ବେଙ୍ଗାଲୁରୁ – ପ୍ରସିଦ୍ଧ ପରିବେଶବିତ୍ ସାଲୁମରାଦା ଥିମ୍ମକ୍କାଙ୍କର ପରଲୋକ ଘଟିଛି। ୧୧୨ ବର୍ଷିୟା ପଦ୍ମଶ୍ରୀ ପୁରସ୍କାର ବିଜେତା ଥିମ୍ମକ୍କା ଆଜି ବେଙ୍ଗାଲୁରୁର ଜୟନଗର ଅପୋଲୋ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଥିମ୍ମକ୍କାଙ୍କର ଜନ୍ମ ତୁମକୁରୁ ଜିଲ୍ଲାର ଗୁବି ତାଲୁକରେ ହୋଇଥିଲା । ସେ ହଜାର ହଜାର ଗଛ ଲଗାଇ ଏବଂ ତାଙ୍କର ଦେଖାଶୁଣା କରି ପୂରା ଦେଶରେ ଖ୍ୟାତି ଅର୍ଜନ କରିଥିଲେ। ଏହି କାରଣରୁ ତାଙ୍କୁ ‘ବୃକ୍ଷମାତା’ କୁହାଯାଉ ଥିଲା।
ନିଜର ଦୀର୍ଘ ଜୀବନରେ ଥିମ୍ମକ୍କାଙ୍କୁ ମିଳିଛି ଅନେକ ବଡ଼ ବଡ଼ ସମ୍ମାନ। ଯେଉଁଥିରେ ଜାତୀୟ ନାଗରିକ ପୁରସ୍କାର (୧୯୯୫) , ଇନ୍ଦିରା ପ୍ରିୟଦର୍ଶିନୀ ବୃକ୍ଷ ମିତ୍ର ପୁରସ୍କାର( ୧୯୯୭), ନଡୋଜା ପୁରସ୍କାର, ରାଜ୍ୟୋତ୍ସବ ପୁରସ୍କାର ଆଦି ଅନ୍ୟତମ , ୨୦୧୯ ମସିହାରେ ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିଲା। ୨୦୨୦ ମସିହାରେ କର୍ଣ୍ଣାଟକ ସେଣ୍ଟ୍ରାଲ୍ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ମଧ୍ୟ ପ୍ରଦାନ କରିଥିଲା। ପରିବେଶ ସଂରକ୍ଷଣ ଓ ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ତାଙ୍କୁ ଅନେକ ସମ୍ମାନ ଦିଆଯାଇଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା ଥିମ୍ମକ୍କାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରି ଏକ୍ସରେ ଲେଖିଛନ୍ତି –
ವೃಕ್ಷಮಾತೆ ಸಾಲುಮರದ ತಿಮ್ಮಕ್ಕನವರ ನಿಧನದ ಸುದ್ದಿ ತಿಳಿದು ದುಃಖಿತನಾಗಿದ್ದೇನೆ. ಸಾವಿರಾರು ಗಿಡಗಳನ್ನು ನೆಟ್ಟು, ಅವುಗಳನ್ನು ಮಕ್ಕಳಂತೆ ಸಲಹಿದ ತಿಮ್ಮಕ್ಕನವರು ತಮ್ಮ ಬಹುಪಾಲು ಜೀವಿತ ಕಾಲವನ್ನು ಪರಿಸರ ಸಂರಕ್ಷಣೆಗಾಗಿ ಮುಡಿಪಾಗಿಟ್ಟವರು.
— Siddaramaiah (@siddaramaiah) November 14, 2025
ಇಂದು ತಿಮ್ಮಕ್ಕನವರು ನಮ್ಮನ್ನು ಅಗಲಿದರೂ ಅವರ ಪರಿಸರ ಪ್ರೇಮ ಅವರನ್ನು ಚಿರಸ್ಥಾಯಿಯಾಗಿಸಿದೆ.… pic.twitter.com/4xYdXQyZUa
ଟ୍ୱିଟ୍ରେ ସେ କହିଛନ୍ତି ଯେ, ବୃକ୍ଷମାତା ସାଲୁମରାଦା ଥିମ୍ମକ୍କାଙ୍କ ମୃତ୍ୟୁ ଖବର ଶୁଣି ମୁଁ ବହୁତ ଦୁଃଖିତ। ସେ ହଜାର ହଜାର ଗଛ ଲଗାଇଛନ୍ତି ଏବଂ ତାଙ୍କୁ ନିଜ ପିଲାଙ୍କ ଭଳି ପାଳିଛନ୍ତି। ସେ ନିଜର ପୂରା ଜୀବନ ପରିବେଶ ସଂରକ୍ଷଣକୁ ସମର୍ପିତ କରିଥିଲେ। ହେଲେ ଥିମ୍ମକ୍କା ଆଜି ଆମ ମଧ୍ୟରେ ନାହାନ୍ତି , କିନ୍ତୁ ପରିବେଶ ପ୍ରତି ତାଙ୍କର ପ୍ରେମ ତାଙ୍କୁ ସର୍ବଦା ଅମର ରଖିବ। ତାଙ୍କର ଆତ୍ମାକୁ ଶାନ୍ତି ମିଳୁ – ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଥିମ୍ମକ୍କାଙ୍କ ମୃତ୍ୟୁରେ ଦେଶ ଜଣେ ମହାନ ମାନବତାବାଦୀଙ୍କୁ ହରାଇ ଦେଇଛି। ମୁଁ ତାଙ୍କର ପରିବାର ପ୍ରତି ସମ୍ୱେଦନା ଜଣାଉଛି।
ଥିମ୍ମକ୍କା ନିଜ ସ୍ୱାମୀଙ୍କ ସହ ମିଶି ରାସ୍ତା ପାର୍ଶ୍ୱରେ ଓ ଅନ୍ୟ ସ୍ଥାନରେ ହଜାର ହଜାର ଗଛ ଲଗାଇବା ସହ ସେଗୁଡ଼ିକୁ ନିଜର ପିଲାଙ୍କ ପରି ପାଳି ଥିଲେ। ୪-୫ କି.ମି ରାସ୍ତା ପାର୍ଶ୍ୱରେ ଓ ପାଖାପାଖି ୩୮୫ଟି ବାନିୟନ ବୃକ୍ଷ ଲଗାଇବା ଆରମ୍ଭ କରିଥିଲେ ଏବଂ ପରେ ମୋଟ ମିଶାଇ ୮ ହଜାରରୁ ଅଧିକ ବୃକ୍ଷ ରୋପଣ କରିଥିଲେ।