ନୂଆଦିଲ୍ଲୀ,୨୮।୧୦:  ରୁଷ ଓ ୟୁକ୍ରେନ୍ ଭିତରେ ଚାଲିଥିବା ଯୁଦ୍ଧକୁ ପ୍ରାୟ ୪ ବର୍ଷ ହୋଇସାରିଛି। ୨୦୨୨ ରେ ରୁଷ ଆକ୍ରମଣ କରିଥିଲା। ସେବେଠାରୁ ୟୁକ୍ରେନ୍‌ର ଲୋକ ଜୋରଦାର ଜୋଶ୍ ଓ ଏକଜୁଟତା ଦେଖାଇଥିଲେ। ଲକ୍ଷାଧିକ ନାଗରିକ ଦେଶର ସୁରକ୍ଷା ପାଇଁ ସେନାରେ ସାମିଲ ହୋଇଥିଲେ। ପ୍ରତି ଘରୁ କେହି ନା କେହି ଦାୟିତ୍ବ ଗ୍ରହଣ କରିଥିଲେ। ସେ ସମୟରେ ଏଭଳି ଲାଗୁଥିଲା ଯେପରି ୟୁକ୍ରେନର ପ୍ରତ୍ୟେକ ନାଗରିକ  ଜଣେ ଜଣେ ସୈନିକ ହୋଇସାରିଛନ୍ତି। କିନ୍ତୁ ସମୟ ବିତିବା ସହ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି। ଏବେ ଏହି ଯୁଦ୍ଧ ଲୋକଙ୍କ ପାଇଁ ଗର୍ବ ନୁହେଁ, ବଂର ଭୟ ଓ ସମସ୍ୟାର ପ୍ରତୀକ ପାଲଟିଛି।

ବ୍ରିଟିସ୍ ଖବର କାଗଜ ‘ ଦ ସନ୍‌’ର ରିପୋର୍ଟ ଅନୁସାରେ, ଯୁଦ୍ଧର ପ୍ରାରମ୍ଭିକ ମାସରେ ୧୦ ଲକ୍ଷରୁ ଅଧିକ ଲୋକ ସ୍ବେଚ୍ଛାକୃତ ଭାବରେ ୟୁକ୍ରେନ୍ ସେନାରେ ଯୋଗ ଦେଇଥିଲେ। କିନ୍ତୁ ଯୁଦ୍ଧ ଲମ୍ବା ହୋଇଯାଇଥିଲା। ବହୁ ଲୋକ ଭର୍ତ୍ତି ହେବାକୁ ଆଉ ଚାହୁଁନାହାନ୍ତି। ସେମାନେ ମେଡିକାଲ ସାର୍ଟିଫିକେଟ୍‌ ପର୍ଯ୍ୟନ୍ତ କିଣିବା ଆରମ୍ଭ କରିଦେଇଥିଲା। ତାଙ୍କୁ ସେଥିରେ ‘ଅନଫିଟ୍‌’ ଘୋଷିତ କରାଯାଇଥିଲା। ସରକାର ଏହାପରେ ତା ଉପରେ କଡା ପଦକ୍ଷେପ ଗ୍ରହଣ କରିଥିଲେ।  ସେତେବେଳେ ମେଡିକାଲ କମିଶନକୁ ହିଁ ବନ୍ଦ କରିଦେଇଥିଲେ। ଏହାପରେ ଏବେ ସେନାରେ ବାଧ୍ୟତାମୂଳକ ଓ ବଳପୂର୍ବକ ଭର୍ତ୍ତି କରାଯାଉଛି।

ରିପୋର୍ଟ ଅନୁସାରେ, ଏବେ ୟୁକ୍ରେନ୍‌ର ବହୁ ସହରର ଚେକ ପଏଣ୍ଟରେ ସେନାର ଯବାନ ଠିଆ ହୋଇ ରହୁଛନ୍ତି। ଯେଉଁମାନେ କି ୧୮ ରୁ ୬୦ ବର୍ଷର ପୁରୁଷ ରହିଛନ୍ତି। ଯେଉଁମାନେ ନିଯୁକ୍ତି ପରିସରରେ ଆସନ୍ତି, ତାଙ୍କୁ ସିଧା ରିକ୍ରୁଇଟମେଣ୍ଟ ସେଣ୍ଟର ପଠାଇ ଦିଆଯାଏ। ବହୁ ମାମଲାରେ ରାସ୍ତାରେ ଯାଉଥିବା ଲୋକଙ୍କୁ ସୈନିକମାନେ ବଳପୂର୍ବକ ମିନିବସ୍‌ରେ ବସାଇ ନେଇ ଯାଇଥାନ୍ତି। ତାଙ୍କୁ ଯୁଦ୍ଧ ଲଢିବାକୁ ହାତରେ ବନ୍ଧୁକ ଧରାଇ ଦେଉ  ୟୁକ୍ରେନ୍‌ରେ ଏହି ପକ୍ରିୟାକୁ ଏବେ ‘ବେସିଫିକେସନ୍’ କୁହାଯାଉଛି।

ଏବେ ୟୁକ୍ରେନ୍ ସମାଜ ଦୁଇ ଭାଗରେ ବାଣ୍ଟି ହୋଇ ଯାଇଛି। ଗୋଟିଏ ପଟେ ସେହି ଲୋକ ରହିଛନ୍ତି, ଯେଉଁମାନେ ଆଗ ଧାଡିରେ ଲଢୁଛନ୍ତି। ଅନ୍ୟପକ୍ଷେ ଆଉ କିଛି ସହରରେ ଅଛନ୍ତି, ଯେଉଁମାନେ ସାଧାରଣ ଜୀବନ ବଞ୍ଚୁଛନ୍ତି। ସରକାରୀ ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ ୪୫ ହଜାରରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇସାରିଲାଣି। ପ୍ରାୟ ୩.୮ ଲକ୍ଷ ଆହତ ହୋଇଛନ୍ତି। ଏତେ ଲମ୍ବା ଯୁଦ୍ଧ ୟୁକ୍ରେନବାସୀଙ୍କ ସାହାସକୁ ମଧ୍ୟ ଭାଙ୍ଗି ଦେଇଛି। ଏବେ ସୈନିକଙ୍କ ଆବଶ୍ୟକତା ରହିଛି, କିନ୍ତୁ ସାଧାରଣ ଲୋକଙ୍କୁ ଭର୍ତ୍ତି କରାଯାଇଛି। ପୂର୍ବରୁ ଯାହା ଲୋକଙ୍କ ପାଇଁ ଦେଶଭକ୍ତି ଥିଲା ତାହା ଏବେ ବାଧ୍ୟତାମୂଳକ କାମ ପାଲଟିଛି।