ନୂଆଦିଲ୍ଲୀ,୨୫।୧୦: ୟୁକ୍ରେନ ଉପରେ ରୁଷର ଲଗାତାର ବଡ଼ ଧରଣର ଆକ୍ରମଣ। ଗତକାଲି ରାତିରେ ୟୁକ୍ରେନ ପକ୍ଷରୁ ରୁଷ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ହୋଇଛି। ଫଳରେ ସେଠାରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି, ଯେଉଁଥିରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୭ ଜଣ ଆହତ ହୋଇଛନ୍ତି। ରାଜଧାନୀ କିଭ୍,ଡାନିପେଟ୍ରୋଭସ୍କ ଏବଂ ଆଖପାଖ ଅଞ୍ଚଳରେ ବିସ୍ଫୋରଣ ଘଟିଥିଲା।
କିଭ୍ର ସାମରିକ ପ୍ରଶାସନର ମୁଖ୍ୟ ତୈମୁର ତକାଚେଙ୍କୋ କହିଛନ୍ତି, ଶନିବାର ସକାଳେ ରାଜଧାନୀ ଉପରେ ରୁଷ ଏକ ବାଲିଷ୍ଟିକ୍ ମିସାଇଲ ମାଡ଼ କରିଛି। ୟୁକ୍ରେନର ଜରୁରୀକାଳୀନ ସେବା ରିପୋର୍ଟ କରିଛି ଯେ, ଗୋଟିଏ ସ୍ଥାନରେ ଏକ ଅଣ-ଆବାସିକ କୋଠାରେ ନିଆଁ ଲାଗିଥିଲା, ସେଭଳି ଅନ୍ୟ ଏକ ଖୋଲା ଅଞ୍ଚଳରେ କ୍ଷେପଣାସ୍ତ୍ରର ଭଗ୍ନାବଶେଷ ପଡ଼ିଥିଲା। ବିସ୍ଫୋରଣ ଦ୍ବାରା ନିକଟବର୍ତ୍ତୀ ବିଲ୍ଡିଂ ଗୁଡ଼ିକର ଝରକା ଭାଙ୍ଗି ଯାଇଥିଲା ଏବଂ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିଲା।
କିଭ୍ ର ମେୟର ଭିଟାଲି କ୍ଲିଟ୍ସକୋ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟେଲିଗ୍ରାମ'ରେ ଏକ ବାର୍ତ୍ତା ଜାରି କରି କହିଛନ୍ତ। ସେ କହିଛନ୍ତି, ରାଜଧାନୀରେ ବିସ୍ଫୋରଣ ଘଟୁଛି, ସହରରେ ବାଲିଷ୍ଟିକ୍ ମିସାଇଲ ଆକ୍ରମଣ କରାଯାଇଛି।’ ସେ ନାଗରିକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଏବଂ ଉଦ୍ଧାରକାରୀ ଟିମ୍ ନିର୍ଦ୍ଦେଶ ପାଳନ କରିବାକୁ ନିବେଦନ କରିଛନ୍ତି।