ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

କିଭ୍‌ରେ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଉପରେ ମିସାଇଲ ଆକ୍ରମଣ , ରୁଷ୍‌ ବିରୋଧରେ ଅଭିଯୋଗ ଲଗାଇଲା ୟୁକ୍ରେନ୍‌

Published By : Prameya | April 12, 2025 11:35 PM

ନୂଆଦିଲ୍ଲୀ : ୟୁକ୍ରେନର ରାଜଧାନୀ କିଭ୍‌ରେ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ କୁସୁମର ୱେୟାରହାଉସରେ ରୁଷ୍ କରିଛି ମିସାଇଲ ହମଲା। କିଭ୍ ପକ୍ଷରୁ ଏକ୍ସରେ ଏକ ପୋଷ୍ଟରେ ଏହା ଦାବି କରାଯାଇଛି। ନୂଆ ଦିଲ୍ଲୀ ସ୍ଥିତ ୟୁକ୍ରେନୀ ଦୂତାବାସ ଅଭିଯୋଗ କରିଛି ଯେ , ରୁଷ୍‌ ଜାଣିଶୁଣି ୟୁକ୍ରେନରେ ଭାରତୀୟ ବ୍ୟବସାୟକୁ ଟାର୍ଗେଟ୍‌ କରିଛି। ଦୂତାବାସ ପକ୍ଷରୁ କୁହାଯାଇଛି, ଆଜି ରୁଷୀୟ ମିସାଇଲ ୟୁକ୍ରେନରେ ଭାରତୀ ଫାର୍ମା କମ୍ପାନୀ କୁସୁମର ୱେୟାରହାଉସ୍‌ରେ ହମଲା କରିଛି। ଭାରତ ସହ ବିଶେଷ ବନ୍ଧୁତାର ଦାବି କରୁଥିବା ମସ୍କୋ ଜାଣିଶୁଣି ଭାରତୀୟ ବିଜନେସ୍‌କୁ ଟାର୍ଗେଟ୍ କରୁଛି। ଶିଶୁ ଓ ବୟସ୍କ ପାଇଁ ଅତ୍ୟାବଶ୍ୟକୀୟ ଔଷଧକୁ ନଷ୍ଟ କରାଯାଉଛି। 

ବ୍ରିଟେନ୍‌ର ୟୁକ୍ରେନରେ ରାଷ୍ଟ୍ରଦୂତ ମାର୍ଟିନ ହାରିସ୍‌ ମଧ୍ୟ କହିଛନ୍ତି ଯେ ,ରୁଷୀୟ ହମଲା କିଭ୍‌ରେ ଏକ ବଡ଼ ଫାର୍ମା ୱେୟରହାଉସ୍‌କୁ ଧ୍ୱଂସ କରି ଦେଇଛି। ହେଲେ ସେ କହିଛନ୍ତି ଯେ, ଏହି ହମଲା ରୁଷ୍‌ର ଡ୍ରୋନ୍‌ରେ ହିଁ ହୋଇଛି , ମିସାଇଲ ଦ୍ୱାରା ନୁହେଁ। ସେ ଏକ୍ସରେ ପୋଷ୍ଟ କରିଛନ୍ତି , ଆଜି ସକାଳେ ରୁଷ୍‌ର ଡ୍ରୋନ୍ସ କିଭ୍‌ରେ ଏକ ବଡ଼ ଫାର୍ମାସ୍ୟୁଟିକଲ ୱେୟରହାଉସ୍‌କୁ ପୂରା ନଷ୍ଟ କରି ଦେଇଛି, ଯେଉଁଥିରେ ବୟସ୍କ ଓ ପିଲାଙ୍କ ପାଇଁ ଜରୁରୀ ଔଷଧର ଭଣ୍ଡାର ଥିଲା। ଏହା ସଂପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇ ଯାଇଛି। ୟୁକ୍ରେନୀ ନାଗରିକଙ୍କ ବିରୋଧରେ ରୁଷ୍‌ର ଆତଙ୍କୀ ଅଭିଯାନ ଜାରି ରହିଛି।

ଉଲ୍ଲେଖନୀୟ ଯେ, ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଫେବ୍ରୁଆରୀ ୨୦୨୨ରୁ ଯୁଦ୍ଧ ଚାଲିଛି। ରୁଷ୍‌ ସେନା ୟୁକ୍ରେନର ଅନେକ ସ୍ଥାନରେ ଆକ୍ରମଣ ଆରମ୍ଭ କରି ଥିଲା, ଯାହାକୁ ଏହା ଏକ ସ୍ୱତନ୍ତ୍ର ସାମରିକ ଅଭିଯାନ ବୋଲି କହୁଛି , ଅନ୍ୟପଟେ ୟୁକ୍ରେନ ଏହାକୁ ନିଜ ଅଞ୍ଚଳର ସାର୍ବଭୌମତ୍ୱ ଉପରେ ଆକ୍ରମଣ ବୋଲି ବିବେଚନା କରୁଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.