ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ୟୁକ୍ରେନ ରାଜଧାନୀ କିବରେ ଋଷର ବିମାନ ଆକ୍ରମଣ, ୨୦ମୃତ

Published By : Anindita Ratha | March 9, 2025 9:44 AM

ନୂଆଦିଲ୍ଲୀ,୦୯/୦୩:ୟୁକ୍ରେନ ରାଜଧାନୀ କିବ ଉପରେ ଋଷର ବିମାନ ଆକ୍ରମଣ। ଫଳରେ ଏଥିରେ ଅତି କମ୍‌ରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଏକାଧିକ ଲୋକ ଆହତ ହୋଇଛନ୍ତି । ୟୁକ୍ରେନର  ରାଜଧାନୀ କିବର  ଡୋନେଟ୍‌ସ୍କର ଏକ ସହରରେ ଋଷ ଏହି ଆକ୍ରମଣ କରିଛି। ତେବେ  ୟୁକ୍ରେନ ସହିତ ସାଟେଲାଇଟ୍ ଫଟୋ ସେୟାର କରିବା ବନ୍ଦ କରିବା ନେଇ ଆମେରିକାର ନିଷ୍ପତ୍ତି ପରେ ଋଷ ଏହି ବିମାନ ଆକ୍ରମଣ କରିଥିବା ଜଣାପଡ଼ିଛି।  

ଶୁକ୍ରବାର ବିଳମ୍ବିତ ରାତିରେ ଋଷ ସେନା ଅନେକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୩୦ ଜଣ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ଯାହା ଡୋବ୍ରୋପିଲିଆ ସହରରେ ୮ଟି ଆପାର୍ଟମେଣ୍ଟ ବ୍ଲକକୁ କ୍ଷତିଗ୍ରସ୍ତ କରିଛି। ଯେଉଁଠାରେ ରୁଷୀୟ ସୈନ୍ୟମାନେ ନିରନ୍ତର ଆଗକୁ ବଢ଼ୁଛନ୍ତି। ଏନେଇ  ୟୁକ୍ରେନର ରାଜ୍ୟ ଜରୁରୀକାଳୀନ ସେବା କହିଛି ଯେ, ଉଦ୍ଧାରକାରୀମାନେ ଜଳୁଥିବା କୋଠାଗୁଡ଼ିକୁ ଲିଭାଇବା ପାଇଁ ସଂଘର୍ଷ କରୁଥିବା ସମୟରେ ଏକ ରୁଷୀୟ ଡ୍ରୋନ୍ ୟୁକ୍ରେନର ଏକ ଅଗ୍ନିଶମ ଗାଡ଼ିକୁ କ୍ଷତି ପହଞ୍ଚାଇଥିଲା। ଅନ୍ୟପଟେ କିବର ଡୋନେଟସ୍କ ଅଞ୍ଚଳରେ ଋଷିଅ ଆକ୍ରମଣରେ ୨୦ ଜଣଙ୍କ ମୃତ୍ୟୁ ପରେ ଲୋକମାନେ ଆତଙ୍କିତ ଅଛନ୍ତି। ଏନେଇ ଡୋନେଟସ୍କ ରାଜ୍ୟପାଳ ଭାଡିମ୍ ଫିଲିଆସ୍କିନ୍ ଶନିବାର ଦିନ ଅଞ୍ଚଳରେ ଶୋକ ଦିବସ ଘୋଷଣା କରିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ ଭଗ୍ନାବଶେଷ ମଧ୍ୟରୁ ଆହୁରି ପୀଡିତ ମିଳିପାରନ୍ତି।  ସେହିପରି ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି କହିଛନ୍ତି ଯେ , ଆହତଙ୍କ ମଧ୍ୟରେ ଅତି କମରେ ୫ ଜଣ ପିଲା ଅଛନ୍ତି। ଗତକାଲି ରାତିରେ, ରୁଷୀୟ ସାମରିକ ବାହିନୀ ଡୋବ୍ରୋପିଲିଆର କେନ୍ଦ୍ରରେ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ସେ କହିଛନ୍ତି। 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.