ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସ୍ୱଦେଶ ଛାଡ଼ିଲେ; ସେଲିବ୍ରିଟିରୁ ହେଲେ ସନ୍ୟାସିନୀ, ଅଘୋରୀଙ୍କ ପ୍ରେମରେ ବିଦେଶିନୀ !

Published By : Swapna Ray | February 4, 2025 11:54 AM

ଲକ୍ଷ୍ନୌ, ୪।୨: ମଶାଣି ତାଙ୍କ ଘର । ଜପ-ତପରେ କଟେ ଜୀବନ । ମହାଦେବଙ୍କର ସବୁଠୁ ବଡ଼ ଉପାସକ । ଯାକଜମକଠାରୁ ବହୁ ଦୂରରେ ସେମାନେ । ଅଘୋରୀ ନାଁରେ ପରିଚିତ । ଏବେ ଜଣେ ଅଘୋରୀଙ୍କ ପ୍ରେମରେ ପଡ଼ିଛନ୍ତି ଋଷୀୟ ମହିଳା । ଠିକ୍ ଯେପରି ମହାଦେବଙ୍କ ପ୍ରେମରେ ପଡ଼ିଥିଲେ ପାର୍ବତୀ । ବାବାଙ୍କୁ ଜୀବନସାଥୀ କରିବେ ବୋଲି କହିଥିଲେ । ବିବାହ କରିବାକୁ କରିବାକୁ ସ୍ଥିର କରିଥିଲେ । ଆଉ ଶେଷରେ ବିବାହ କଲେ ମଧ୍ୟ । କେମିତି ଆରମ୍ଭ ହେଲା ଅଘୋରୀ ଆଉ ଋଷୀୟ ମହିଳାଙ୍କ ଏ ନିଆରା ପ୍ରେମ କାହାଣୀ । ଆସନ୍ତୁ ଜାଣିବା । 

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଋଷୀୟ ମହିଳା ଭାରତ ଭ୍ରମଣରେ ଆସିଥିଲେ । ମହାକୁମ୍ଭ ମେଳାରେ ଜଣେ ଅଘୋରୀ ବାବାଙ୍କ ସହ ଭେଟ ହୋଇଥିଲା । ଧିରେ ଧିରେ ସେ ତାଙ୍କ ସହ ସମୟ ବିତାଇବାକୁ ଲାଗିଲେ । ପ୍ରଥମେ ବନ୍ଧୁତା ଆଉ ବନ୍ଧୁତାରୁ ସେ ବାବାଙ୍କ ପ୍ରେମରେ ପଡ଼ିଯାଇଥିଲେ । ପ୍ରେମରେ ନା ଧର୍ମ କଥା ଆସେ ନା ଜାତି । କାହିଁ କେତେ ବଡ଼ ବଡ଼ ମହାରଥୀ ନିଜର ସର୍ବସ୍ୱ ତ୍ୟାଗ କରି ଚାଲିଆସନ୍ତି ନିଜ ପ୍ରେମ ପାଖକୁ । ଠିକ୍ ସେହିପରି ମହିଳା ଜଣକ ଅଘୋରୀ ବାବାଙ୍କ ତାଙ୍କ ପାଇଁ ନିଜ ଦେଶ ଛାଡ଼ି ଭାରତ ଚାଲିଆସିଥିଲେ । ଆଉ ତାଙ୍କ ସହ ଏହିଠାରେ ହିଁ ରହିବାକୁ ନିଷ୍ପତ୍ତି ନେଲେ । ପରେ ଅଘୋରୀ ବାବାଙ୍କୁ ବିବାହ କରି ଜୀବନସାଥୀ ଭାବେ ଗ୍ରହଣ କଲେ । ମହିଳା ଜଣକ ନିଜ ନାଁ ବଦଳାଇ ନତାଶାରୁ କରିଛନ୍ତି ଚନ୍ଦ୍ରିକା ।

ଚନ୍ଦ୍ରିକା ପ୍ରୟାଗରାଜ ମହାକୁମ୍ଭ ମେଳାକୁ ବୁଲିବାକୁ ଆସିଥିଲେ । ସେ ଋଷିଆର ଜଣେ ଜଣାଶୁଣା ସେଲିବ୍ରିଟି । ଭାରତର ସନାତନ ଧର୍ମ ତାଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ, ତାଙ୍କ ପୂରା ଶରୀରରେ ସନାଧର୍ମ ସହ ଜଡ଼ିତ ଟାଟୁ ଓ ମନ୍ତ୍ର ଖୋଦିତ ହୋଇଛି । ସେ ଆଜୀବନ ସ୍ୱଦେଶ ଛାଡ଼ି ଭାରତରେ ବାସ କରିବାକୁ ନିଷ୍ପତ୍ତି ନେଲେ । ହିନ୍ଦୁ ଧର୍ମ ଓ ଆସ୍ଥା ଉପରେ ସେ ଖୁବ୍ ବିଶ୍ୱାସ କରନ୍ତି । ସେ ଭଗବାନ ଗଣେଶଙ୍କର ବଡ଼ ଭକ୍ତ । ତାଙ୍କ ପିଠିରେ ଗଣେଶଙ୍କ ଟାଟୁ ସହ ଏକାଧିକ ମନ୍ତ୍ର ଲେଖାହୋଇଛି । ତେବେ ମହାକୁମ୍ଭରେ ହିଁ ଉଭୟ ପରସ୍ପରଙ୍କୁ ବିବାହ କରିଥିଲେ । ଯାହା ପରେ ବାବାଙ୍କୁ ମହିଳା ଜଣକ ନିଜ ସ୍ୱାମୀ ଭାବେ ଗ୍ରହଣ କରିଥିବା କୁହାଯାଉଛି । 

ଚଳିତ ମହାକୁମ୍ଭରେ ମହିଳା ଓ ବାବା ଉଭୟଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗୁଛି । ଭିଡିଓରେ ମହିଳା ଜଣକ ଅଘୋରୀ ବାବାଙ୍କୁ ନିଜର ସ୍ୱାମୀ ବୋଲି କହିଛନ୍ତି । ଋଷୀୟ ମହିଳାଙ୍କ ଯୋଗୁଁ ତପସ୍ୟା ବାଧାପ୍ରାପ୍ତ ହେଉଛି କି ? ବୋଲି ପ୍ରଶ୍ନ କରିବାରୁ ଅଘୋରୀ ବାବା କିଛି ନ କହି ମୁରୁକି ହସିଦେଇଥିଲେ । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଦେଶୀ ମହିଳା ହିନ୍ଦୁ ଧର୍ମକୁ ଆପଣେଇବା ପରେ ସନାତନ ଧର୍ମକୁ ପ୍ରଶଂସା କରୁଛନ୍ତି । ଭିଡିଓରେ ଚନ୍ଦ୍ରିକା ଧର୍ମର ଗୁରୁତ୍ୱ ଓ ଆଧ୍ୟାତ୍ମିକ ଯାତ୍ରା ବିଷୟରେ କହିଛନ୍ତି । ତେବେ ଏ ପର୍ଯ୍ୟନ୍ତ ଅଘୋରୀ ବାବାଙ୍କ ପରିଚୟ ସମ୍ପର୍କିତ କୌଣସି ପ୍ରମାଣ ମିଳିପାରିନାହିଁ । ତାଙ୍କ ବିବାହ ସତ କି ନୁହେଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.