ପ୍ରମୂଖ ଖବର
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ନେପାଳର ମାଉଣ୍ଟ ଧୌଲାଗିରି ଉପରେ ୫ ଜଣ ଋଷ ପର୍ବତାରୋହୀଙ୍କ ମୃତ୍ୟୁ, ୭୭୦୦ମିଟର ଉଚ୍ଚତାରେ ମିଳିଲା ମୃତଦେହ...

Published By : Ladu Kishor | October 8, 2024 7:12 PM

ନୂଆଦିଲ୍ଲୀ: ନେପାଳର ୭ହଜାର ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଠ ମାଉଣ୍ଟ ଧୌଲାଗିରି ଉପରେ ଖସିଯିବା କାରଣରୁ ୫ ଜଣ ଋଷ ପର୍ବତ ଆରୋହଣକାରୀଙ୍କ ମୃତ୍ୟୁ ଘଟିଛି । ହେଲି ଏଭରେଷ୍ଟର ଉପାଧ୍ୟକ୍ଷ ମିଙ୍ଗମା ଶେର୍ପାଙ୍କ ଅନୁଯାୟୀ, ଏହି ପର୍ବତାରୋହୀ ମାନେ ଶରତ ଋତୁ ସମୟରେ ଦୁନିଆର ଏହି ସପ୍ତମ ସର୍ବୋଚ୍ଚ ଶିଖରକୁ ଚଢିବା ଆରମ୍ଭ କରିଥିଲେ । ମିଙ୍ଗମା ନିଜେ ଜଣେ ପର୍ବତାରୋହୀ ଏବଂ ନିଖୋଜ ପର୍ବତାରୋହୀଙ୍କ ପାଇଁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନର ଏକ ଅଂଶ ଥିଲେ। 

ତେବେ ମୃତକଙ୍କ ପରିଚୟ ସାମ୍ନାକୁ ଆସିଛି । ଏମାନେ ହେଲେ ଆଲେକ୍ସଜାଣ୍ଡାର୍ ଦୁଶାଇକୋ, ଓଲେଗ୍ କ୍ରୁଗ୍ଲୋଭ୍, ଭ୍ଲାଡିମିର୍ ଚିଷ୍ଟିକୋଭ୍, ମିଖାଇଲ୍ ନୋସେଙ୍କୋ ଏବଂ ଡିମିଟ୍ରି ଶିପିଲେଭୋଇ । ପର୍ବତର ଶିଖର ଉପରକୁ ଚଢୁଥିବାବେଳେ ଏହି ପର୍ବତାରୋହୀ ମାନେ ସକାଳ ୬ଟାରେ ବେସ୍ କ୍ୟାମ୍ପ ସହିତ ଯୋଗାଯୋଗ ହରାଇଥିଲେ।

ଶେର୍ପା ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛି ଯେ, ଏହି ସମସ୍ତ ପର୍ବତାରୋହୀ ମାନେ ଗୋଟିଏ ଦଉଡି ସାହାଯ୍ୟରେ ୮୧୬୭ ମିଟର ଉଚ୍ଚ ଶିଖରକୁ ଯାଉଥିଲେ। ଏହି ସମୟରେ ସେମାନେ ଯୋଗାଯୋଗରୁ ବିଛିନ୍ନ ହୋଇଯାଇଥିଲେ । ଏହା ପରେ ସର୍ଚ୍ଚ ଅପରେସନ ହେଲିକପ୍ଟରଟି ୭୭୦୦ମିଟର ଉଚ୍ଚତାରେ ତାଙ୍କୁ ମୃତ ଅବସ୍ଥାରେ ପାଇଛି ।

ନେପାଳର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ରାକେଶ ଗୁରୁଙ୍ଗ କହିଛନ୍ତି ଯେ ଖରାପ ପାଗ ଯୋଗୁଁ ସୋମବାର ଉଦ୍ଧାର କାର୍ଯ୍ୟ ହୋଇପାରିନାହିଁ । ତେବେ ଏହି ମୃତ ପର୍ବତାରୋହୀଙ୍କୁ ଉଚ୍ଚ ଉଚ୍ଚତା ଅଞ୍ଚଳରୁ କେବେ ଓ କିପରି ଓହ୍ଲାଇ ଦିଆଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.