ନୂଆଦିଲ୍ଲୀ,୦୬/୧୨; ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ଆଣବିକ ବା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟକୁ ନେଇ ଏପରି କିଛି ଘୋଷଣା କରିଛନ୍ତି ଯାହା ଚୀନ୍ଏ ବଂ ଆମେରିକାର ଚିନ୍ତା ବଢ଼ାଇବା ଭଳି ହୋଇଚି । ରୁଷ୍ ସରକାରୀ ପରମାଣୁ ନିଗମ ରୋସାଟମ୍ ତାମିଲନାଡ଼ୁର କୁଡ଼ନକୁଲମ ନ୍ୟୁକ୍ଲିୟରପାୱାର ପ୍ଲାଣ୍ଟ(କେକେଏନପିପି)ର ତୃତୀୟ ରିଆକ୍ଟରକୁ ପ୍ରଥମ ଖେପ ଆଣବିକ ଇନ୍ଧନ ପଠାଇଛି । ଏହା ୨୦୨୪ରେ ହୋଇଥିବା ଏକ ଚୁକ୍ତି ଅନୁସାରେ ସମ୍ପୂର୍ଣ୍ଣ ହୋଇଛି । ଏକ ସ୍ୱତନ୍ତ୍ର କାର୍ଗୋ ବିମାନରେ ଆଣବିକ ଇନ୍ଧନ ଭାରତରେ ପହଞ୍ଚିଛି । ଭାରତକୁ ଏହି ‘ଘାତକ’ ଡେଲିଭରି ଏପରି ସମୟରେ ହୋଇଛି ଯେଉଁଠି ପୁଟିନଙ୍କ ଭାରତ ଗସ୍ତ ଆମେରିକା ସମେତ ଅନେକ ଦେଶର ମୁଣ୍ଡବିନ୍ଧା ବଢ଼ାଇଛି ।

ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପୁଟିନ୍ କହିଥିଲେ, ଆମେ ଭାରତର ସବୁଠୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ କୁଡ଼ନକୁଲମ ପାଇଁ ଏକ ଫ୍ଲାଗସିପ୍ ପ୍ରୋଜେକ୍ଟ କାର୍ଯ୍ୟକାରୀ କରୁଛୁ । ଏହାର ୬ଟି ରିଆକ୍ଟର ୟୁନିଟ୍ ମଧ୍ୟରୁ ଦୁଇଟି ୟୁନିଟ୍ ପୂର୍ବରୁ ହିଁ ଏନର୍ଜୀ ନେଟୱର୍କ ସହ ଯୋଡ଼ି ହୋଇଛି । ଆଉ ୪ଟି ଏବେ ନିର୍ମାଣାଧୀନ ଅଛି । ଏହି ପରମାଣୁ ଶକ୍ତି କେନ୍ଦ୍ର ପୂର୍ଣ୍ଣ କ୍ଷମତାରେ ପହଞ୍ଚିବା ଦ୍ୱାରା ଭାରତର ଶକ୍ତି ଆବଶ୍ୟକତା ପୂରଣ ଦିଗରେ ଏକ ପ୍ରଭାବଶାଳୀ ଯୋଗଦାନ ହେବ । ଭାରତ ୨୦୭୦ ସୁଦ୍ଧା ‘ଶୂନ ନିର୍ଗମନ’ ଲକ୍ଷ୍ୟ ହାସଲ କରିବା ଦିଗରେ ଆଗଉ ଥିବାବେଳେ ବେଳେ ଏହି ପଦକ୍ଷେପ ବେଶ୍ ଗୁରୁତ୍ୱ ରଖେ ।

କୁଡ଼ନକୁଲମ ପ୍ଲାଣ୍ଟରେ ମୋଟ ୬,୦୦୦ମେଗାୱାଟ୍ କ୍ଷମତାର ୬ ଭିଭିଇଆର୍ ରିଆକ୍ଟର ରହିବ । ଏହାର ଦୁଇଟି ରିଆକ୍ଟର ୨୦୧୩ଏବଂ ୨୦୧୬ରେ ଭାରତର ପାୱାର ଗ୍ରୀଡ୍ ସହ ଯୋଡ଼ି ହୋଇଛି । ରୋସାଟମ୍ ଅନୁସାରେ, ଭାରତକୁ ଯୋଗାଯାଇଥିବା ଇନ୍ଧନର ମାନବେଶ୍ ଉନ୍ନତ । ଏହା ଅଧିକ ସମୟ କାର୍ଯ୍ୟକ୍ଷମ ରହିପାରିବ । ପୂର୍ବରୁ ପ୍ରତି ୧୨ ମାସରେ ଇନ୍ଧନ ଭର୍ତ୍ତି କରାଯିବାର ଆବଶ୍ୟକ ପଡ଼ୁଥିବାବେଳେ ଏଥିରେ ତାହା ଦରକାର ପଡ଼ିବନି । କୁଡ଼ନକୁଲମରେ ନୂତନ ଭିଭିଇଆର୍-୧୦୦୦ୟୁନିଟ୍ ୧୮ ମାସର ଫୁଏଲ୍ ସାଇକଲ ପୂର୍ଣ୍ଣକରିବାପାରିବା ଭଳି ଡିଜାଇନ୍ କରାଯାଇଛି ।

ରୁଷ୍ ଭାରତକୁ ଏହି ଇନ୍ଧନ ଯୋଗାଇବା ଆମେରିକା ମସ୍କୋ ଉପରେ ଲଗାଇଥିବା କଟକଣାର ସିଧାସଳଖ ଉଲ୍ଲଘଂନ । ପୁଟିନ୍‌ଙ୍କ ଭାରତ ଗସ୍ତ ଏବଂ ରୁଷ୍‌ରୁ ଆଣବିକ ଇନ୍ଧନ ଯୋଗାଣ ଏହା ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ରୁଷ୍‌ ଆମେରିକା ଏକଘରିକିଆ କରିପାରିବନି । ରୁଷ୍ ଆର୍ଥିକ ଏବଂ ରାଜନୈତିକ ଉନ୍ନତିରେ ଭାରତର ଯୋଗଦାନ ଜାରି ରହିବ । ସେହିପରି ଚୀନ୍ ସହ ସୀମା ବିବାଦରେ ପଡ଼ିଥିବା ଭାରତକୁ ଏହା ଦ୍ୱାରା ଆତ୍ମବିଶ୍ୱାସ ମିଳିବ । ଏଥିସହ ରୁଷ୍ ଏବଂ ଭାରତ ଭିତରେ ଏହି ମଜଭୁତ ସମ୍ପର୍କ ଚୀନ୍ ଭୂ-ରାଜନୈତିକ ଷଡ଼ଯନ୍ତ୍ରକୁ ମଧ୍ୟପ୍ରଭାବିତ କରିବ ବୋଲି ବିଶେଷଜ୍ଞ ମତ ରଖିଛନ୍ ।