ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ୟୁକ୍ରେନ ଯୁଦ୍ଧ ପାଇଁ ରୁଷ୍ ଉପରେ ଆମେରିକାର କଟକଣା, ପ୍ରଭାବିତ ହେବେ ଭାରତୀୟ ତୈଳ କମ୍ପାନୀ…

Published By : Prameya | January 23, 2025 6:30 PM

ନୂଆଦିଲ୍ଲୀ: ଆମେରିକା ଦ୍ୱାରା ରୁଷୀୟ ତୈଳ ଉପରେ ଲଗାଯାଇଥିବା ବ୍ୟାପକ ପ୍ରତିବନ୍ଧକର ପ୍ରଭାବ ଭାରତର ତୈଳ ଯୋଗାଣ ଉପରେ ପ୍ରଭାବ ପକାଉଥିବା ଜଣାପଡିଛି । ଦେଶର ସରକାରୀ ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (BPCL) କହିଛି ଯେ, ମାର୍ଚ୍ଚ ମାସ ପାଇଁ ପର୍ଯ୍ୟାପ୍ତ ତେଲ କାର୍ଗୋ ଉପଲବ୍ଧ ହୋଇପାରୁ ନାହିଁ।

ଜାନୁଆରୀ ୧୦ ତାରିଖରେ, ଆମେରିକା ରୁଷର ଶକ୍ତି କ୍ଷେତ୍ରକୁ ଟାର୍ଗେଟ କରି ବ୍ୟାପକ ପ୍ରତିବନ୍ଧକ ଘୋଷଣା କରିଥିଲା। ଏଥିରେ ରୁଷର ତୈଳ ଉତ୍ପାଦନକାରୀ ସଂସ୍ଥା ଗଜପ୍ରମ୍ ନେଫ୍ଟ ଏବଂ ସର୍ଗୁଟନେଫ୍ଟେଗାଜ୍ ଉପରେ କଟକଣା, ୧୮୩ଟି ଜାହାଜକୁ ବ୍ଲାକ ଲିଷ୍ଟିଙ୍ଗ୍, ତୈଳ ବ୍ୟବସାୟୀ, ତୈଳ କ୍ଷେତ୍ର ସେବା ପ୍ରଦାନକାରୀ, ଟ୍ୟାଙ୍କର ମାଲିକ, ବୀମା କମ୍ପାନୀ ଏବଂ ଶକ୍ତି ନିର୍ବାହୀ ଅଧିକାରୀ ରହିଛନ୍ତି। ଭାରତୀୟ ତୈଳ ବିଶୋଧନକାରୀ କମ୍ପାନୀ ଗୁଡ଼ିକ ମାର୍ଚ୍ଚ ମାସ ପାଇଁ ତୈଳ ଯୋଗାଣ ନେଇ ଆଲୋଚନା କରୁଥିବା ସମୟରେ ଆମେରିକା ଏହି ପ୍ରତିବନ୍ଧକ ଲଗାଇଛି।

ବିପିସିଏଲର ଆର୍ଥିକ ନିର୍ଦ୍ଦେଶକ ଭେଟସା ରାମକୃଷ୍ଣ ଗୁପ୍ତା କୁହନ୍ତି ଯେ ଜାନୁଆରୀ ଏବଂ ଫେବୃଆରୀ ପାଇଁ ରୁଷୀୟ ତେଲର ବୁକିଂ ହୋଇସାରିଛି। କିନ୍ତୁ କମ୍ପାନୀ ମାର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ତେଲ କାର୍ଗୋ ପାଉନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ମାର୍ଚ୍ଚ ମାସରେ ଆମଦାନୀ ହେଉଥିବା ମୋଟ ଅଶୋଧିତ ତୈଳରେ ରୁଷୀୟ ତୈଳର ଅଂଶ ୨୦ ପ୍ରତିଶତକୁ ହ୍ରାସ ପାଇବ, ଯାହା ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ୩୧ ପ୍ରତିଶତ ଥିଲା।

୨୦୨୪ ମସିହାର ପ୍ରାରମ୍ଭରେ, ଭାରତର ମୋଟ ତୈଳ କ୍ରୟର ପ୍ରାୟ ୪୦ ପ୍ରତିଶତ ରୁଷ ଥିଲା। ୟୁକ୍ରେନ ଆକ୍ରମଣ ପରେ ୟୁରୋପୀୟ ଦେଶଗୁଡ଼ିକ ରୁଷୀୟ ତେଲ କିଣିବା ବନ୍ଦ କରିଦେଇ ଥିବାରୁ ରୁଷରୁ ତୈଳ ଆମଦାନୀ ବୃଦ୍ଧି ପାଇଥିଲା। ଏପରି ପରିସ୍ଥିତିରେ, ରୁଷ ରିହାତି ହାରରେ ଭାରତକୁ ତେଲ ରପ୍ତାନି କରୁଥିଲା। 

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ରୁଷୀୟ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନରେ 'ମୂର୍ଖତାପୂର୍ଣ୍ଣ ଯୁଦ୍ଧ' ଶେଷ କରିବାକୁ ଅନୁରୋଧ କରିଛନ୍ତି। ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ରୁଷ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ବନ୍ଦ କରିବା ଉଚିତ ନଚେତ୍ ଭାରୀ ଶୁଳ୍କ ଏବଂ ଆଗାମୀ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବା ଉଚିତ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.