ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧବନ୍ଦୀ ଅଦଳବଦଳ; ୨୫ ବର୍ଷରୁ କମ ବୟସର ବନ୍ଦୀଙ୍କୁ ମିଳିବ ମୁକ୍ତି

Published By : Bijay Swain | June 9, 2025 9:28 PM

Image courtesy: indiatoday

ଇସ୍ତାନବୁଲ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଉଭୟ ଦେଶ ନିକଟରେ ଏକ ଯୁଦ୍ଧବନ୍ଦୀ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏନେଇ ଘୋଷଣା କରି କହିଛି ଯେ, ଏହି ବିନିମୟ ଜୁନ୍ ୨ ତାରିଖରେ ଇସ୍ତାନବୁଲରେ ହୋଇଥିବା ସିଧାସଳଖ ଆଲୋଚନାର ଫଳାଫଳ। ଏହି ଆଲୋଚନାରେ ଉଭୟ ପକ୍ଷ ନିଷ୍ପତ୍ତି ନେଇଥିଲେ ଯେ ଅତିକମରେ ୧୨୦୦ ଯୁଦ୍ଧବନ୍ଦୀଙ୍କୁ ଅଦଳବଦଳ କରାଯିବ। ଖାସ କରି ଯେଉଁମାନଙ୍କୁ ୨୫ ବର୍ଷରୁ କମ ବୟସ ହୋଇଥିବା କିମ୍ୱା ସେମାନେ ଗୁରୁତର ଭାବେ ଆହତ ହୋଇଥିବେ। ଏହା ସହିତ ଯୁଦ୍ଧରେ ନିହତ ହୋଇଥିବା ହଜାର ହଜାର ସୈନିକଙ୍କ ଶବ ମଧ୍ୟ ସେମାନଙ୍କ ନିଜ ଦେଶକୁ ଫେରାଇ ନିଆଯିବ ବୋଲି ଆଲୋଚନା ହଇଥିଲା।

ଏହି ବିନିମୟକୁ ଉଭୟ ଦେଶ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ବିନିମୟ ବୋଲି ଅଭିହିତ କରିଛନ୍ତି, ଯାହା ଧିରେଧିରେ ପର୍ଯ୍ୟାୟକ୍ରମେ ସମ୍ପନ୍ନ ହେବ। ରୁଷିଆ ଏନେଇ କହିଛି ଯେ, ୟୁକ୍ରେନ ପୂର୍ଣ୍ଣ ରୂପେ ଚୁକ୍ତି ପାଳନ ନକରୁଥିଲେ ମଧ୍ୟ ରୁଷିଆ ଏହି ବିନିମୟ ଏବଂ ଶବ ଫେରାଇବା ପ୍ରକ୍ରିୟାକୁ ସମ୍ମାନ ଦେବ। ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଏକ ମାନବୀୟ ପଦକ୍ଷେପ ଭାବେ ଗ୍ରହଣ କରିଛି, କିନ୍ତୁ ସେମାନେ ମଧ୍ୟ ରୁଷିଆ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି। ରୁଷିଆ ଉଭୟ ଦେସ ମଧ୍ୟରେ ହୋଇଥିବା ଚୁକ୍ତିର କିଛି ଶର୍ତକୁ ମାନୁନାହିଁ ବୋଲି ୟୁକ୍ରେନ ଅଭିଯୋଗ ଉଠାଇଛି।

ଚତୁର୍ଥ ବର୍ଷରେ ପହଞ୍ଚିଥିବା ଏହି ଯୁଦ୍ଧରେ ଉଭୟ ପକ୍ଷର ବିରଳ ସହମତି କ୍ରମେ ଏହି ବିନିମୟ ଏକ ଉଦାହରଣ ସୃଷ୍ଟି କରିଛି। ତେବେ, ଯୁଦ୍ଧବିରତି ଏବଂ ଶାନ୍ତି ଆଲୋଚନା ସମ୍ପର୍କରେ ଆଲୋଚନା ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ଏହି ବିନିମୟ ପ୍ରକ୍ରିୟା ଅନେକ ପରିବାରଙ୍କ ପାଇଁ ଆଶାର କିରଣ ଆଣିଛି। ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ଘରକୁ ଫେରାଇଆଣିବା ପାଇଁ ଅପେକ୍ଷା କରି ରହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.