ନୂଆଦିଲ୍ଲୀ ୨୫/୦୩: ‘ଧୁରନ୍ଧର ୨: ଦି ରିଭେଞ୍ଜ’ ର ଏବେ ସବୁଠି ଚର୍ଚ୍ଚା। ଫିଲ୍ମଟି ମାତ୍ର ଛଅ ଦିନ ମଧ୍ୟରେ ଘରୋଇ ଏବଂ ବିଶ୍ୱ ସ୍ତରରେ ବିପୁଳ ପରିମାଣର କଲେକ୍ସନ କରିସାରିଛି। କିନ୍ତୁ ଆପଣ ଜାଣନ୍ତି କି ୨ ଘଣ୍ଟା ୩୬ ମିନିଟର ଏକ ଫିଲ୍ମ ବିଦେଶରେ ‘ଧୁରନ୍ଧର ୨’ କୁ ପଛରେ ପକକାଇଛି। ଏହି ଫିଲ୍ମଟି ମାତ୍ର ତିନି ଦିନରେ ୧୦୦୦ କୋଟି ଟଙ୍କା ପାର କରିଛି।
ବିଦେଶରେ ‘ଧୁରନ୍ଧର ୨’ କୁ ଝଟ୍କା ଦେଇଥିବା ଫିଲ୍ମଟି ହେଉଛି ରାୟନ ଗୋସଲିଂଙ୍କ 'ପ୍ରୋଜେକ୍ଟ ହେଲ୍ ମେରୀ'। ସପ୍ତାହାନ୍ତରେ ଏହି ଫିଲ୍ମଟି ଜବରଦସ୍ତ ଆରମ୍ଭ କରିଥିଲା ଏବଂ ବର୍ତ୍ତମାନ ଏହାକୁ ନେଇ ଚାରିଆଡେ ଆଲୋଚନା ହେଉଛି। ଆଣ୍ଡି ୱେୟାରଙ୍କ ୨୦୨୧ ଉପନ୍ୟାସ ଉପରେ ଆଧାରିତ, ସାଇନ୍ସ-ଫିକ୍ସନ ଫିଲ୍ମଟି ମାର୍ଚ୍ଚ ୨୦ ରେ ୮୩ ଟି ଦେଶରେ ରିଲିଜ କରିଥିଲା। ଏହା ମାର୍ଚ୍ଚ ୨୬ ରେ ଭାରତରେ ରିଲିଜ୍ କରିବ।
ତେବେ ଫିଲ୍ ଲର୍ଡ ଏବଂ କ୍ରିଷ୍ଟୋଫର ମିଲରଙ୍କ ନିର୍ଦ୍ଦେଶିତ 'ପ୍ରୋଜେକ୍ଟ ହେଲ୍ ମେରୀ' ଘରୋଇ ଏବଂ ବିଦେଶୀ ଆୟକୁ ମିଶାଇ ବିଶ୍ୱବ୍ୟାପୀ ୧୩୨୧ କୋଟିରୁ ଅଧିକ ସଂଗ୍ରହ କରିଛି। ଏହା ସହିତ, ଏହି ଫିଲ୍ମଟି ବିଦେଶରେ ରଣବୀର ସିଂହଙ୍କ 'ଧୁରନ୍ଧର ୨' କୁ ପଛରେ ପକାଇ ଦେଇଛି।
ଆହୁରି ପଢ଼ନ୍ତୁ...ପୁଣି ଘୁଞ୍ଚିଲା ମୋହନଲାଲଙ୍କ ‘ଦୃଶ୍ୟମ୍-୩’, ଏହି ଦିନ ହେବ ରିଲିଜ୍