୁର: ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ, ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ୭ମ ଏବଂ ୮ମ ପ୍ରଶ୍ନପତ୍ର
  • ||
  • ବୌଦ୍ଧ : ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲା : ରାଜା ଚକ୍ରଙ୍କ ସହଯୋଗୀ ସମୀର ଜେନା
  • ||
  • ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏଟିଏମ୍‌ ତାଡି ନେଲେ ଦୁର୍ବୃତ୍ତ, ଜେସିବି ମାଲିକ ଅଟକ
  • ||
  • ତାତିରେ ବ୍ରେକ୍ ଲଗାଇବ କାଳବୈଶାଖୀ, ଆଜି ୬ ଜିଲ୍ଲାରେ ବର୍ଷା, ପବନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
  • ||

Russia-Ukraine: ୟୁକ୍ରେନ ଉପରେ ବାଲାଷ୍ଟିକ ମିସାଇଲ ମାଡକଲା ଋଷ, ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ

Published By : Bijay Swain | March 6, 2025 11:47 PM

ନୂଆଦିଲ୍ଲୀ: ବୁଧବାର ରାତିରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କ ହୋମଟାଉନରେ ଥିବା ଏକ ହୋଟେଲକୁ ଟାର୍ଗେଟ କରିଛି ଋଷିଆ। ଉକ୍ତ ଅଞ୍ଚଳରେ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିବା ବେଳେ ଏହି ଆକ୍ରମଣରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଉଦ୍ୟମ ଜାରି ରହିଥିବା ମଧ୍ୟରେ ଏହି ଆକ୍ରମଣ କରାଯାଇଛି। 

ଏହି ଆକ୍ରମଣ ସମ୍ପର୍କରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ କେନ୍ଦ୍ରୀୟ ୟୁକ୍ରେନର କ୍ରିଭୀ ରିହରେ ଅବସ୍ଥିତ ହୋଟେଲ ଉପରେ ଋଷ କ୍ଷେପଣାସ୍ତ୍ର ମାଡ କରିଚି। ଏହି ଆକ୍ରମଣର କିଛି ସମୟ ପୂର୍ବରୁ ୟୁକ୍ରେନ, ଆମେରିକା ଏବଂ ବ୍ରିଟିଶ ନାଗରିକଙ୍କ ସମେତ ଏକ ମାନବିକ ସଂଗଠନର ସ୍ୱେଚ୍ଛାସେବୀମାନେ ଏହି ସହର ମଧ୍ୟକୁ ପ୍ରବେଶ କରିଥିଲେ। ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ୩୧ ଜଣ ଆହତଙ୍କ ମଧ୍ୟରେ ଉକ୍ତ ବିଦେଶି ନାଗରିକମାନେ ଅଛନ୍ତି କି ନାହିଁ ସେ ସମ୍ପର୍କରେ ସେ କୌଣସି ସୂଚନା ଦେଇ ନାହାନ୍ତି।

ଏ ସମ୍ପର୍କରେ ୟୁକ୍ରେନ ବାୟୁସେନା କହିଛି ଯେ  ଋଷ ରାତାରାତି ୟୁକ୍ରେନ ଉପରେ ୧୧୨ ଶାହିଦ ଏବଂ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଯେଉଁଥିପାଇଁ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ଏପର୍ଯ୍ୟନ୍ତ ଏହି ଆକ୍ରମଣ ସମ୍ପର୍କରେ ରୁଷ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.